www.samajalive.in
Sunday, December 7, 2025
26.1 C
Bhubaneswar

ରବିବାର ରାଶିଫଳ ୨୧। ୦୬। ୨୦୨୦

ମେଷ: ଦ୍ବିଜା ନକ୍ଷତ୍ର ଜାତବ୍ୟକ୍ତିଙ୍କୁ ମାନ୍ୟତା ପ୍ରାପ୍ତ ହେବେ। ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ। ଶାସ୍ତ୍ରାନୁରକ୍ତ ହେବେ। ସାଧୁସେବା କରିପାରନ୍ତି। ମହାନୁଭବୀ ହେବେ। ଅଶ୍ବିନୀ ଓ କୃତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ଯାତ୍ରାରେ ଖର୍ଚ୍ଚାନ୍ତ ହେବେ।
ବୃଷ: ରୋହିଣୀ ନକ୍ଷତ୍ର ଜାତବ୍ୟକ୍ତି ଆନନ୍ଦ ଉଲ୍ଲାସରେ ସମୟ ବିତାଇ ପାରନ୍ତି। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। ବ୍ୟବସାୟରେ ଲାଭବାନ୍‌ ହେବେ। କୃତ୍ତିକା ଓ ମୃଗଶିରା ନକ୍ଷତ୍ରଙ୍କ ସାମାନ୍ୟ ଫଳ।
ମିଥୁନ: ଆର୍ଦ୍ରା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଭଲ ଆୟ ହେବ। ଧନବାନ୍‌ ହୋଇପାରନ୍ତି। ଅପାର ଗୁଣର ଅଧିକାରୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ମିଷ୍ଟାନ୍ନ ଭୋଜନ ମିଳିବ। ମୃଗଶିରା ନକ୍ଷତ୍ରର ସାମାନ୍ୟ ଶୁଭ।
କର୍କଟ: ଅଶ୍ଳେଷା ଓ ପୁନର୍ବସୁ ନକ୍ଷତ୍ରଜାତ ବ୍ୟକ୍ତି ବନ୍ଧୁଙ୍କ ଦ୍ବାରା ସମ୍ମାନିତ ହେବେ। ପରାମର୍ଶଦାତା ହୋଇପାରନ୍ତି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ଅର୍ଥ ସଞ୍ଚୟ କରିପାରନ୍ତି। କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ। ପୁଷ୍ୟା ନକ୍ଷତ୍ରର ସାମାନ୍ୟ ଶୁଭ।
ସିଂହ: ପୂର୍ବା ଫାଲଗୁନୀ ନକ୍ଷତ୍ର ଜାତବ୍ୟକ୍ତିଙ୍କର ସ୍ବଇଚ୍ଛାରେ କାର୍ଯ୍ୟ କରିବାର ସୁଯୋଗ ସୃଷ୍ଟି ହୋଇଛି। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଗୃହକର୍ମ ମଙ୍ଗଳମୟ ହେବ। ସତ୍ୟାନୁରକ୍ତ ହେବେ। ବହୁ ସୁଖର ଅଧିକାରୀ ହେବେ। ମଘା ଓ ଉତ୍ତରାଫାଲ୍‌ଗୁନୀର ସାମାନ୍ୟ ଶୁଭ।
କନ୍ୟା: ହସ୍ତା ନକ୍ଷତ୍ର ଜାତବ୍ୟକ୍ତି କୁଳପ୍ରଧାନ ହେବେ। ପୁଣ୍ୟ ଅର୍ଜନ କରିପାରନ୍ତି। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ଗୌରବର ଅଧିକାରୀ ହେବେ। ପ୍ରଜ୍ଞାନୁରକ୍ତ ହୋଇପାରନ୍ତି। ଉତ୍ତରା ଫାଲଗୁନୀ ଓ ଚିତ୍ରା ନକ୍ଷତ୍ର ବ୍ୟକ୍ତି ସତର୍କରେ ଚଳିବେ।
ତୁଳା: ସ୍ବାତୀ ଓ ବିଶାଖା ନକ୍ଷତ୍ର ଜାତବ୍ୟକ୍ତିଙ୍କର କର୍ମ ତତ୍ପରତା ପ୍ରକାଶ ପାଇବ। ପାରିବାରିକ କ୍ଷେତ୍ରରେ ସୁଖ-ସମୃଦ୍ଧି ଆଶା କରାଯାଏ। ସ୍ଥଗିତ କାର୍ଯ୍ୟକୁ ତ୍ବରାନ୍ବିତ କରିପାରନ୍ତି। ସୁଖ ଶାନ୍ତିରେ ସମୟ ଅତିବାହିତ ହେବ। ଚିତ୍ରା ନକ୍ଷତ୍ରର ସାମାନ୍ୟ ଶୁଭ।
ବିଛା: ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ବହୁଧନର ଅଧିକାରୀ ହେବେ। ପୁତ୍ର ସୁଖ ମିଳିପାରେ। ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି। ସୁଖୀ ହେବେ। ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତି ଆଳସ୍ୟ ପରାୟଣ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ପାଇଁ ସତର୍କ ହେବେ।
ଧନୁ: ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଚାଲୁ ରହିଥିବା ଯୋଜନାବଦ୍ଧ କାର୍ଯ୍ୟ ଫଳଦାୟକ ହେବ। ବାଣିଜ୍ୟ କାରବାର ଉନ୍ନତମାନର ହେବ। କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ମୂଳା ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ପାଇବେ।
ମକର: ଶ୍ରବଣା ନକ୍ଷତ୍ର ଜାତବ୍ୟକ୍ତି ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସିଦ୍ଧି ପ୍ରାପ୍ତ ହେବେ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ପଡ଼ୋଶୀଙ୍କ ସହ ସଦ୍ଭାବନାର ସହ ଚଳିବେ। ଶତ୍ରୁ ଦମନ କରିପାରନ୍ତି। ଧନିଷ୍ଠା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭଫଳ।
କୁମ୍ଭ: ଶତଭିଷା ଓ ପୂର୍ବଭାଦ୍ରପଦ ନକ୍ଷତ୍ର ଜାତବ୍ୟକ୍ତି ମାନ୍ଦାଗତିରେ ଚାଲିଲେ ବି ଚାଲୁ ରହିଥିବା କାର୍ଯ୍ୟଟି ଫଳଦାୟକ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିଦ୍ୟାବାନ୍‌ ହେବେ। ଧନିଷ୍ଠା ନକ୍ଷତ୍ର ଜାତବ୍ୟକ୍ତିଙ୍କ ସାମାନ୍ୟ ଶୁଭଫଳ।
ମୀନ: ପୂର୍ବ ଭାଦ୍ର ପଦ ଓ ରେବତୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଦ୍ବିଜ ଉପରେ ଭକ୍ତିଭାବ ଉଦ୍ରେକ ହେବ। କର୍ମ ଉତ୍ସାହପ୍ରଦ ହୋଇପାରେ। ଶୁଭକାର୍ୟ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି। ଉତ୍ତର ଭାଦ୍ରପଦର ସାମାନ୍ୟ ଶୁଭଫଳ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories