www.samajalive.in
Wednesday, December 10, 2025
15.1 C
Bhubaneswar

ସଟ୍ଡ଼ାଉନରେ ଦେହ ବ୍ୟବସାୟ: ସମ୍ବଲପୁରରୁ ୩ ଯୁବତୀ, ୫ ଯୁବକ ସହ ଘର ମାଲିକାଣୀ ଅଟକ

ସମ୍ବଲପୁର: ସମ୍ବଲପୁର ମହାନଗର ଅନ୍ତର୍ଗତ ଭତରା ମଠପାଲି ଅଞ୍ଚଳର ଏକ ଘରେ ରବିବାର ଦିନ ପ୍ରାୟ ୧.୩୦ରେ ପୁଲିସ ଅଚାନକ ଚଢ଼ଉ କରି ଏକ ବଡ଼ ଧରଣର ଦେହ କାରବାର ଓ ଯୁବତୀ ଚାଲାଣ ରାକେଟ ଧରାପଡ଼ିଛି। ଏହି ଘରୁ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫ ଯୁବକ ଓ ଘର ମାଲିକାଣୀଙ୍କୁ ଗିରଫ କରାଯାଇଛି।

- Advertisement -

ଏହି ଘରେ ଅନେକ ଦିନ ହେଲା ଦେହ କାରବାର ଚାଲିଥିବା ନେଇ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଧନୁପାଲି ଥାନା ଅଧିକାରୀ କମଳ କୁମାର ପଣ୍ଡାଙ୍କ ନେତୃତ୍ବରେ ପୁଲିସ ଟିମ ଆଜି ଦିନ ପ୍ରାୟ ୧.୩୦ରେ ଏହି ଘରେ ଚଢ଼ଉ କରିଥିଲେ। ଘର ଭିତରୁ ବାହାର ୩ ଜଣ ଯୁବତୀ ଓ ୫ ଜଣ ଯୁବକଙ୍କୁ ସନ୍ଦେହଜନକ ଅବସ୍ଥାରେ ଠାବ କରାଯାଇଥିଲା। ଏହି ୮ ଜଣଙ୍କୁ ଅନୈତିକ କାରବାର ପାଇଁ ବାହାରୁ ଡକା ଯାଇଥିଲା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଘର ମାଲିକାଣୀ (୫୫) ହିଁ ଏହି ଅନୈତିକ କାରବାରର ମୁଖ୍ୟ କାର୍ପଟଦାର ଥିଲେ ଓ ସେ ହିଁ ଏମାନଙ୍କୁ ଏହି ​ଅ​‌ନୈତିକ କାରବାରରେ ନିୟୋଜିତ କରିଥିଲେ ବୋଲି ଜଣାପଡ଼ିଛି। ​‌ଘଟଣା ସ୍ଥଳରୁ କେତେକ ଆପତ୍ତିଜନକ ଜିନିଷ ଜବତ ହୋଇଛି। ଘରୁ ଉଦ୍ଧାର ହୋଇଥିବା ଯୁବତୀମାନେ ସମ୍ବଲପୁର ଅଇଁଠାପାଲି, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଅଞ୍ଚଳ ଏବଂ  ବୟସ ​‌୨୧ରୁ ୨୯ ବର୍ଷ ମଧ୍ୟରେ ବୋଲି ପୁଲିସ କହିଛି। ଅନ୍ୟ ପକ୍ଷରେ ଗିରଫ ଗରାଖ ମାନଙ୍କ ମଧ୍ୟରୁ ୨ ଜଣ ଶାସନ, ଜଣେ ବରଗଡ଼, ଜଣେ ଧନୁପାଲି ଓ ଜଣେ ସମ୍ବଲପୁର ମୁଖ୍ୟ ସହରର ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ଥାନାଧିକାରୀ ଶ୍ରୀ ପଣ୍ଡା କହିଛନ୍ତି। ଅନ୍ୟ ପକ୍ଷରେ ଘର ମାଲିକାଣୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କ ଘରକୁ ଏହି ଯୁବକ-ଯୁବତୀମାନେ କେବଳ ଭେଟଘାଟ ହେବାକୁ ଆସନ୍ତି। ୧୦ରୁ ୧୫ ମିନିଟ ରହି ଜଣ ପିଛା ୨ ଶହ ଟଙ୍କା ଦିଅନ୍ତି। ସେମାନେ ତାଙ୍କ ସହ ମୋବାଇଲ ଫୋନରେ ଯୋଗାଯୋଗ କରି ଏଠାକୁ ଆସନ୍ତି। ସେମାନଙ୍କ ସୁବିଧା ପାଇଁ ଘରର ଗୋଟିଏ କୋଠାରୀରେ ଦୁଇଟି ବିଛଣା ପ୍ରସ୍ତୁତ କରି ରଖିଥାନ୍ତି ବୋଲି ତପସ୍ବିନୀ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories