www.samajalive.in
Sunday, December 7, 2025
23.1 C
Bhubaneswar

ଗାଲୱାନ ଉପତ୍ୟକା ସଂଘର୍ଷ : ଚୀନ୍ ସେନାର କମାଣ୍ଡିଂ ଅଫିସର ନିହତ

-ଗାଲୱାନ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷରେ ଚୀନ୍‌ର ଭାରତ ଅପେକ୍ଷା ଅଧିକ କ୍ଷତି ହୋଇଛି
-ହିଂସାତ୍ମକ ସଂଘର୍ଷରେ ଚୀନ୍ ୟୁନିଟ୍ କମାଣ୍ଡିଂ ଅଫିସର ନିହତ ହୋଇଛନ୍ତି
-ଆହତ ତଥା ମୃତ୍ୟୁବରଣ କରିଥିବା ଚୀନ୍ ସୈନିକଙ୍କ ସଂଖ୍ୟା ୪୦ରୁ ଅଧିକ
-ତିନି ସେନା ମୁଖ୍ୟ ଏବଂ ସିଡିଏସ୍ ଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ : ଭାରତ ଏବଂ ଚୀନ୍ ମଧ୍ୟରେ ପୂର୍ବ ଲଦାଖ ସୀମାରେ ଥିବା ଗାଲୱାନ ଉପତ୍ୟକାରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଚୀନ୍ ବହୁତ କ୍ଷତି ସହିଛି। ଏହି ସଂଘର୍ଷରେ ଚୀନ୍ ୟୁନିଟ୍ କମାଣ୍ଡିଂ ଅଫିସର ମଧ୍ୟ ପ୍ରାଣ ହରାଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ଗାଲୱାନ ଭ୍ୟାଲିରେ ହୋଇଥିବା ସଂଘର୍ଷରେ ନିହତ ହୋଇଥିବା ଚୀନ୍ ସୈନିକ ନିକମାନଙ୍କ ମଧ୍ୟରେ ଚୀନ୍ ୟୁନିଟ୍ ର କମାଣ୍ଡିଂ ଅଫିସର ଥିଲେ। ମିଳିଥିବା ସୂଚନା ଅନୁଯାୟୀ, ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ହୋଇଥିବା ସଂଘର୍ଷରେ ୪୩ ଜଣ ଚୀନ୍ ସୈନିକ ମୃତ୍ୟୁବରଣ କରିଛନ୍ତି କିମ୍ବା ଗୁରୁତର ଆହତ ହୋଇଛନ୍ତି।

- Advertisement -

ଭାରତ ଅପେକ୍ଷା ଚୀନ୍ ଅଧିକ କ୍ଷତି ସହିଛି

ଏହି ସଂଘର୍ଷରେ ଚୀନ୍ ଭାରତ ଅପେକ୍ଷା ଅଧିକ କ୍ଷତି ସହିଛି ବୋଲି ସୂତ୍ରରୁ ପ୍ରକାଶ। ସୂତ୍ରରୁ ପ୍ରକାଶ ଯେ ଜୁନ୍ ୧୫-୧୬ ରାତିରେ ଏହି ସଂଘର୍ଷରେ ଚୀନ୍ ବହୁତ ବଡ଼ କ୍ଷତି ସହିଛି। ଏହି ସଂଘର୍ଷରେ ସାମିଲ ହୋଇଥିବା ସୈନିକମାନେ ଚୀନର ମୃତାହତଙ୍କ ସଂଖ୍ୟା ବିଷୟରେ କହିଥିଲେ।

ଆହତ ତଥା ମୃତ୍ୟୁ ଘଟିଥିବା ଚୀନ୍ ସୈନିକଙ୍କ ସଂଖ୍ୟା ୪୦ରୁ ଅଧିକ

ସୂତ୍ରରୁ ପ୍ରକାଶ ଯେ ଉଭୟ ମୃତ ଓ ଆହତଙ୍କ ପ୍ରକୃତ ସଂଖ୍ୟା କହିବା କଷ୍ଟକର, କିନ୍ତୁ ଏହି ସଂଖ୍ୟା ୪୦ରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏଥି ସହ ଚୀନ୍ ମଧ୍ୟ ଭାରତ ସହ ହିଂସାତ୍ମକ ସଂଘର୍ଷର ସମ୍ମୁଖୀନ ହୋଇଥିବା ସ୍ୱୀକାର କରିଛି। ଚୀନ୍ ଅଭିଯୋଗ କରିଛି ଯେ ଭାରତୀୟ ସୈନ୍ୟମାନେ ଦୁଇଥର ବେଆଇନ ଭାବେ ସୀମା ପାର କରି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିବା ସହ ଆକ୍ରମଣ କରିଥିଲେ।
ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ଘଟଣାକୁ ନେଇ ଭାରତ ନିକଟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ତେବେ ଏହି ସଂଘର୍ଷରେ ତାଙ୍କର କେତେ ଜଣ ସୈନିକଙ୍କର ମୃତ୍ୟୁ ହୋଇଛି ସେ ପ୍ରକାଶ କରି ନାହାଁନ୍ତି।

ତିନି ସେନା ମୁଖ୍ୟ ଏବଂ ସିଡିଏସଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ

ସୂତ୍ରରୁ ପ୍ରକାଶ ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ତିନି ସେନା ମୁଖ୍ୟ (ସ୍ଥଳସେନା, ନୌସେନା ଏବଂ ବାୟୁସେନା) ଏବଂ ଚିଫ୍ ଅଫ୍ ଡିପେନ୍ସ ଷ୍ଟାଫଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି। ସେ ବର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ମଧ୍ୟ କଥା ହୋଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories