www.samajalive.in
Tuesday, December 9, 2025
19.1 C
Bhubaneswar

ଖୁଣ୍ଟା ବ୍ଲକରେ ନୂଆ ବିଇଓ ନିଯୁକ୍ତ 

ଖୁଣ୍ଟା: ଖୁଣ୍ଟା ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଭାବରେ ରବିବାର ଉଦଳା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବଦତ୍ତ ସେଠୀଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଅବସରରେ ଖୁଣ୍ଟା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସଭାପତି ଶଙ୍କର ଚନ୍ଦ୍ର ସିଂହ, ଚୋୖଧୁରୀ କମଳ କୁମାର ଦାସ, ଗଙ୍ଗାଧର ଭୋଇ, କୁଞ୍ଜକିଶୋର୍ ଜେନା, ଅରୁଣ କୁମାର ମିଶ୍ର, ଜନରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇଥିଲେ। ପୂର୍ବ ବିଇଓ ଦେବବ୍ରତ ବାରିକ ନିଜର ତିନି ମାସର କାର୍ଯ୍ୟକାଳ ଶେଷ କରି ଏପ୍ରିଲ ମାସ ଶେଷରେ କାର୍ଯ୍ୟରୁ ଅବସର ନେବାପରେ ଦେବଦତ୍ତ ସେଠୀଙ୍କୁ ଅତିରିକ୍ତ ବିଇଓ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଖୁଣ୍ଟା ବ୍ଲକରେ ଦୀର୍ଘ ଦିନ ହେବ ସ୍ଥାୟୀ ବିଇଓ ଭାବେ କାହାରିକୁ ଅବସ୍ଥାପିତ କରାଯାଉ ନ ଥିବା ବେଳେ ବର୍ତ୍ତମାନର ନୂତନ ବିଇଓଙ୍କ କାର୍ଯ୍ୟକାଳ କେତେଦିନ ହେବ ତାହା ଆଗକୁ ଜଣାପଡିବ।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories