ଅଗଷ୍ଟରେ ବଢ଼ିପାରେ ଇନ୍ଧନ ଦର

0

ନୂଆଦିଲ୍ଲୀ: ଆଟଲାଣ୍ଟିକ୍‍ ମହାସାଗରରେ ସମ୍ଭାବ୍ୟ ଝଡ଼ର ପ୍ରଭାବ ଭାରତରେ ଅନୁଭୂତ ହେବ। ତୈଳ ଦର ପୁଣି ଥରେ ବୃଦ୍ଧି ପାଇବ। ବିଶେଷଜ୍ଞମାନେ ଏଭଳି ଆଶଙ୍କା ବ୍ୟକ୍ତି କରିଛନ୍ତି।
ସାଧାରଣତଃ ଜୁନ୍‍ରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଆଟଲାଣ୍ଟିକ୍‍ ମହାସାଗରରେ ଭୟଙ୍କର ଝଡ଼ ସୃଷ୍ଟି ହୁଏ। ଅଗଷ୍ଟ ମଧ୍ୟଭାଗରୁ ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ଝଡ଼ର ତୀବ୍ରତା ଅଧିକ ଥାଏ। ଗତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ମାସରେ ଆମେରିକା ଗଲ୍‍ଫ କୋଷ୍ଟରେ ହୋଇଥିବା ଦୁଇଟି ଭୟଙ୍କର ଝଡ଼ ଯୋଗୁଁ ଭାରତରେ ତୈଳ ଦର ବୃଦ୍ଧି ପାଇଥିଲା।
ଭାରତ ଉପସାଗରୀୟ ଦେଶମାନଙ୍କରୁ ତୈଳ ଆମଦାନୀ କରୁଥିବାରୁ ଆଟ୍‍ଲାଣ୍ଟିକ ଉପସାଗରୀୟ ଝଡ଼ ସହିତ ତୈଳ ଦର ବୃଦ୍ଧିର ସମ୍ପର୍କକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ। କିନ୍ତୁ ଗତ ବର୍ଷ ଝଡ଼ରେ ଆମେରିକାର ଅନେକ ବିଶୋଧନାଗାର କ୍ଷତିଗ୍ରସ୍ତ ହେବା ସହିତ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ସ୍ୱାଭାବିକ ଭାବରେ ଆନ୍ତର୍ଜାତିକ ବଜାରରୁ ଆମେରିକାର ତୈଳ ଉଚ୍ଚା ଦରରେ କିଣିଥିଲା। ଏହାର ପ୍ରଭାବରେ ଆନ୍ତର୍ଜାତିକ ବଜାରରେ ତୈଳ ଚାହିଦା ଓ ଦର ବୃଦ୍ଧି ଘଟିଥିଲା। ଫଳରେ ଅନୁରୂପ ଭାରତରେ ମଧ୍ୟ ତୈଳ ଦର ବୃଦ୍ଧି ଘଟିଥିଲା। ଚଳିତ ବର୍ଷ ପୁଣି ତୈଳ ଦର ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି।

Leave A Reply