www.samajalive.in
Sunday, December 7, 2025
26.1 C
Bhubaneswar

ଆଇବିଏମ ଯୋଗାଇଦେବ ଦକ୍ଷତା ଭିତ୍ତିକ ତାଲିମ, ଡିଜିଟାଲ୍‍ ଶିକ୍ଷା ମଞ୍ଚ ଉନ୍ମୋଚିତ

ଦକ୍ଷତା ବୃଦ୍ଧି ଓ ଉଦ୍ୟୋଗ ପ୍ରତିଭା ବିକାଶ ମନ୍ତ୍ରାଳୟ ଆଇବିଏମ୍‍. ସହ ଭାଗିଦାରୀରେ ଯୁବକଯୁବତୀମାନଙ୍କୁ ନିଯୁକ୍ତି ପାଇବାରେ ସହାୟତା କରିବା ଲାଗି ମାଗଣା ଡିଜିଟାଲ୍‍ ଶିକ୍ଷା ମଞ୍ଚ ‘Skills Build Reignite’ ଆରମ୍ଭ କରିଛନ୍ତି। ‘Skills Build Reignite’ର ତାଲିମ ମହାନିର୍ଦ୍ଦେଶକ ଛାତ୍ରଛାତ୍ରୀମାନଙ୍କ ପାଇଁ ୧୦ ସପ୍ତାହର ଦକ୍ଷତା ବୃଦ୍ଧି ନବୀକରଣ କ୍ୟାମ୍ପର ଆୟୋଜନ କରିବା ବିଷୟ ଘୋଷଣା କରିଛନ୍ତି। ଦକ୍ଷତା ବୃଦ୍ଧି ଓ ଉଦ୍ୟୋଗପତି ପ୍ରତିଭା ବିକାଶ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ଡିଜିଟି ଓ ଆଇବିଏମ୍‍ର ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି କରୋନା ସଂକ୍ରମଣ ସମୟରେ ଭାରତୀୟ ଅର୍ଥନୀତିକୁ ଅଭିବୃଦ୍ଧି ପଥରେ ଅ।ଗେଇ ନେବାପାଇଁ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ। ‘Skills Build Reignite’ ଓ ନବୀକରଣ କ୍ୟାମ୍ପ ଅର୍ଥନୀତି ଉପରେ ପଡ଼ୁଥିବା କୁପ୍ରଭାବକୁ ଦୂର କରିବାରେ ସମର୍ଥ ହେବେ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍କିଲ୍‍ ଇଣ୍ଡିଆ ମିଶନ ଅନୁସାରେ ମନ୍ତ୍ରଣାଳୟ ଦକ୍ଷତା ବୃଦ୍ଧି କରିବା ଦିଗରେ ଅହରହ କାର୍ଯ୍ୟ କରୁଛି। ସେ କହିଛନ୍ତି, କ୍ଲାଉଡ୍‍ କମ୍ପ୍ୟୁଟିଙ୍ଗ୍‍ ଓ ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଆଇ.ବି.ଏମ୍‍.ର ଦକ୍ଷତା ତାଲିମ ପ୍ରଦାନ କ୍ଷେତ୍ରରେ ସହାୟତା କରିବ।

- Advertisement -

ଚାକିରୀ ସନ୍ଧାନରେ ଥିବା ବିଦ୍ୟାର୍ଥୀ, ଉଦ୍ୟୋଗପତି, କ୍ଷୁଦ୍ର ବ୍ୟବସାୟୀ ଓ ଶ୍ରମଜୀବୀମାନଙ୍କୁ ଏହା ବହୁମାତ୍ରାରେ ସାହାଯ୍ୟ କରିବ। ଆଇବିଏମ୍‍ କ୍ଲାଉଡ୍‍ କମ୍ପ୍ୟୁଟିଙ୍ଗ୍‍ ଓ ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଡିଜିଟାଲ୍‍ ଦକ୍ଷତା ତାଲିମ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛି। ଏହି ତାଲିମ ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ ଓ ଆଇଟିଆଇଗୁଡ଼ିକର ଛାତ୍ରଛାତ୍ରୀ ଓ ତାଲିମଦାତାମାନଙ୍କୁ ଦିଆଯିବ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories