www.samajalive.in
Monday, December 8, 2025
14.1 C
Bhubaneswar

ସରକାରୀ ଡାକ୍ତରଖାନାକୁ ଦିଆଯିବ ୫୦ ହଜାର ଭେଣ୍ଟିଲେଟର, ପିଏମ କେୟାର୍ସ ପାଣ୍ଠିରୁ ୨ହଜାର କୋଟି ଟଙ୍କା ମଞ୍ଜୁର

ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ସରକାରୀ କୋଭିଡ ହସ୍ପିଟାଲ ଗୁଡ଼ିକୁ ଭାରତରେ ନିର୍ମିତ ଭେଣ୍ଟିଲେଟର ଯୋଗାଇବା ଲାଗି ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିରୁ ୨ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଅର୍ଥରେ ୫୦ହଜାର ଭେଣ୍ଟିଲେଟର ନିର୍ମାଣ କରାଯିବ। ଏହାବ୍ୟତୀତ ବାସସ୍ଥାନକୁ ଫେରିଥିବା ଶ୍ରମିକମାନଙ୍କର କଲ୍ୟାଣ ଲାଗି ଆଉ ଅତିରିକ୍ତ ୧ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି।

୫୦ହଜାର ଭେଣ୍ଟିଲେଟର ମଧ୍ୟରୁ ୩୦ହଜାର ଭେଣ୍ଟିଲେଟର ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‍ ଦ୍ୱାରା ନିର୍ମାଣ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୨ହଜାର ୯୨୩ଟି ଭେଣ୍ଟିଲେଟର ଉତ୍ପାଦନ କରାଯାଇ ସାରିଲାଣି ଓ ସେଗୁଡ଼ିକ ମଧ୍ୟରୁ ୧ହଜାର ୩୪୦ଟି ଭେଣ୍ଟିଲେଟର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦିଆଯାଇଛି। ସେହି ଭେଣ୍ଟିଲେଟରଗୁଡ଼ିକୁ ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ, ବିହାର, କର୍ଣ୍ଣାଟକ ଓ ରାଜସ୍ଥାନ ଭଳି ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଇଛି। ଚଳିତମାସ ଶେଷସୁଦ୍ଧା ଆଉ ୧୪ହଜାର ଭେଣ୍ଟିଲେଟର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦିଆଯିବ।

- Advertisement -

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିଜ ବାସସ୍ଥାନକୁ ଫେରିଥିବା ଶ୍ରମିକମାନଙ୍କ ମଙ୍ଗଳ ପାଇଁ ଦିଆଯାଇଥିବା ୧ହଜାର କୋଟି ଟଙ୍କା ସେମାନଙ୍କ ପାଇଁ ବାସସ୍ଥାନ, ଖାଦ୍ୟ, ଚିକିତ୍ସା ଓ ପରିବହନ ବାବଦରେ ଖର୍ଚ୍ଚ କରାଯିବ। ସର୍ବାଧିକ ପରିମାଣର ଅର୍ଥ ମହାରାଷ୍ଟ୍ରକୁ ମିଳିଥିବା ବେଳେ ତାହା ପରକୁ ଉତ୍ତରପ୍ରଦେଶ ଓ ତାମିଲନାଡୁର ସ୍ଥାନ ରହିଛି। ମହାରାଷ୍ଟ୍ରକୁ ୧୮୧ କୋଟି ଟଙ୍କା ଦିଆଯାଇଥିବାବେଳେ ଉତ୍ତରପ୍ରଦେଶକୁ ୧୦୩କୋଟି ଟଙ୍କା ଓ ତାମିଲନାଡୁକୁ ୮୩କୋଟି ଟଙ୍କା ଦିଆଯାଇଛି। ଅନ୍ୟ ଯେଉଁ ରାଜ୍ୟମାନେ ଏହି ଅର୍ଥ ପାଇଛନ୍ତି ସେଗୁଡ଼ିକ ମଧ୍ୟରେ ଗୁଜୁରାଟ, ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଓ କର୍ଣ୍ଣାଟକ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories