www.samajalive.in
Sunday, December 7, 2025
26.1 C
Bhubaneswar

ବୃଦ୍ଧି ପାଉଛି ବାୟୁମଣ୍ଡଳ ତାପମାତ୍ରା : ପ୍ରଭାବିତ ହେଉଛି ଭୂତଳ ଜଳ

ଲଣ୍ଡନ : ଜଳବାୟୁ ପରିବର୍ତ୍ତନ ଦ୍ୱାରା ବିଶ୍ୱ ତାପମାନ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି ଏବଂ ଏଥିନେଇ ବିଶ୍ୱବାସୀ ଅବଗତ ରହିଛନ୍ତି। ଦିନକୁ ଦିନ ବୃଦ୍ଧଇ ପାଉଥିବା ବାୟୁମଣ୍ଡଳର ତାପମାତ୍ରା ଭୂତଳ ଜଳକୁ ପ୍ରଭାବିତ କରୁଛି। ଏବେ ଏହି ଜଳବାୟୁ ପରିବର୍ତ୍ତନ ଦ୍ୱାରା ଭୂତଳ ଜଳ ମଧ୍ୟ ଉତ୍ତପ୍ତ ମଧ୍ୟ ହେଉଥିବା ଜଣାପଡ଼ିଛି। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ବାୟୁମଣ୍ଡଳର ତାପମାତ୍ରା ସହ ତାଳ ଦେଇ ଭୂତଳ ଜଳର ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ କଲୋନ୍‍ ଓ କର୍ଲସ୍ରୁହେ ଅଞ୍ଚଳର ବିଭିନ୍ନ ସ୍ଥାନର ଭୂତଳ ଜଳର ତାପାମାତ୍ରା ମପା ଯାଇଥିଲା ଓ ଏହି ପ୍ରକ୍ରିୟା ଦୀର୍ଘଦିନ ଧରି ଚାଲିଥିଲା। ଏହି ଅଞ୍ଚଳର ଭୂତଳ ଜଳ ମାନବ ଜାତି ଦ୍ୱାରା ପ୍ରଭାବିତ ହୋଇ ନଥିଲା। ତେବେ ଗତ କିଛି ବର୍ଷ ମଧ୍ୟରେ ଭୂତଳ ଜଳର ତାପମାତ୍ରା ବୃଦ୍ଧି ପାଇଛି। ବାୟୁମଣ୍ଡଳରେ ବୃଦ୍ଧି ପାଉଥିବା ତାପମାତ୍ରା ସିଧାସଳଖ ଭୂତଳ ଜଳକୁ ପ୍ରଭାବିତ କରୁଛି। ଫଳରେ ଭୂତଳ ଜଳ ମଧ୍ୟ ଉତ୍ତପ୍ତ ହେବାରେ ଲାଗିଛି ବୋଲି ସୁଇଜରଲାଣ୍ଡ୍‍ିତି ଇଟିଏଚ୍‍ ଜ୍ୟୁରିକ୍ସ ଜିଓଲୋଜିକାଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ର ପିଟର ବେୟର କହିଛନ୍ତି।
ବିଶେଷ କରି ୪୦ ବର୍ଷ ମଧ୍ୟରେ ଭୂପୃଷ୍ଠର ୬୦ମିଟର ଗଭୀରରେ ଥିବା ଭୂତଳ ଜଳର ତାପାମାତ୍ରା ଅଧିକ ପ୍ରଭାବିତ ହୋଇଥିବାରୁ ଏହାର ତାପମାତ୍ରା ବୃଦ୍ଧି ପାଇଛି। ବିଶ୍ୱର ବିଭିନ୍ନ ଅଞ୍ଚଳର ସ୍ଥାନୀୟ ଓ ଆଞ୍ଚଳିକ ବାୟୁମଣ୍ଡଳର ତାପମାତ୍ରା ଅନୁଯାୟୀ ସେହି ଅଞ୍ଚଳର ଭୂତଳ ଜଳର ତାପମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ। ଗତ ୫୦ବର୍ଷ ମଧ୍ୟରେ ବାୟୁମଣ୍ଡଳର ତାପମାତ୍ରା ପ୍ରତି ଦଶନ୍ଧିରେ ହାରାହାରି ଭାବେ ୦.୧୩ ଡିଗ୍ରୀ ସେଲିସିୟସ୍‍ ହାରରେ ବୃଦ୍ଧି ପାଉଥିବାବେଳେ ଏହାର ପ୍ରଭାବରେ ଭୂତଳ ଜଳର ତାପମାତ୍ର ମଧ୍ୟ ସାମାନ୍ୟ ବୃଦ୍ଧିପାଉଛି ବୋଲି ସୁଇଜରଲାଣ୍ଡ୍‍ିତି ଇଟିଏଚ୍‍ ଜ୍ୟୁରିକ୍ସ ଜିଓଲୋଜିକାଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ର ପିଟର ବେୟର ପ୍ରକାଶ କରିଛନ୍ତି। ଦୁଇଦଶନ୍ଧି ଧରି ବିଶ୍ୱର ବିଭିନ୍ନ ଅଞ୍ଚଳରେ ଭୂତଳ ଜଳର ତାପମାତ୍ରା ଉପରେ ନଜର ରଖିଥିବା ଅନ୍ୟ ଅଧ୍ୟୟନକାରୀମାନେ ବେୟରଙ୍କ ତଥ୍ୟ ସହମତ ହୋଇଛନ୍ତି। ସୁଇଜରଲାଣ୍ଡ୍‍ିତି ଇଟିଏଚ୍‍ ଜ୍ୟୁରିକ୍ସ ଜିଓଲୋଜିକାଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ର ପିଟର ବେୟରଙ୍କ ଗବେଷଣାତ୍ମକ ନିବନ୍ଧ ହାଇଡ୍ରୋଲୋଜି ଆଣ୍ଡ ଆର୍ଥ ସିଷ୍ଟମ୍‍ ସାଇନ୍‍ସେସ୍‍ ପତ୍ରିକାରେ ପ୍ରକାଶ ପାଇଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories