www.samajalive.in
Tuesday, December 9, 2025
23.1 C
Bhubaneswar

ଅମାନବୀୟ: ସପୁରୀରେ ଦେଲେ ବିସ୍ଫୋରକ; ୩ ଦିନ ପାଣିରେ ଠିଆ ହୋଇ ଜୀବନ ହାରିଲା ଗର୍ଭବତୀ ହାତୀ

ସମାଜ ପୋର୍ଟାଲ ଡେସ୍କ: ମଣିଷ ଓ ପଶୁ ମଧ୍ୟରେ ଚାଲିଥିବା ବିବାଦ ଏବେ ଏଭଳି ଅମାନବୀୟ ସ୍ତରରେ ପହଂଚିଛି ଯେ   କେରଳରେ ଏକ ଗର୍ଭବତୀ ହାତୀକୁ ସପୁରି ଭିତରେ ବିସ୍ଫୋରକ (ବାଣ) ରଖି ଖାଇବାକୁ ଦିଆଯିବାରୁ ସେହି ହାତୀର ମୃତ୍ୟୁ ଘଟିଛି।  ବିବିସି ହିନ୍ଦୀ ସମ୍ବାଦ ସୂତ୍ରରୁ ଜଣାପଡିଛି ଯେ କିଛି ଅସାମାଜିକ ଲୋକ ସପୁରି ଭିତରେ ବାରୂଦ ପୂର୍ଣ୍ଣ ବାଣ ଭର୍ତ୍ତି କରି ହାତୀକୁ ଖାଇବାକୁ ଦେବା ପରେ ଏଭଳି ଘଟିଛି। ଜଙ୍ଗଲ ବିଭାଗର ଅଧିକାରୀଙ୍କ କହିବାନୁସାରେ, ସେହି ଗର୍ଭବତୀ ହାତୀର ବୟସ ୧୪ରୁ୧୫ ବର୍ଷ ମଧ୍ୟରେ ହେବ। ସମ୍ପୃକ୍ତ ହାତୀଟି ଏତେ ଯନ୍ତ୍ରଣା ପାଇଥିଲା ଯେ ସେ ବେଲିୟାର ନଦୀ ମଧ୍ୟରେ ୩ ଦିନ ଧରି ପାଣି ମଭିତରେ ଛିଡା ହୋଇ ରହିଥିଲା ଓ ତାକୁ କୌଣସି ଚିକିତ୍ସା ସହାୟତା ଯୋଗାଇବା ସମ୍ଭବ ହୋଇ ପାରିନଥିଲା। ପାଣି ଭିତରେ ହାତୀର ମୁହଁ ଓ ଶୁଣ୍ଢ ବୁଡି ରହିଥିଲା।

- Advertisement -

ସାଇଲେଣ୍ଟ ଭ୍ୟାଲି ନ୍ୟାସନାଲ ପାର୍କର ବନ୍ୟା ପ୍ରାଣୀ ୱାର୍ଡେନର ସାମୁଏଲ ପଚାଉ କହିଛନ୍ତି, ‘ଯେଉଁଠାରେ ହାତୀଟି ଆହତ ହୋଇଥିଲା ସେଠାରେ ଆମେ ତାକୁ ପାଇଲୁ ନାହିଁ। ତେବେ ହାତୀଟି କେବଳ ପାଣି ପିଉଥିଲା, ବୋଧହୁଏ ସେ ପାଣି ପିଇବା ଯୋଗୁ ଆରାମ ପାଉଥିଲା। ସେହି ହାତୀର ଉଭୟ ମାଢିରେ ଗଭୀର ଆଘାତ ଲାଗିଥିଲା ଓ ଦାନ୍ତ ମଧ୍ୟ ଭାଙ୍ଗି ଯାଇଥିଲା।

 

 

ପଲ୍ଲକଡ ଜିଲ୍ଲାର ମାନ୍ନାରର୍କଡ ଅଞ୍ଚଳର ବନ ଅଧିକାରୀ ସୁନୀଲ କୁମାର କହିଛନ୍ତି ଯେ ‘ହାତୀଟି ମେ’ ୨୫ରେ ଚାଷ ଜମିରେ ବୁଲୁଥିଲା, ହୁଏତ ସେ ଗର୍ଭସ୍ଥ ଶିଶୁ ପାଇଁ କିଛି ଖାଇବାକୁ ଚାହୁଁଥିଲା। ସେ କହିଛନ୍ତି ଯେ ହାତୀକୁ ନଦୀରୁ ବାହାର କରିବା ପାଇଁ ବନ ବିଭାଗ ଉଦ୍ୟମ କରିଥିଲା, କିନ୍ତୁ ହାତୀ କାହାରିକୁ ପାଖକୁ ଯିବାକୁ ଦେଇନଥିଲା। ବନ ବିଭାଗ ପ୍ରାଣୀ ଚିକିତ୍ସାଧିକାରୀଙ୍କ ସହାୟତାରେ ହାତୀର ଅପରେସନ୍ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ହାତୀଟି ମେ’ ୨୭ରେ ନଦୀରେ ଛିଡା ହୋଇଥିବା ବେଳେ ମୃତ୍ୟୁ ବରଣ କରିଥିଲା। ମୃତଦେହ ପୋଷ୍ଟମର୍ଟମ ପରେ ସେ ଗର୍ଭବତୀ ଥିବା ଜଣାପଡିଥିଲା। ଏ ବାବଦରେ ଏକ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି ଏବଂ ସେମାନଙ୍କ ମୃତ୍ୟୁ ପାଇଁ ଦାୟୀ ଲୋକଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଚାଲିଛି।
ଏହି ଘଟଣାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଭିନ୍ନ ବର୍ଗର ଲୋକ ଏପରି ଅମାନବୀୟତାକୁ କଟୁ ସମାଲୋଚନା କରିଛନ୍ତି । କ୍ରିକେଟ ଖେଳାଳୀ ବିରାଟ କୋହଲି ନିଜ ଟ୍ବିଟର ଆକାଉଣ୍ଟରେ ଏହାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories