www.samajalive.in
Sunday, December 7, 2025
26.1 C
Bhubaneswar

ବିବାଦୀୟ ମାନଚିତ୍ର ସମ୍ବନ୍ଧିତ ବିଲକୁ ନେପାଳ ରାଷ୍ଟ୍ରପତିଙ୍କ ଅନୁମୋଦନ

ସମାଜ ପୋର୍ଟାଲ ଡେସ୍କ: ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଗୁରୁବାର ଦିନ ସେଠାକାର ସଂସଦରେ ପାରିତ ହୋଇଥିବା ବିବାଦୀୟ ନୂତନ ମାନଚିତ୍ର ସମ୍ବନ୍ଧିତ ସମ୍ବିଧାନ ସଂଶୋଧନ ବିଲକୁ ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ରାଷ୍ଟ୍ରପତି ବିଦ୍ୟା ଦେବୀ ସମ୍ବିଧାନର ଧାରା ୨୭୪ (୧୦)ରେ କରାଯାଇଥିବା ସଂଶୋଧନକୁ ଅନୁମୋଦନ କରିଛନ୍ତି।

ବିବାଦୀୟ ମାନଚିତ୍ରରେ ଭାରତର କଳାପାଣି, ଲିପୁଲେଖ ଏବଂ ଲିମ୍ପିୟାଧୁରା ଅଞ୍ଚଳକୁ ନେପାଳ ଅନ୍ତର୍ଭୁକ୍ତ କରିଛି। ଭାରତ ଏହି ସଂଶୋଧିତ ମାନଚିତ୍ରକୁ ଅଗ୍ରାହ୍ୟ କରି କହିଛି ଯେ ନୂତନ ମାନଚିତ୍ର ଐତିହାସିକ ତଥ୍ୟ ଏବଂ ପ୍ରମାଣ ଉପରେ ଆଧାରିତ ନୁହେଁ। ନେପାଳ ସଂସଦର ଜାତୀୟ ଆସେମ୍ବ୍ଲି ସର୍ବସମ୍ମତି କ୍ରମେ ଏହି ସଂଶୋଧନ ବିଲକୁ ମଞ୍ଜୁରୀ ଦେଇଛି। ଏହି ପ୍ରସ୍ତାବ ସପକ୍ଷରେ ମୋଟ ୫୭ଟି ଭୋଟ୍ ପଡିଥିଲା ଏବଂ କେହି ଏହାର ବିରୋଧ କରିନଥିଲେ। ନେପାଳର ଉପର ସଦନରେ ମୋଟ ୫୯ଟି ଆସନ ମଧ୍ୟରୁ ଗୋଟିଏ ଖାଲି ଥିବାବେଳେ କେବଳ ନିର୍ଣ୍ଣାୟକ ନିଷ୍ପତ୍ତି କ୍ଷେତ୍ରରେ ଗୃହର ଅଧ୍ୟକ୍ଷ ଭୋଟ୍ ଦେଇପାରିବେ ବୋଲି ନିୟମ ରହିଛି। ଗତ ସପ୍ତାହରେ ସେଠାକାର ଲୋକସଭାରେ ଏହି ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ପାରିତ କରାଯାଇ ଉପର ସଦନକୁ ପଠାଯାଇଥିଲା। ଭାରତ କହିଛି ଯେ ମାନଚିତ୍ରରେ କରାଯାଇଥିବା ସଂଶୋଧନ ଐତିହାସିକ ତଥ୍ୟ ଏବଂ ପ୍ରମାଣ ଉପରେ ଆଧାରିତ ନୁହେଁ ଏବଂ ଏହା ସୀମା ପ୍ରସଙ୍ଗ ଆଲୋଚନା ଶୀର୍ଷକ ବୁଝାମଣାର ଉଲ୍ଲଂଘନ କରୁଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories