www.samajalive.in
Tuesday, December 9, 2025
26.1 C
Bhubaneswar

ସୁସ୍ଥ ପରେ ରାଜଧାନୀ ରାସ୍ତାରେ ଶ୍ରମିକଙ୍କୁ ଓହ୍ଲାଇ ଚାଲିଗଲା ଆମ୍ବୁଲାନ୍ସ

ଟିଟିଲାଗଡ଼ : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନିର ଦୁଇ ପ୍ରବାସୀ ଶ୍ରମିକଙ୍କୁ ଭୁବନେଶ୍ୱରରେ ଚିକିତ୍ସା ପରେ ଆମ୍ବୁଲାନ୍ସରେ ଆଣି ରାସ୍ତାରେ ଓହ୍ଲାଇଦେଇ ଚାଲିଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରମିକ ଦ୍ୱୟଙ୍କ ଅବସ୍ଥା ଅସୁସ୍ଥ ହେବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ୱର କିମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେମାନଙ୍କ କରୋନା ପରିକ୍ଷା ରିପୋର୍ଟ ନେଗେଟିଭ ଆସିବା ସହ ଉଭୟ ଶ୍ରମିକ ଆରୋଗ୍ୟ ଲାଭ କରିଥିଲେ। ଦୁଇ ଶ୍ରମିକ ମୁମ୍ବାଇରେ ଏକାଠି ରହି ଶ୍ରମିକ ଭାବରେ କାମ କରୁଥିବା ବେଳେ ସେଠାରୁ ଚାଲି ଚାଲି ଏବଂ ଟ୍ରକରେ ଲିଫ୍ଟ ନେଇ ଗତ ୧୫ରେ ଫେରିବା ପରେ ସିହିନି ସ୍ଥିତ ସରକାରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ୨୦ରେ ସେମାନଙ୍କ ଶରୀର ଅସୁସ୍ଥ ହେବା ପରେ ପ୍ରଥମେ ବଲାଙ୍ଗିର ଏବଂ ସେଠାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଗତକାଲି ସେମାନଙ୍କୁ ଆମ୍ବଲାନ୍ସରେ ନେଇ କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ଓହ୍ଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଶ୍ରମିକ ଦ୍ୱୟ କେବେ ଭୁବନେଶ୍ୱର ଯାଇନଥିବା ବେଳେ ହାତରେ ଟଙ୍କାଟିଏ ମଧ୍ୟ ନଥିଲା। ତେଣୁ ନୂଆ ସ୍ଥାନରେ ଅଜଣା ଲୋକ ନେଇ ସେମାନଙ୍କୁ ହଟହଟା ହେବା ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା।

ଅନ୍ୟପଟେ ଶ୍ରମିକ ଦ୍ୱୟଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଉଥିବା ଖବର ପାଇ ସେମାନଙ୍କୁ ଆଣିବା ବ୍ୟବସ୍ଥା କରିବାକୁ ଟିଟିଲାଗଡ ବ୍ଲକ ସରପଂଚ ସଂଘ ସଭାପତି ବିରବର ସାହୁ ବଲାଙ୍ଗିର ଜିଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏବଂ ଟିଟିଲାଗଡ ଉପଜିଲାପାଳଙ୍କୁ ଯୋଗାଯୋଗ କରିଥିଲେ ହେଁ କେହି କର୍ଣ୍ଣପାତ କରିନଥିବା ଅଭିଯୋଗ ହୋଇଛି। ଶେଷରେ ସଂଘ ସଭାପତି ଶ୍ରୀ ସାହୁ ଭୁବନେଶ୍ୱରରେ ରହିଥିବା ନିଜ ପରିଜନଙ୍କ ସହ ଯୋଗାଯୋଗ କରି ଶ୍ରମିକଙ୍କ ଖାଇବା ପିଇବା ବ୍ୟବସ୍ଥା କରିବା ସହ ନିଜ ଖର୍ଚ୍ଚରେ ଫେରିବା ବ୍ୟବସ୍ଥା କରିଥିଲେ। ଅନେକ ଘଟଣାରେ ଚିକିତ୍ସା ପାଇଁ ଦୁର୍ଦ୍ଦିନରେ ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଆମ୍ବୁଲାନ୍ସରେ ନିଆଯାଉଥିବା ବେଳେ ଲକଡାଉନ ପରିପ୍ରେକ୍ଷୀରେ ଫେରିବା ବ୍ୟବସ୍ଥା କରାଯାଉନଥିବା ଦୁଃଖଦାୟକ। ଏନେଇ ପ୍ରଶାସନ ଦୃଷ୍ଟି ଦେବାକୁ ଶ୍ରୀ ସାହୁ ଦାବି କରିଛନ୍ତି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories