www.samajalive.in
Sunday, December 7, 2025
23.1 C
Bhubaneswar

ଇଏ ବି କରୋନା ଯୋଦ୍ଧା: ଘରକୁ ଘର ବୁଲି ଲୋକଙ୍କୁ ଯୋଗାଉଛନ୍ତି ସାମଗ୍ରୀ

କଟକ: କୋରୋନାକୁ ନେଇ ସବୁଠି ଭୟ ; କିନ୍ତୁ କିଛି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିବା ପାଇଁ କିଛି ଲୋକ ଘରୁ ପଦାକୁ ଗୋଡ଼ ବାହାର କରିଥାନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ସ୍ୱାସ୍ଥ୍ୟ କର୍ମଚାରୀ, ସଫେଇ କର୍ମଚାରୀ, ପୁଲିସ, ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନର କର୍ମଚାରୀ । ଅନେକ ଲୋକ ଅନେକ ସ୍ଥାନରେ କାର୍ଯ୍ୟ କରି ଲକଡାଉନରେ ଘରେ ଥିବା ଲୋକଙ୍କୁ ସେବା ପ୍ରଦାନ କରୁଛନ୍ତି;  କିନ୍ତୁ ଏମାନଙ୍କ ମଧ୍ୟରୁ ଅନେକ ବୟସ୍କ ଲୋକ ବି ଅଛନ୍ତି, ଯିଏ ନିଜେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି। କାରଣ ବୟସ୍କ ଲୋକଙ୍କ ପାଇଁ କୋରୋନା ବିପଦ।

ଏଭଳି ଏକ ବୟସ୍କ ବ୍ୟକ୍ତିଙ୍କ କଥା ଓ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। କଟକ କ୍ୟାଣ୍ଟେନମେଣ୍ଟ ରୋଡ ସ୍ଥିତ ରିଲାଏନ୍ସ ଫ୍ରେସରେ କାର୍ଯ୍ୟ କରନ୍ତି ପ୍ରସନ୍ନ କୁମାର ସାହୁ,  ବୟସ ୪୯ ।  କର୍ତ୍ତବ୍ୟ ଓ ସେବା ମନୋଭାବ  ତାଙ୍କୁ ପ୍ରତିଦିନ ଘରୁ ଗୋଡ଼ ବାହାର କରିବାକୁ ବାଧ୍ୟ କରିଥାଏ। ତାଙ୍କ କାର୍ଯ୍ୟସ୍ଥଳରେ ସେ ସବୁଠୁ ବୟସ୍କ ଓ ବାହାରେ କାର୍ଯ୍ୟ କରନ୍ତି।  ତାଙ୍କ କାର୍ଯ୍ୟ ଅନେକ ବଡ ବଡ଼ ପଦାଧିକାରୀ ବ୍ୟକ୍ତିଙ୍କୁ ଅନୁପ୍ରାଣିତ କରିଥାଏ। କୋରୋନାର ଏହି ମହା ବିପତ୍ତି ସମୟରେ ସମସ୍ତେ କୌଣସି ନା କୌଣସି ବାହାନା ବାହାର କରି ଘରେ ରହିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ପ୍ରସନ୍ନ ପ୍ରତିଦିନ କାଯ୍ୟାଳୟରେ କାର୍ଯ୍ୟ କରିବା ସମସ୍ତଙ୍କୁ ଆଚମ୍ବିତ କରିଛି। ସେ ବି ଚାହିଁଥିଲେ ନିଜ ଘରେ ରହି ପାରିଥାନ୍ତେ, କାରଣ ଦୋକାନରେ ଅନେକ ଗ୍ରାହକ ଆସିଥାନ୍ତି ଓ ସଂକ୍ରମଣ ଭୟ ମଧ୍ୟ ରହିଥାଏ। କିନ୍ତୁ ସମୟ ଓ ପରିସ୍ଥିତି ତାଙ୍କୁ ଦୋକାନ ଆସିବା ପାଇଁ ବାଧ୍ୟ କରିଥାଏ। ଅବଶ୍ୟ ପେଟପାଟଣା ପାଇଁ ତାଙ୍କୁ ବାହାରକୁ ଆସିବାକୁ ପଡ଼ୁଛି, କିନ୍ତୁ ଏହା ପଛରେ ବି ରହିଛି ଲୋକଙ୍କ ନିମନ୍ତେ ସେବା କାର୍ଯ୍ୟ । ତେବେ ଦୁନିଆରେ ପ୍ରସନ୍ନ ଭଳି ଅନେକ କୋରୋନା ଯୋଦ୍ଧା ଅଛନ୍ତି, ଯିଏ ପ୍ରତିଦିନ ଅନ୍ୟ ମାନଙ୍କ ସେବା ପାଇଁ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିଥାନ୍ତି। ସେମାନଙ୍କୁ ସଲାମ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories