www.samajalive.in
Sunday, December 7, 2025
18.1 C
Bhubaneswar

କେଜ୍ରିୱାଲ ସରକାରକୁ କୋର୍ଟକୁ ଟାଣିଲା ୨ ବର୍ଷର ଶିଶୁ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହା ଭିତରେ ସମସ୍ତ କାର୍ଯ୍ୟକଳାପ ପୁଣି ଥରେ ଆରମ୍ଭ ହୋଇଯାଇଛି। ବଜାରଠାରୁ ଆରମ୍ଭ କରି ମଲ୍‌ ପର୍ଯ୍ୟନ୍ତ ଏବଂ ମନ୍ଦିରରୁ ମସଜିଦ ପର୍ଯ୍ୟନ୍ତ ସବୁକିଛି ଖୋଲି ଦିଆଯାଇଛି। ଏହାଦ୍ବାରା ଦିଲ୍ଲୀବାସୀ ଆଶ୍ବସ୍ତ ହୋଇଥିବାବେଳେ ଏହାକୁ ନେଇ ଏକ ୨ ବର୍ଷର ଶିଶୁ ଗଭୀର ଚିନ୍ତା ପ୍ରକଟ କରିଛି। ଏପରି କି ଶିଶୁଟି ଲକଡାଉନ କଟକଣାରେ ଆଶ୍ବସ୍ତି ଏବଂ ଦିଲ୍ଲୀରେ ବିନା ଲକ୍ଷଣ ଥିବା ଲୋକଙ୍କ କରୋନା ପରୀକ୍ଷା କରା ନ ଯିବା ପ୍ରସଙ୍ଗକୁ ନେଇ ଦିଲ୍ଲୀ ସରକାରଙ୍କୁ କୋର୍ଟକୁ ଟାଣିଛି। ଶିଶୁଟି ତା’ର ବାପାଙ୍କ ଜରିଆରେ କେଜ୍ରିୱାଲ ସରକାରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଦାୟର କରିଛି।

ଶିଶୁଟି ପିଟିଶନରେ ଉଲ୍ଲେଖ କରିଛି ଯେ, କରୋନା ଲକ୍ଷଣ ନ ଥିବା ଲୋକଙ୍କର ପରୀକ୍ଷା ଉପରେ ରୋକ୍‌ ଲଗାଯିବା ଫଳରେ ଦିଲ୍ଲୀରେ ଅବସ୍ଥା ଖରାପ ହୋଇଯାଇଛି। ଏହାବ୍ୟତୀତ ପର୍ଯ୍ୟାପ୍ତ ବେଡ୍‌ ଏବଂ ଭେଣ୍ଟିଲେଟର ଭଳି ସୁବିଧା ନ ଥିବାରୁ ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ହାଇକୋର୍ଟ ଏହି ପିଟିଶନକୁ ଗ୍ରହଣ କରିବା ସହିତ ମଙ୍ଗଳବାର ଏହାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ଲକ୍ଷଣ ନ ଥିବା ଲୋକଙ୍କ କରୋନା ପରୀକ୍ଷା ଉପରେ ରୋକ୍‌ ଲଗାଯିବା ସମ୍ପର୍କରେ ଗତ ୨ ତାରିଖରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଆଦେଶର ନକଲ ହାଇକୋର୍ଟ ମାଗିଛନ୍ତି। ଲକ୍ଷଣ ନ ଥିବା ଲୋକଙ୍କ ପରୀକ୍ଷା ଉପରେ ରୋକ୍‌ ଲଗାଯିବା ଆଇସିଏମଆର ଗାଇଡ୍‌ଲାଇନକୁ ବିରୋଧ କରୁଛି ବୋଲି ଆବେଦନକାରୀଙ୍କ ଓକିଲ କହିଛନ୍ତି।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories