www.samajalive.in
Sunday, December 7, 2025
13.1 C
Bhubaneswar

ସରକାରଙ୍କ ଲକ୍ଷ୍ୟକୁ ଟପିଗଲାଣି ପ୍ରବାସୀଙ୍କ ଆଗମନ, ଫେରିଲେଣି ୫.୪୦ ଲକ୍ଷ ; ତଥାପି ଥମୁନି ପଞ୍ଜୀକରଣ

ଭୁବନେଶ୍ବର : କୋଭିଡ଼-୧୯କୁ ନେଇ ସରକାରଙ୍କ ପକ୍ଷରୁ ପ୍ରବାସୀ ଓଡ଼ିଆମାନଙ୍କୁ ଫେରାଇ ଆଣିବା ପାଇଁ ଏପ୍ରିଲରେ ଯେଉଁ ୫ ଲକ୍ଷ୍ୟର ଟାର୍ଗେଟ କରାଯାଇଥିଲା ତାହା ଏବେ ଟପିଗଲାଣି। ଏମିତିକି ଲକ୍ଷ୍ୟଠାରୁ ପ୍ରାୟ ୪୦ହଜାର ଅଧିକ ପ୍ରବାସୀ ଫେରି ସାରିଲେଣି ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି। ହେଲେ ବାସ୍ତବିକ ଏହି ସଂଖ୍ୟା ପ୍ରାୟ ଦୁଇଗୁଣରୁ ଅଧିକ ହେବ ବୋଲି ବେସରକାରୀ ଭାବେ ଆକଳନ କରାଯାଉଛି। ଏବେ ଏହି ସଂଖ୍ୟକ ପ୍ରବାସୀଙ୍କ ଜୀବନ ଓ ଜୀବିକାକୁ ନେଇ ସରକାର ଦୋଛକିରେ ପଡିଛନ୍ତି। କିଭଳି ଏତେ ସଂଖ୍ୟକ ପ୍ରବାସୀଙ୍କୁ ଥଇଥାନ କରିବେ ଏବଂ ଜୀବନଜୀବିକାକୁ ସୁରକ୍ଷିତ ରଖିବେ ସେହି ଚିନ୍ତା ଘାରିଛି। ଏହି ପରିପ୍ରେକ୍ଷୀରେ ପ୍ରବାସୀଙ୍କ ଓଡ଼ିଶା ଫେରିବା ବାଟ ବନ୍ଦ ହେଉନାହିଁ। ଓଡ଼ିଶାକୁ ଫେରିବାପାଇଁ ଦିନକୁ ଦିନ ପ୍ରବାସୀଙ୍କ ପଞ୍ଜୀକରଣ ସଂଖ୍ୟା ବଢ଼ି ଚାଲିଛି। ଇତିମଧ୍ୟରେ ୧୬ଲକ୍ଷରୁ ଊର୍ଦ୍ଧ୍ବ ପ୍ରବାସୀ ପଞ୍ଜୀକରଣ କରିଥିବାବେଳେ ଗତ ସପ୍ତାହରେ ବିଏମସିରେ ପଞ୍ଜୀକରଣ ସଂଖ୍ୟା ବଢ଼ୁଥିବା ଏକ ରିପୋର୍ଟରୁ ଜଣାଯାଇଛି।
ଅନ୍ୟପକ୍ଷରେ ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ତାମିଲନାଡୁ ଓ କର୍ଣ୍ଣାଟକ ଭଳି ରାଜ୍ୟରେ କରୋନା ସଙ୍କଟ ବଢ଼ି ଚାଲିଛି। ଯେଉଁଥିପାଇଁ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛି। କେତେକ ରାଜ୍ୟରେ ପରିସ୍ଥିତି ସଙ୍ଗିନ ହେବା ଯୋଗୁଁ ସ୍ବାସ୍ଥ୍ୟସଚିବଙ୍କୁ ବଦଳି କରାଯାଇଥିବାବେଳେ ଆଉ କେତେକ ରାଜ୍ୟରେ ଅବସ୍ଥା ଉପରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ପାଉନାହିଁ। ଏହି ପରିପ୍ରେକ୍ଷୀରେ ପ୍ରବାସୀମାନେ ଓଡ଼ିଶା ଫେରିବାପାଇଁ ଏବେ ବ୍ୟଗ୍ର ହେଉଛନ୍ତି। ପୂର୍ବରୁ ଗଞ୍ଜାମ, ବଲାଙ୍ଗୀର ଭଳି ଜିଲାରେ ଏହି ସଂଖ୍ୟା ବେଶ ଅଧିକ ଥିବାବେଳେ ଏବେ ରାଜଧାନୀ ଭୁବନେଶ୍ବର ଫେରିବାପାଇଁ ବହୁ ପ୍ରବାସୀ ଇଚ୍ଛା ପ୍ରକାଶ କରୁଥିବା ସରକାରୀ ତଥ୍ୟରୁ ଜଣାଯାଇଛି। ରାଜ୍ୟକୁ ଇତିମଧ୍ୟରେ ୫ଲକ୍ଷ ୩୮ହଜାର ୯୩୭ ପ୍ରବାସୀ ଫେରି ସାରିଲେଣି। ସେଥିମଧ୍ୟରେ ଆଜିର ୧୩ହଜାର ୩୭୦ ପ୍ରବାସୀ ରହିଛନ୍ତି। ବଡକଥା ହେଲା ରାଜଧାନୀ ଫେରିବା ପାଇଁ ପ୍ରବାସୀଙ୍କ ପଞ୍ଜୀକରଣ ହାର ବଢ଼ୁଛି।
କେବଳ ବିଏମସିରେ ଜୁନ୍ ୩ ତାରିଖ ସୁଦ୍ଧା ୧୦,୬୬୧ ପ୍ରବାସୀ ପଞ୍ଜୀକରଣ କରିଥିବାବେଳେ ଏହାର ୧୦ ଦିନ ପରେ ପଞ୍ଜୀକରଣ ସଂଖ୍ୟା ବୃଦ୍ଧି ପାଇ ପ୍ରାୟ ୧୧,୩୨୦ରେ ପହଞ୍ଚିଛି। ଅର୍ଥାତ ଏହି ୧୦ଦିନ ମଧ୍ୟରେ ୬୫୯ଜଣ କେବଳ ଗୋଟିଏ ସହରକୁ ଫେରିବା ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୨,୧୬୮ ପ୍ରବାସୀ ଫେରି ସାରିଲେଣି। ୫୦୧ଜଣ କେବଳ ଟ୍ରେନ ଯୋଗେ ଆସିଥିବାବେଳେ ୮୫୨ ବିମାନରେ ଏବଂ ୮୧୫ଜଣ ବସ୍ ଓ ଅନ୍ୟାନ୍ୟ ଯାନବାହାନରେ ଫେରିଛନ୍ତି। ୨୦୩୧ ହୋମ୍ କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ରହିବା ସହ ୪୬ ନିଜସ୍ବ ଖର୍ଚ୍ଚ ବଳରେ ବିଭିନ୍ନ ହୋଟେଲରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ଏବେ ୮୮୦ ଜଣ କ୍ବାରେଣ୍ଟାଇନ ଅବଧି ଶେଷ କରି ଘରକୁ ଫେରିଛନ୍ତି।
ବିଏମସିର ଜନୈକ ଡେପୁଟି କମିଶନରଙ୍କ ସୂଚନା ଅନୁଯାୟୀ ଯେଉଁ ପ୍ରବାସୀ ସହରକୁ ଫେରୁଛନ୍ତି ସେମାନଙ୍କୁ ବିଏମସି ପକ୍ଷରୁ ରେଲୱେ ଷ୍ଟେସନ ଏବଂ ଏୟାରପୋର୍ଟରୁ ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଛି। ଏହାବାଦ୍ ଯେଉଁମାନଙ୍କର ଘରେ ରହିବା ପାଇଁ ସ୍ବତନ୍ତ୍ର ସୁବିଧା ରହିଛି ସେମାନଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଉଛି।

ଆଜି ୟୁଏଇରୁ ଆସିବେ ପ୍ରବାସୀ ଓଡ଼ିଆ
ଭୁବନେଶ୍ବର :  ୟୁନାଇଟେଡ୍ ଆରବ୍ ଏମିରେଟ୍ସ (ୟୁଏଇ)ରୁ ପ୍ରବାସୀ ଓଡ଼ିଆ ରବିବାର ଆସି ଭୁବନେଶ୍ବରରେ ପହଞ୍ଚିବେ। ଆସନ୍ତାକାଲି ସକାଳେ ଏକ ଚାଟାର୍ଡ ବିମାନ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ସାରଜାହାରୁ ଭୁବନେଶ୍ୱର ଅଭିମୁଖେ ଉଡ଼ାଣ କରିବ। ଏହା ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବ। ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏହି ବିମାନରେ ଓଡ଼ିଆ ଝିଅ ମଧୁସ୍ମିତା ପଟ୍ଟନାୟକ ପାଇଲଟ ଥିବା ଜଣାପଡ଼ିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories