www.samajalive.in
Tuesday, December 9, 2025
26.1 C
Bhubaneswar

ଭକ୍ତ ଦାସିଆଙ୍କ ପୀଠରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ସ୍ନାନଯାତ୍ରା

ପିପିଲି : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣୀ ଦାସିଆଙ୍କ ଜନ୍ମ ଓ ସାଧନାପୀଠ ପିପିଲି ନିକଟବର୍ତ୍ତୀ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିସରରେ ଶୁକ୍ରବାର ଚତୁର୍ଦ୍ଧାମୂର୍ତ୍ତୀଙ୍କ ସ୍ନାନଯାତ୍ରା ସଂପନ୍ନ ହୋଇଛି । ମହାମାରୀ କରୋନା ଯୋଗୁଁ ସରକାରଙ୍କ ଗାଇଡ୍‍ଲାଇନ୍‍ ଅନୁଯାୟୀ ବିନା ଭକ୍ତରେ ସାମାଜିକ ଦୂରତା ପାଳନ ପୂର୍ବକ ସ୍ୱଳ୍ପସଂଖ୍ୟକ ସେବାୟତଙ୍କ ଦ୍ୱାରା ଏହି କାର୍ଯ୍ୟ ସଂପାଦନ କରାଯାଇଥିଲା ।

ବାଲିଗାଁ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପ୍ରତ୍ୟୁଷରେ ଠାକୁରଙ୍କ ବିଭିନ୍ନ ସେବାନୀତି କରାଯାଇଥିଲା । ପରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ପହଣ୍ଡିରେ ନିଆଯାଇ ସ୍ନାନମଣ୍ଡପରେ ବିଜେ କରାଯାଇଥିଲା । ସେଠାରେ ଠାକୁରଙ୍କର ସମସ୍ତ ରିତୀନିତୀ ସମାପନ ପରେ ପୀଠସ୍ଥ ପବିତ୍ର ଗୋଠ ଗାଡିଆ ଓ ମଠର କୂଅରୁ ୧୦୮ ପିତଳ ଗଡୁରେ ପବିତ୍ର ଜଳ ଅଣାଯାଇ ଠାକୁରଙ୍କୁ ସ୍ନାନ କରାଯାଇଥିଲା । ଅପରାହ୍ନରେ ଠାକୁର ମାନଙ୍କୁ ଗଜାନନ ବେଶ କରାଯାଇଥିବା ବେଳେ ରାତିରେ ଠାକୁର ମାନଙ୍କୁ ଅଣସର ଘରେ ବିଜେ କରାଯାଇଥିଲା । ମନ୍ଦିରର ମୁଖ୍ୟପୂଜକ ପଣ୍ଡିତ ଲକ୍ଷ୍ମୀଧର ପାଢୀ, ସତ୍ୟଜିତ୍‍ ପାଢୀ, ପଣ୍ଡିତ ମାନସରାମ ମିଶ୍ର, ନାରାୟଣ ରଥ, ପ୍ରହଲ୍ଲାଦ ମିଶ୍ରଙ୍କ ଦ୍ୱାରା ସମସ୍ତ ନୀତି କରାଯାଇଥିଲା । ଭକ୍ତ ଦାସିଆ ସ୍ମୃତି କମିଟିର ସଂପାଦକ ଅଧ୍ୟାପକ ଡ଼ଃ ଘନଶ୍ୟାମ ସ୍ୱାଇଁ, ନ୍ୟାସ ମଣ୍ଡଳୀ ସଦସ୍ୟ ଅର୍ଜ୍ଜୁନ ଚରଣ ସାମଲ, ବିଜୟ କୁମାର ଦାଶ,  ହୃଷିକେଶ ଜେନା, ସରୋଜ କୁମାର ସାହୁ, ସ୍ୱୟଂ ପ୍ରକାଶ ପରିଡା, କୃଷ୍ଣଚନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories