www.samajalive.in
Sunday, December 7, 2025
26.1 C
Bhubaneswar

ଉତ୍ତର ପ୍ରଦେଶ ମୁହାଁ ପଙ୍ଗପାଳ ଦଳ

ରାଜସ୍ଥାନ, ହରିୟାଣା ଓ ଉତ୍ତର ପ୍ରଦେଶରେ ପଙ୍ଗପାଳ ଦମନ ଅଭିଯାନ ଜାରି

ନୂଆଦିଲ୍ଲୀ : ରାଜସ୍ଥାନର ଝୁନ୍‌ଝୁନ୍‌ ଅଞ୍ଚଳରୁ ପଙ୍ଗପାଳ ଦଳ ଫରିଦାବାଦ ଦେଇ ଉତ୍ତରପ୍ରଦେଶ ଆଡେ ମୁହାଁଇଛି।  ଗତ ଗୁରୁବାର ସକାଳେ ରାଜସ୍ଥାନର ଝୁନ୍‌ଝୁନ୍‌ ଅଞ୍ଚଳରୁ ପଙ୍ଗପାଳ ଦଳକୁ ଠାବ କରାଯାଇଥିଲା । ସେମାନଙ୍କୁ ନିପାତ କରିବା ପାଇଁ ନିୟନ୍ତ୍ରଣକାରୀ ଦଳକୁ ନିୟୋଜିତ କରାଯାଇଛି। ଏହି ଅଭିଯାନରୁ ବର୍ତ୍ତି ଯାଇଥିବା ଅସଂଖ୍ୟ ପଙ୍ଗପାଳ ପୁନର୍ବାର ଏକାଠି ହୋଇ ଗୋଟିଏ ଦଳ ଗତକାଲି ସନ୍ଧ୍ୟାରେ ହରିୟାଣାର ରେୱାରିରେ ପହଞ୍ଚିଥିଲା। ତୁରନ୍ତ ସେଠାରେ ଦମନକାରୀ ଦଳ ପହଞ୍ଚି ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଅଭିଯାନ ଚଳାଇଥିଲେ। ଏହା ପରେ ବର୍ତ୍ତିଯାଇଥିବା ପଙ୍ଗପାଳମାନେ ଏକାଠି ହୋଇଥିଲେ। ତିନି ଭାଗରେ ବିଭକ୍ତ ହୋଇ ଏହି ପଙ୍ଗପାଳ ଦଳର ଗୋଟିଏ ଭାଗ ହରିୟାଣାର ଗୁରୁଗ୍ରାମ ଏବଂ ସେଠାରୁ ଫରିଦାବାଦ ଦେଇ ଉତ୍ତରପ୍ରଦେଶ ଆଡେ ମୁହାଁଇଛି । ଆଉ ଏକ ପଙ୍ଗପାଳ ଦଳ ଦିଲ୍ଲୀର ଦ୍ୱାରକା ଆଡେ ମୁହାଁଇବା ପରେ ସେଠାରୁ ଦୌଲତାବାଦ, ଗୁରୁଗ୍ରାମ, ଫରିଦାବାଦ ଅତିକ୍ରମ କରି ଉତ୍ତର ପ୍ରଦେଶରେ ପ୍ରବେଶ କରିଛି । ତୃତୀୟ ପଙ୍ଗପାଳ ଦଳଟିକୁ ହରିୟାଣାର ପଲୱାଲ ଦେଖିବାକୁ ମିଳିଥିଲା । ଏହି ଦଳ ସେଠାରୁ ଉତ୍ତରପ୍ରଦେଶ ଆଡେ ମୁହାଁଇଛି ।

ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସହରାଞ୍ଚଳରେ ପଙ୍ଗପାଳ ଦଳକୁ ଠାବ କରାଯାଇ ନାହିଁ । କୃଷି ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ପଙ୍ଗପାଳ ଦଳ ଉପରେ ରାଜସ୍ଥାନ, ହରିୟାଣା ଏବଂ ଉତ୍ତର ପ୍ରଦେଶର କୃଷି ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନଜର ରଖାଯାଇ ସେମାନଙ୍କ ଗତିବିଧି ଠାବ କରାଯାଉଛି । କେନ୍ଦ୍ରୀୟ ପଙ୍ଗପାଳ ସର୍ତକତା ପ୍ରତିଷ୍ଠାନର ଅଧିକାରୀମାନେ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଯେଉଁଠି ପଙ୍ଗପାଳ ପହଞ୍ଚୁଛନ୍ତି ସେମାନଙ୍କୁ ତୁରନ୍ତ ନିୟନ୍ତ୍ରଣ କରିବାକୁ ଅଭିଯାନ ଚାଲିଛି। ରାଜସ୍ଥାନରୁ ଅଧିକ ପଙ୍ଗପାଳ ଦମନକାରୀ ଦଳ ହରିୟାଣା ଓ ଉତ୍ତର ପ୍ରଦେଶରେ ପହଞ୍ଚି ସେହି ଦୁଇ ରାଜ୍ୟ ସରକାରଙ୍କୁ ସହାୟତା କରୁଛନ୍ତି ।

- Advertisement -

ପଙ୍ଗପାଳମାନେ ଦିନରେ ଗୋଟିଏ ସ୍ଥାନକୁ ଆଉ ଗୋଟିଏ ସ୍ଥାନକୁ ଦଳ ଦଳ ହୋଇ ଗତି କରୁଛନ୍ତି । ସନ୍ଧ୍ୟା ହେଲେ ସେମାନେ ଗଛଲତା ଓ ଫସଲ କିଆରିରେ ପଶି ସେଗୁଡିକ ଖାଇ ନଷ୍ଟ କରିଥାନ୍ତି । ପଙ୍ଗପାଳ ଦମନକାରୀ ଦଳଗୁଡିକ ଏମାନଙ୍କ ଉପରେ ନଜର ରଖିଛନ୍ତି । ରାତିରେ ପଙ୍ଗପାଳ ଦଳ ବିଭିନ୍ନ ସ୍ଥାନରେ ରହିବା ପରେ ସେମାନଙ୍କ ବିରୋଧରେ ଦମନ ଓ ନିୟନ୍ତ୍ରଣ ଅଭିଯାନ ଆରମ୍ଭ କରାଯିବ। ଉତ୍ତର ପ୍ରଦେଶର ସବୁ ନିୟନ୍ତ୍ରଣକାରୀ ଦଳକୁ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ପାଇଁ ସତର୍କ କରାଇ ଦିଆଯାଇଛି ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories