www.samajalive.in
Monday, December 8, 2025
14.1 C
Bhubaneswar

ଅଯୋଧ୍ୟା : ରାମଜନ୍ମଭୂମୀ ସମତଳ ସମୟରେ ମିଳିଲା ପ୍ରାଚୀନ ମୂର୍ତ୍ତି ଓ ଶିବଲିଙ୍ଗ 

ଅଯୋଧ୍ୟା : ଅଯୋଧ୍ୟାରେ ରାମଜନ୍ମଭୂମୀ ସ୍ଥଳରେ ଜମି ସମତଳ କାର୍ଯ୍ୟ ଚାଲିଛି । ୧୧ ଜଣ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ସମୟ ମଧ୍ୟରେ ବହୁ ସଂଖ୍ୟାରେ ପ୍ରାଚୀନ ମନ୍ଦିରର ଅବଶିଷ୍ଟାଂଶ ଦେଖିବାକୁ ମିଳିଛି । ଏଥି ମଧ୍ୟରେ କଳଶ, ୧୨ରୁ ଅଧିକ ପଥର ସ୍ତମ୍ଭ ରହିଛି ଯେଉଁଥିରେ ମୂର୍ତ୍ତି ନିର୍ମାଣ କରାଯାଇଛି । ସେଠାରୁ ମଧ୍ୟ ବହୁ ସଂଖ୍ୟାରେ ଦେବୀ ଓ ଦେବତାମାନଙ୍କର ଖଣ୍ଡ ବିଖଣ୍ଡିତ ମୂର୍ତ୍ତି, ପଥରରେ ଖୋଦିତ ଶିବଲିଙ୍ଗ, ପ୍ରାଚୀନ କୂଅ ଏବଂ ଚୌଖଟ ମିଳିଛି । ଏହି ସମତଳ କାର୍ଯ୍ୟ ମଇ ୧୧ରୁ ଆରମ୍ଭ ହୋଇଥିଲା, ଯାହା ରାମଲାଲାଙ୍କ ମୂଳ ଗର୍ଭଗୃହ ଆଖପାଖରେ ଚାଲିଛି।

ସୂଚନା ଯୋଗ୍ୟ, ସୁପ୍ରିମକୋର୍ଟ ୨୦୧୯ ନଭେମ୍ବର ୯ ତାରିଖରେ ଏକ ଐତିହାସିକ ରାୟରେ ସମଗ୍ର ଜମି ଉପରେ ରାମଲାଲାଙ୍କୁ ଅଧିକାର ପ୍ରଦାନ କରିଥିଲେ । ଏହି ରାୟ ସହିତ ଏହା ସ୍ପଷ୍ଟ ହେଇଥିଲା ଯେ ଯେଉଁ ଗର୍ଭଗୃହରେ ରାମଲାଲା ବିରାଜମାନ ଥିଲେ, ସେଠାରେ ଏକ ବିକ୍ରମାଦିତ୍ୟ ଯୁଗର ମନ୍ଦିର ଥିଲା ।

- Advertisement -

ଏବେ ସମତଳ ସମୟରେ ମନ୍ଦିରର ଅବଶିଷ୍ଟାଂଶ ମିଳିଛି । ତେବେ ଏହି ଅବଶିଷ୍ଟାଂଶ ବିକ୍ରମାଦିତ୍ୟ ଯୁଗର ମନ୍ଦିରର କିମ୍ବା ପରବର୍ତ୍ତୀ ସମୟରେ ନିର୍ମିତ ମନ୍ଦିରର ବୋଲି ବର୍ତ୍ତମାନ କୁହାଯାଇପାରିବ ନାହିଁ । ରାମ ଜନ୍ମଭୂମି ପରିସରରେ ବିକ୍ରମାଦିତ୍ୟ ଯୁଗର ମନ୍ଦିର ସହିତ ଅନ୍ୟାନ୍ୟ ଅନେକ ମନ୍ଦିରର ଅବଶିଷ୍ଟାଂଶକୁ ଯେ ସମାଧି ଦିଆଯାଇଛି ତାହାକୁ ମଧ୍ୟ ଅସ୍ବୀକାର କରାଯାଇ ପାରିବ ନାହିଁ।

ଏହି ଅବଶିଷ୍ଟାଂଶରେ , ୭ଟି ବ୍ଲାକ୍ ଟଚ୍ ପଥର ସମୀକରଣରେ ନିର୍ମିତ ଏକ ସ୍ତମ୍ଭର ସଂଯୋଗକୁ ଦେଖାଯାଉଛି । ୨୦୦୦ ବର୍ଷ ପୂର୍ବେ ବିକ୍ରମାଦିତ୍ୟ ଯେଉଁ ମନ୍ଦିର ନିର୍ମାଣ କରିଥିଲେ ସେହି ମାନଦଣ୍ଡର ସମାନ ସ୍ତମ୍ଭ ଉପରେ ଏହା ଆଧାରିତ ବୋଲି ବିଶ୍ୱାସ କରାଯାଏ ।

ସାକେତ ମହାବିଦ୍ୟାଳୟର ପ୍ରାଚୀନ ଇତିହାସ ବିଭାଗର ସହଯୋଗୀ ପ୍ରାଧ୍ୟାପିକା ଡଃ କବିତା ସିଂହଙ୍କ ଅନୁସାରେ, ଏହା ପୂର୍ବରୁ ପ୍ରତୀୟମାନ ହୋଇଛି ଯେ, ଜନ୍ମଭୂମି ପରିସରରେ ସ୍ବର୍ଣ୍ଣିମ ଅତୀତର ଏକ ସମ୍ପୂର୍ଣ୍ଣ ଗାଥା ସମାହିତ ହୋଇଛି ଏବଂ ତାହା କ୍ରମଶଃ ସାମ୍ନାକୁ ଆସିବ । ଏହା ବିଶ୍ବାସ କରାଯାଉଛି ଯେ, ଯେତେ ଶୀଘ୍ର କାମରେ ଅଗ୍ରଗତି ଘଟିବ, ଆହୁରି ଅଧିକ ପ୍ରମାଣ ମିଳିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories