www.samajalive.in
Sunday, December 7, 2025
14.1 C
Bhubaneswar

ପୂଜାରା, ରାହୁଲ, ଜାଡ଼େଜାଙ୍କୁ ନାଡାର ନୋଟିସ୍‍

ଚଣ୍ଡିଗଡ଼ : ଭାରତୀୟ କ୍ରିକେଟ୍‍ କଣ୍ଟ୍ରୋଲ୍‍ ବୋର୍ଡ (ବିସିସିଆଇ)ର କେନ୍ଦ୍ରୀୟ ଚୁକ୍ତିରେ ସାମିଲ ହୋଇଥିବା ୫ ଜଣ ଆନ୍ତର୍ଜାତିକ କ୍ରିକେଟରଙ୍କୁ ଜାତୀୟ ଡୋପିଙ୍ଗ୍‍ ନିରୋଧ ସଂସ୍ଥା (ନାଡା) ନୋଟିସ୍‍ ଜାରିକରିଛି। ଏମାନଙ୍କ ମଧ୍ୟରେ ଭାରତୀୟ ପୁରୁଷ କ୍ରିକେଟ୍‍ ଦଳର ୩ ଜଣ ଖେଳାଳି ଥିବା ବେଳେ ମହିଳା କ୍ରିକେଟ୍‍ ଦଳର ୨ ଜଣ ଖେଳାଳି ଅଛନ୍ତି। ଏହି ପୁରୁଷ କ୍ରିକେଟର୍‍ମାନେ ହେଲେ ଚେତେଶ୍ୱର ପୂଜାରା, କେ.ଏଲ୍‍. ରାହୁଲ ଓ ରବୀନ୍ଦ୍ର ଜାଡ଼େଜା। ଦୁଇ ଆନ୍ତର୍ଜାତିକ ମହିଳା କ୍ରିକେଟର ହେଲେ ଦୀପ୍ତି ଶର୍ମା ଓ ସ୍ମୃତି ମାନ୍ଧାନା। ଏହି ୫ କ୍ରିକେଟର ସେମାନଙ୍କ ଅବସ୍ଥିତି ବା କେଉଁଠାରେ ଅଛନ୍ତି ବୋଲି ନାଡାକୁ ଜବାବ ନ ଦେବାରୁ ସେମାନଙ୍କୁ ଏହି ନୋଟିସ୍‍ ଦିଆଯାଇଛି ବୋଲି ନାଡା ପକ୍ଷରୁ କୁହାଯାଇଛି।
ପୂର୍ବରୁ ଏକାଥରକେ ୫ ଜଣ କ୍ରିକେଟରଙ୍କୁ ନାଡା ପକ୍ଷରୁ ନୋଟିସ୍‍ ଦିଆ ଯାଇନଥିଲା। ତେଣୁ ଏହାକୁ ନେଇ ବିସିସିଆଇ ଅସୁବିଧାରେ ପଡ଼ିଯାଇଛି। ଏହି କ୍ରିକେଟରଙ୍କୁ ଦୋଷମୁକ୍ତ କରିବା ପାଇଁ ଆଗକୁ ବଢ଼ିଛି ବିସିସିଆଇ। ଏହା ଜଣାଇଛି ଯେ ପାସ୍‍ୱାର୍ଡରେ ତ୍ରୁଟିଥିବାରୁ ଏହି ୫ କ୍ରିକେଟର ସେମାନଙ୍କ ଅବସ୍ଥିତି ନାଡାକୁ ଜଣାଇବାରେ ବିଳମ୍ବ ଘଟିଥିଲା। ଦେଶରେ କ୍ରୀଡ଼ାକୁ ଡୋପିଙ୍ଗ୍‍ମୁକ୍ତ କରିବା ପାଇଁ ନାଡା ପ୍ରୟାସ କରୁଛି। କିଛିମାସ ତଳେ ନାଡା ଦେଶର ବିଭିନ୍ନ କ୍ରୀଡ଼ାର ୧୧୦ ଜଣ କ୍ରୀଡ଼ାବିତ୍‍ଙ୍କ ଡୋପ୍‍ ପରୀକ୍ଷା କରିବା ଲାଗି ଏକ ତାଲିକା ପ୍ରସ୍ତୁତ କରିଥିଲା। ଊକ୍ତ କ୍ରୀଡ଼ାବିତ୍‍ଙ୍କୁ ସେମାନଙ୍କ ଅବସ୍ଥିତି ଜଣାଇବା ପାଇଁ ନାଡା ନିର୍ଦେଶ ଦେଇଥିଲା। ସେଥିରୁ ଅଧିକାଂଶ କ୍ରୀଡ଼ାବିତ୍‍ ସେମାନଙ୍କ ଅବସ୍ଥିତି ଜଣାଇଥିବା ବେଳେ ଉପରୋକ୍ତ ୫ କ୍ରିକେଟରଙ୍କ ସହ ଅଳ୍ପ କିଛି କ୍ରୀଡ଼ାବିତ୍‍ ଏପରି କରିନଥିଲେ। ଫଳରେ ସେମାନଙ୍କୁ ନୋଟିସ୍‍ ଜାରି କରାଯାଇଛି। ଏହା ବିଷୟରେ ନାଡାର ମହାନିର୍ଦେଶକ ନବୀନ ଅଗ୍ରୱାଲ ଜଣାଇଛନ୍ତି, ୫ ଜଣ କ୍ରିକେଟର କାହିଁକି ସେମାନଙ୍କ ଅବସ୍ଥିତି ବିଷୟରେ ନାଡାକୁ ଜଣାଇ ନାହାନ୍ତି; ତା’ର କାରଣ ବିସିସିଆଇ ଆମକୁ ଜଣାଇ ସାରିଛି। ଅବସ୍ଥିତି ଫର୍ମ ପୂରଣ କରିବାର ୨ଟି ରାସ୍ତା ରହିଛି। ଏହାର ଏକ ନିର୍ଦିଷ୍ଟ ସଫ୍‍ଟୱେୟାର ରହିଛି। ଖେଳାଳି ନିଜେ କିମ୍ବା ସେମାନଙ୍କର ଆସୋସିଏସନ୍‍ ଏହା କରିଥାଆନ୍ତି।
ଦୁଃଖର କଥା ଯେ କିଛି ରାଜ୍ୟ କ୍ରୀଡ଼ା ଆସୋସିଏସନ୍‍ ଏବଂ ଜାତୀୟ କ୍ରୀଡ଼ା ମହାସଂଘ ସେମାନଙ୍କ ଖେଳାଳିଙ୍କୁ ଏହି ଅବସ୍ଥିତି ଫର୍ମ କିପରି ପୂରଣ କରାଯିବ ଏବଂ କିପରି ଏହାକୁ ସଠିକ୍‍ ସମୟରେ କରାଯିବ; ତାହା ଶିଖାଇବା କଥା। ଅନ୍ୟ କ୍ରୀଡ଼ା ତୁଳନାରେ କ୍ରିକେଟରମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅଧିକ। ତଥାପି ସେମାନେ ମଧ୍ୟ ଏଥିରେ ତ୍ରୁଟି କରିଥାଆନ୍ତି।
ଉପରୋକ୍ତ ୫ କ୍ରିକେଟରମାନେ କାହିଁକି ନାଡାର ଅବସ୍ଥିତି ଫର୍ମ ପୂରଣ କରିନାହାନ୍ତି ବୋଲି ପ୍ରଶ୍ନହେବାରୁ ବିସିସିଆଇର ଜଣେ କର୍ମକର୍ତ୍ତା କହିଛନ୍ତି, ଏହି ଲକ୍‍ଡାଉନ୍‍ ସମୟରେ କ୍ରିକେଟର କମ୍ପ୍ୟୁଟର ବ୍ୟବହାର କରୁନାହାନ୍ତି। ସେମାନଙ୍କ ଏଜେଣ୍ଟ ବା ମ୍ୟାନେଜର ସେମାନଙ୍କ ସାମାଜିକ ଗଣମାଧ୍ୟମକୁ ପରିଚାଳନା କରୁଛନ୍ତି। ତେଣୁ ଏଥର ନାଡାକୁ ଟିକିଏ କୋହଳ ମନୋଭାବ ପୋଷଣ କରିବାକୁ ପଡ଼ିବ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories