www.samajalive.in
Sunday, December 7, 2025
13.1 C
Bhubaneswar

ଗୋପବନ୍ଧୁ କୋଭିଡ୍‌ ଚିକିତ୍ସାଳୟ ଲୋକାର୍ପିତ

ଗୁରୁଡ଼ିଝାଟିଆ : ଆଠଗଡ଼ ମାଧବପୁରଠାରେ ପ୍ରତିଷ୍ଠିତ ୧୫୦ରୁ ଊର୍ଦ୍ଧ୍ବ ଶଯ୍ୟା ବିଶିଷ୍ଟ କୋଭିଡ୍‌ ଚିକିତ୍ସାଳୟ ଓ ପାଞ୍ଚ ଶଯ୍ୟାର ଆଇସିୟୁ ଲୋକାର୍ପିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣା, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହାକୁ ଲୋକାର୍ପଣ କରି କହିଥିଲେ ଜିଲାରେ କୋଭିଡ ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଦେବା ଲାଗି ଗୋପବନ୍ଧୁ କୋଭିଡ ଚିକିତ୍ସାଳୟ ଜିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଚିକିତ୍ସାଳୟର ପରିବେଶ ଓ କୋଭିଡ୍‌ ଚିକିତ୍ସା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ବେଶ୍ ଉନ୍ନତମାନର ଅଟେ। ଜିଲାର ଆଠଗଡ, ବାଙ୍କି, ବଡମ୍ବା,ନରସିଂହପୁର, ସାଲେପୁର, ନିଶ୍ଚିନ୍ତକୋଇଲି ଆଦି ଅଞ୍ଚଳର ରୋଗୀମାନେ ଏଠାରେ ଚିକିତ୍ସା ପାଇପାରିବେ। ଏହି ଚିକିତ୍ସାଳୟ ଜିଲାର ବୃହତ୍‌ ଓ ସର୍ବଶ୍ରେଷ୍ଠ କୋଭିଡ ଚିକିତ୍ସାଳୟ।

Image : Samajalive.in

ସାଂସଦ ଭର୍ତ୍ତୃହରି ମହତାବ ଲୋକାର୍ପଣ ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଗୋପବନ୍ଧୁ କୋଭିଡ ଚିକିତ୍ସାଳୟ ଜିଲାର ବୃହତ୍‌ କୋଭିଡ ଚିକିତ୍ସାଳୟ। ରାଜ୍ୟସ୍ତରୀୟ କୋଭିଡ ଚିକିତ୍ସାଳୟ ଭାବରେ ଏଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ରହିଛି। ଯାହାକି କରୋନା ରୋଗୀଙ୍କ ପାଇଁ ସର୍ବୋତ୍କୃଷ୍ଟ ସେବା ଯୋଗାଇଦେବ ବୋଲି ସାଂସଦ ଶ୍ରୀ ମହତାବ ମତପ୍ରକାଶ କରିଥିଲେ। ‘ସମାଜ’ ଓ ଲୋକ ସେବକ ମଣ୍ଡଳ ଉନ୍ନତମାନର ଚିକିତ୍ସାଳୟ ପ୍ରତିଷ୍ଠା କରିଥିବାରୁ କୋଭିଡ ମହାମାରୀ ସମୟରେ ସରକାର ଏହାକୁ ଉପଯୋଗ କରିପାରିଛନ୍ତି। ଏଣୁ ପ୍ରତିଷ୍ଠାନ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ। ଏପରିକି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓ ସାଂସଦ ଶ୍ରୀ ମହତାବ ଆଇସିୟୁରେ କର୍ତ୍ତବ୍ୟରତ ଚିକିତ୍ସକଙ୍କଠାରୁ କିଭଳି ରୋଗୀଙ୍କୁ ଉନ୍ନତମାନର ଚିକିତ୍ସାସେବା ଉପଲବ୍ଧ କରାଯାଇପାରିବ ସେ ସମ୍ପର୍କରେ ବିଶଦ ଭାବରେ ପଚାରି ବୁଝିଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ନିରଞ୍ଜନ ରଥ ମନ୍ତ୍ରୀ ଶ୍ରୀ ସ୍ୱାଇଁ, ସାଂସଦ ଶ୍ରୀ ମହତାବଙ୍କ ସହିତ ସମସ୍ତ ଆଗନ୍ତୁକ ଅତିଥିଙ୍କୁ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରିବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ। ବିଶେଷତଃ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନିଷ୍ଠା,ଏକାଗ୍ରତା ଓ ଅନୁଷ୍ଠାନ ପ୍ରତି ଶ୍ରଦ୍ଧାକୁ ଶ୍ରୀ ରଥ ସାଧୁବାଦ
ଜଣାଇଥିଲେ।

- Advertisement -
Image : Samajalive.in

ଏହି ଲୋକାର୍ପଣ ଉତ୍ସବରେ ଲୋକସେବକ ମଣ୍ଡଳ କଟକ ଶାଖା ସମ୍ପାଦକ ଡଃ ପ୍ରଭାସ ଆଚାର୍ଯ୍ୟ, ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ, କଟକ ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ର, ଆଠଗଡ଼ ଉପ-ଜିଲାପାଳ ଅଜାମ୍ବର ମହାନ୍ତି, ତହସିଲଦାର ତପନ କୁମାର ଖୁଣ୍ଟିଆ, ଆଠଗଡ ଉପଖଣ୍ଡ ଚିକିତ୍ସାଳୟ ସୁପରିନ୍‌ଟେଣ୍ଡେଣ୍ଟ ତଥା କୋଭିଡ ଚିକିତ୍ସାଳୟ ଦାୟିତ୍ୱରେ ଥିବା ଡାକ୍ତର ବିଜୟ କୁମାର ମିଶ୍ର, ‘ସମାଜ’ ରିଲିଫ କମିଟି ସଦସ୍ୟ ଭବାନୀ ପ୍ରସାଦ ମିଶ୍ରଙ୍କ ସହିତ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ରହିଥିଲେ। ପ୍ରକାଶଯୋଗ୍ୟ ସାଂସଦ ଶ୍ରୀ ମହତାବ ଓ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ସାଂସଦ ପାଣ୍ଠିରୁ ୫ଶଯ୍ୟା ବିଶିଷ୍ଟ ଆଇସିୟୁ ନିର୍ମିତ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories