www.samajalive.in
Sunday, December 7, 2025
13.1 C
Bhubaneswar

ସଙ୍ଗରୋଧ କେନ୍ଦ୍ରରେ ଯୋଗଶିବିର

ଆଗଲପୁର/ ଖପ୍ରାଖୋଲ : ମହାମାରୀ କରୋନା ଭୂତାଣୁ ସଂକ୍ରମଣ ହେବାପରେ କେନ୍ଦ୍ର ସରକାର ଲକଡାଉନ ଘୋଷଣା କରିଥିଲେ। ଏହି ଲକଡାଉନ ସମୟରେ ପ୍ରବାସୀ ଓଡିଆମାନେ ବାହାର ରଜ୍ୟରୁ ଆସିନପାରି ରହି ଯାଇଥିଲେ। ଏହି ପ୍ରବାସୀ ଓଡିଆମାନଙ୍କୁ ରାଜ୍ୟସରକାର ନିଜରାଜ୍ୟକୁ ଆଣି ପ୍ରତି ପଞ୍ଚୟାତ ଗୁଡିକରେ ବିଶ୍ୱ ସ୍ୱାସ୍ଥ୍ୟସଂଗଠନର ନିର୍ଦ୍ଦେଶ ଅନୁସାରେ ସଙ୍ଗରୋଧ କେନ୍ଦ୍ର ଗୁଡିକ ଖୋଲାଯାଇଛି। ଏହି ସଙ୍ଗରୋଧ କେନ୍ଦ୍ର ମାନଙ୍କରେ ପ୍ରବାସୀ ଓଡିଆମାନଙ୍କ ପାଇଁ ୨୧ ଦିନ ପର୍ଯ୍ୟନ୍ତ ରହିବା, ଖାଇବା ସମସ୍ତ ବ୍ୟସ୍ଥା କରାଯାଇ ରାଜ୍ୟ ସରକାର ସରପଞ୍ଚମାନଙ୍କୁ ନିଜପଞ୍ଚାୟତରେ ଜିଲାପାଳ ଦାୟିତ୍ତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ପଞ୍ଚୟତର ସରପଞ୍ଚ ଗଣେଶ ସାହୁଙ୍କ ତତ୍ତ୍ୱାବଧାନରେ ଭରସୁଜା ପଞ୍ଚୟାତର ସଙ୍ଗରୋଧ କେନ୍ଦ୍ରରେ ଯୋଗ ପ୍ରଶିକ୍ଷକଙ୍କ ଦ୍ୱାରା ଯୋଗ ଶିକ୍ଷା ପ୍ରଦାନ କରାଯାଉଛି। ଭରସୁଜା ସଙ୍ଗରୋଧ କେନ୍ଦ୍ରରେ ୬୫ ଜଣ ପ୍ରବାସୀ ଓଡିଆ ରହିଥିବାବେଳେ ପ୍ରତିଦିନ ସକାଳ ୫ ଟା ସମୟରୁ ଏକ ମିଟର ବ୍ୟବଧାନରେ ରହି ସାମାଜିକ ଦୂରତା ଅବଲମ୍ବନ କରି ଯୋଗ ଶିକ୍ଷା ନେଉଛନ୍ତି।

ସେହିପରି ଖପ୍ରାଖୋଲ ବ୍ଲକ ଅଂଚଳକୁ ପ୍ରବାସୀମାନେ ଫେରୁଥିବା ବେଳେ ସେମାନଙ୍କୁ ପଂଚାୟତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଉଛି। ପ୍ରଶାସନ ପକ୍ଷରୁ ସେମାନଙ୍କର ରହିବା ଏବଂ ଖାଇବାର ସୁବନ୍ଦୋବସ୍ତ କରାଯାଇଛି। ସଙ୍ଗରୋଧ କେନ୍ଦ୍ରରେ ୨୧ ଦିନ ପାଇଁ ରହୁଥିବା ବେଳେ ଯୋଗ ଶିବିର ଆୟୋଜନ କରାଯାଇଛି। ଖପ୍ରାଖୋଲ ପଂଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ସରପଂଚ ଉପେନ୍ଦ୍ର ଭୋଇଙ୍କ ନେତୃତ୍ୱରେ ଯୋଗ ଶିବିର ଆୟୋଜିତ ହୋଇଥିବା ବେଳେ ବିଡିଓ ତରଣୀ ସୁନା ଉପସ୍ଥିତ ଥିଲେ। ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ମହିଳା ଓ ପୁରୁଷଙ୍କୁ ଯୋଗଗୁରୁ ଡଃ. ହରିଭାଇ ଆର୍ଯ୍ୟନ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ଏହି ଅବସରରେ ଶିବିରାର୍ଥୀଙ୍କୁ ଶୃଙ୍ଖଳିତ ଜୀବନ ଯାପନ ସହିତ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ବିଡିଓ ତରଣି ସୁନା ପରାମର୍ଶ ଦେଇଥିଲେ। ସେହିପରି ଏହି ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ସମିତି ସଭ୍ୟ ଶୋଭନମୟ ମିଶ୍ରଙ୍କ ତତ୍ୱାବଧାନରେ ଯୋଗ ଶିବିର ଆୟୋଜିତ ହୋଇଥିଲା। ଯୋଗଗୁରୁ ଡଃ. ହରିଭାଇ ଆର୍ଯ୍ୟନ ଯୋଗ ଶିକ୍ଷା ଦେବା ସହିତ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଅନୁଶାସିତ ହୋଇ ଚଳିବାକୁ ପରାମର୍ଶ ଦେଇଥିଲେ। ଉଭୟ ଯୋଗ ଶିବିରକୁ ମୁରଲୀଧର ମେହେର ପରିଚାଳନା କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories