www.samajalive.in
Sunday, December 7, 2025
13.1 C
Bhubaneswar

ନବରଙ୍ଗପୁରକୁ ମିଳିଲା କୃଷି ଓ କୃଷକର ବିକାଶ ପାଇଁ ସର୍ବଭାରତୀୟ “ପ୍ଳାନିଟମ୍‍ ସ୍କଚ୍‍ ପୁରସ୍କାର”

ନବରଙ୍ଗପୁର : ନବରଙ୍ଗପୁର ଜିଲାର ସାମାଜିକ ଓ ଅର୍ଥନୈତିକ ବିକାଶ ମଡେଲ ଜାତୀୟସ୍ତରର “ପ୍ଲାନିଟମ୍‍ ସ୍କଚ୍‍ ପୁରସ୍କାର” ପାଇଛି। ଅପରାହ୍ନରେ ନୂଆଦିଲ୍ଲୀରୁ ଭିଡିଓ କନଫେରେନ୍ସ ମାଧ୍ୟମରେ ସ୍କଚ୍‍ଗୃପ ପକ୍ଷରୁ ଜିଲାପାଳଙ୍କୁ ସୂଚନା ଦିଆଯାଇ ଶୁଭେଛା ଜଣାଇଥିଲେ। ଏହି ପୁରସ୍କାର ପାଇଁ ସର୍ବଭାରତୀୟସ୍ତରରେ ବିଭିନ୍ନଜିଲା ଭାଗ ନେଇଥିଲେ।ତେବେ ନବରଙ୍ଗପୁର ଜିଳାରେ କାର୍ଯ୍ୟକରୁଥିବା ପ୍ରକଳ୍ପ ଶ୍ରେଷ୍ଠ ହାସଲ କରିଥିଲା। ଯାହାକି ଅନ୍‍ଲାଇନ ମାଧ୍ୟମରେ ମାର୍କିଂ ହୋଇଥିଲା। ଏସଂପର୍କରେ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ସନ୍ଧ୍ୟାରେ  ଏକ ସାମ୍ବାଦିକ ସମ୍ମିଳନୀ ଡାକି ସବିଶେଷ ସୂଚନା ପ୍ରଦାନ କରିବା ସହ ଏହି ସମ୍ମାନଜନକ ଜାତୀୟ ପୁରସ୍କାର ପାଇଁ ଜିଲାବାସୀଙ୍କୁ ଶୁଭେଛା ଜଣାଇଥିଲେ।

ଜିଲାରେ କୃଷି ଓ କୃଷକର ବିକାଶ ପାଇଁ ଜିଲାରେ କାର୍ଯ୍ୟରତ ସମସ୍ତ କେନ୍ଦ୍ର ଓ ରାଜ୍ୟର କୃଷି ଗବେଷଣା ସଂସ୍ଥା, ଚାଷୀ,ଲୋକପ୍ରତିନିଧି, ସରକାରୀ ଅଧିକାରୀ ଓ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ କାରଣରୁ ଏହି ପୁରସ୍କାର ମିଳିପାରିଛି। ଆଗାମୀଦିନରେ ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଜିଲାର ଚାଷୀଙ୍କର ବିକାଶ ପାଇଁ ଏହି ମଡେଲ ପାଇବା ନବରଙ୍ଗପୁର ସାରା ଭାରତରେ ପ୍ରଥମ। ଜିଲାରେ କୃଷିର ବିକାଶ ପାଇଁ ୧୨ଟି କେନ୍ଦ୍ର ଓ ରାଜ୍ୟ ଅନୁସନ୍ଧାନ କେନ୍ଦ୍ର କର୍ଯ୍ୟକରୁଛନ୍ତି। ବିଞାନ ଓ ପ୍ରଯୁକ୍ତି ବିଦ୍ୟା କୈାଶଳ ବିନିଯୋଗରେ ଜିଲା ସାମାଜିକ ଓ ଅର୍ଥନୈତିକ ବିକାଶ ପ୍ରକଳ୍ପର କାର୍ଯ୍ୟାନ୍ୱୟନ କାର୍ଯ୍ୟ କରାଯାଉଛି।ବିଶେକେରି ଜିଲା କୃଷି ର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଥଇଚିା ଏଥିରେ ମତ୍ସ୍ୟ ଚାଷ ,ସୁଗନ୍ଧିତ ତୈଳ,ଔଷଧୀୟଗୁଳ୍ମ ଚାଷ, ବନଷ୍ପତି ଚାଷ ଓ ମିଶ୍ରିତଚାଷ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୂୁ ଦୂର କରିବା ପାଇଁ କାର୍ଯ୍ୟରତ ଅଛନ୍ତି।ଗବେଷଣାସଂସ୍ଥାମଧ୍ୟରେଆଇସିଏଆର,ସିଏସଆଇଆର,ଆଇସିଏମଆର,ଡିବିଟି,ସମେତ ରାଷ୍ଟ୍ରୀୟ ବନଷ୍ପତି ଗବେଷଣାସଂସ୍ଥା, କେନ୍ଦ୍ରୀୟପନିପରିବା ପରୀକ୍ଷା ସଂସ୍ଥା (ସିଏଚଇଏସ) କେନ୍ଦ୍ରୀୟ ପକ୍ଷୀ ଗବେଷଣା ସଂସ୍ଥାର କେନ୍ଦ୍ରୀୟ ଖାଦ୍ୟ ପ୍ରକ୍ରିୟାକରଣ ଗବେଷଣା ସଂସ୍ଥା (ସିଏଫଟିଆରଆଇ)ପ୍ରମୂଖ ସଂସ୍ଥାର ବୈଞାନିକ ମାନେ ଚାଷୀ ମାନଙ୍କୁ ସହଯୋଗ କରୁଛନ୍ତି। ଜିଲାର ଚାଷୀ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଉଦ୍ୟମ ଜାରିରହିଛି ବୋଲି କହିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories