www.samajalive.in
Sunday, December 7, 2025
14.1 C
Bhubaneswar

ସୁସ୍ଥ ଜୀବନଶୈଳୀରେ କୋଲେଷ୍ଟୋରଲ୍‌ର ଭୂମିକା

ବିଶେଷଜ୍ଞଙ୍କ ମତରେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ପୋଷକତତ୍ତ୍ବ ଭରପୂର ଖାଦ୍ୟର ଭୂମିକା ସବୁଠୁ ଗୁରୁତ୍ବପୂର୍ଣ୍ଣ। ତେଲମସଲା ଖାଦ୍ୟ ତଥା ଫାଷ୍ଟଫୁଡ୍ ଭୋଜନ ଅଧିକ କଲେ, ଶରୀର କ୍ରମଶଃ ଦୁର୍ବଳ ହୋଇଥାଏ। କୋଲେଷ୍ଟୋରଲ୍‌ ସ୍ତର ନିୟନ୍ତ୍ରଣରେ ରହିବା ଜରୁରୀ। ଆଜିକାଲି ଅଧିକାଂଶ ଲୋକ ନିଜ ମନମୁତାବକ ଖାଦ୍ୟ ତାଲିକା ପ୍ରସ୍ତୁତ କରି ଭୋଜନ କରୁଛନ୍ତି। ନିୟମ ମାନି ଚଳିବା ସତ୍ତ୍ବେ ସେମାନେ ରୋଗାକ୍ରାନ୍ତ ହେଉଥିବାର ଅଭିଯୋଗ ମଧ୍ୟ ଆସୁଛି। ଏ ବାବଦରେ ଆମେରିକୀୟ ଖାଦ୍ୟ ବିଶେଷଜ୍ଞ ଲାରା କେର୍‌୍ କେତୋଟି ଉପଦେଶ ଦେଇଛନ୍ତି।
-ହୃଦ୍‌ରୋଗ, ରକ୍ତଚାପ, ମଧୁମେହ ଆଦି ରୋଗୀ ନିଜ ଖାଦ୍ୟପାନୀୟ ପ୍ରତି ସତର୍କ ରହିବା ଜରୁରୀ। କୋଲେଷ୍ଟୋରଲ୍‌ ଦୁଇ ପ୍ରକାରର ବୋଲି ବିଶେଷଜ୍ଞଙ୍କ ମତ। ଉତ୍ତମ(ଗୁଡ଼୍) ଓ ଅନିଷ୍ଟକାରୀ(ବ୍ୟାଡ୍) କୋଲେଷ୍ଟୋରଲ୍, ସୁସ୍ଥ ରହିବା ପାଇଁ କେତେକ ବର୍ଗର ଲୋକ ଠିକ୍ ପଦକ୍ଷେପ ନେଇପାରିନଥାନ୍ତି।
-ଲୋକେ ଖାଦ୍ୟ ବିଶେଷଜ୍ଞଙ୍କ ପରାମର୍ଶରେ ହିଁ ବିଭିନ୍ନ ପ୍ରକାରର ଭୋଜନ କରିବା ଉଚିତ। ଇଣ୍ଟରନେଟ୍ କିମ୍ବା ଅନ୍ୟ କାହାର ଉପଦେଶରେ ଖାଦ୍ୟ ତାଲିକା ପ୍ରସ୍ତୁତ କଲେ ବରଂ ରୋଗାକ୍ରାନ୍ତ ହେବାର ଭୟ ରହିଛି।
-ଗୁଡ୍ କୋଲେଷ୍ଟୋରଲ୍‌ ଶରୀରକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇନଥାଏ। ଦୈନିକ ଗଜା ମୁଗ, ବିଭିନ୍ନ ପ୍ରକାରର ଡାଲି, ମାଛ, ଅଲିଭ ତେଲ ପ୍ରସ୍ତୁତ ସାଲାଡ୍, ଅଣ୍ଡା ଖାଇଲେ ଆବଶ୍ୟକ ପରିମାଣରେ ପୋଷକତତ୍ତ୍ବ ମିଳେ।
-ଅନ୍ୟପାଖେ ରେସ୍ତୋରାଁ ଖାଦ୍ୟ ଓ ଫାଷ୍ଟଫୁଡ୍ ଖାଇବାକୁ ବନ୍ଦ କରନ୍ତୁ। ମାସକୁ ଥରୁଟିଏ ଆପଣ ଖାଇପାରନ୍ତି। ହେଲେ ନିୟମିତ ଖାଇଲେ ଶରୀରରେ ବ୍ୟାଡ୍ କୋ​‌େ​‌ଲଷ୍ଟୋରଲ୍‌ର ସ୍ତର ବୃଦ୍ଧି ପାଇ ହୃଦ୍‌ରୋଗର ଆଶଙ୍କା ବଢ଼େ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories