www.samajalive.in
Sunday, December 7, 2025
26.1 C
Bhubaneswar

ବାଲେଶ୍ବର ଖନ୍ତାପଡ଼ା ଥାନା ଅଞ୍ଚଳରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣା, ଜଣେ ପ୍ରବାସୀ ଶ୍ରମିକ ଓ ଜଣେ ଟ୍ରକ୍ ଚାଳକଙ୍କ ମୃତ୍ୟୁ

ବାଲେଶ୍ଵର : ମଙ୍ଗଳବାର ଭୋର୍ ସମୟରେ ବାଲେଶ୍ବର ଜିଲ୍ଲାର ଖନ୍ତାପଡ଼ା ଥାନା ଅଞ୍ଚଳରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣା ଘଟିଥବା ଜଣାଯାଇଛି। ଏହି ଦୁଇ ଦୁର୍ଘଟଣାରେ ଜଣେ ପ୍ରବାସୀ ଶ୍ରମିକଙ୍କ ସମେତ ଜଣେ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଖନ୍ତାପଡ଼ା ଥାନା ଅଞ୍ଚଳରେ ଥିବା ଫାଲକନ୍ ମେରାଇନ୍ ଆକ୍ବା ଏକ୍ସପୋର୍ଟ ଲିମିଟେଡ୍ ଆଗରେ ଏକ ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ଏକ ଲୁହା ପ୍ଲେଟ୍ ବୋଝେଇ ଟ୍ରକ କୁ ଧକ୍କା ଦେଇଥିଲା । ଏହା ଫଳରେ ଲୁହା ପ୍ଲେଟ୍ ବୋଝେଇ ଟ୍ରକରେ ବସିଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏଥିରେ ଟ୍ରକ ଚାଳକ ଗୁରୁତର ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି।

ସେହିପରି ଖନ୍ତାପଡ଼ା ଥାନା ଅଞ୍ଚଳରେ ଥିବା ପଣପଣା ନିକଟରେ କୋଲକାତାରୁ ପ୍ରବାସୀ ଶ୍ରମିକଙ୍କୁ ଛାଡ଼ି ଭୁବନେଶ୍ୱର ଫେରୁଥିବା ବେଳେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଭୋର ସାଢେ ୩ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଟ୍ରକ୍ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ, ବସ୍ ଡ୍ରାଇଭର ଗୁରୁତର ହୋଇଥିବାର ଖବର ମିଳିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories