www.samajalive.in
Sunday, December 7, 2025
13.1 C
Bhubaneswar

ଅତି ଭୀଷଣ ଝଡ଼ ରୂପ ନେଉଛି ‘ଅମ୍ଫାନ’: ଆସନ୍ତାକାଲିଠାରୁ ବର୍ଷା ଆଶଙ୍କା

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ଅମ୍ଫାନ’ ଅତି ଭୀଷଣ ସାମୁଦ୍ରିକ ଝଡ଼ ରୂପ ନେଇଛି । ଘଣ୍ଟାକୁ ୫ କିଲୋମିଟର ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଭୀଷଣ ଓ ୨୪ ଘଣ୍ଟା ମଧ୍ୟରେ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବ । ସମୁଦ୍ର ମଧ୍ୟରେ ଅମ୍ଫାନ ବାରମ୍ବାର ନିଜର ଗତିପଥ ବଦଳାଉଛି । ୬ ଘଣ୍ଟା ମଧ୍ୟରେ ଏହାର ଗତିପଥ ଉତ୍ତର ଦିଗକୁ ବଦଳିଥିବାବେଳେ ୧୨ ଘର୍ଟା ପରେ ଏହା ଉତ୍ତର-ପୂର୍ବଦିଗକୁ ଗତି କରିବାର ସମ୍ଭାବନା ଅଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।
ଦୀଘା-ହାତିଆ ମଧ୍ୟରେ ହୋଇପାରେ ଲ୍ୟାଣ୍ଡଫଲ୍ 
ଶ୍ରୀ ଜେନାଙ୍କ ସୂଚନା ଅନୁସାରେ ଯେଉଁ ଦିଗରେ ଏହି ବାତ୍ୟା ଗତି କରୁଛି ତାହା ବର୍ତ୍ତମାନର ଗତିପଥରେ ଚାଲିଲେ ଆସନ୍ତା ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ଏହା ପଶ୍ଚିମବଙ୍ଗର ଦୀଘା ଏବଂ ବାଲାଂଦେଶର ହାତିଆ ଦ୍ୱୀପପୁଞ୍ଜର ବିସ୍ତୃତ ଅଞ୍ଚଳ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି  । ସ୍ଥଳଭାଗ ଛୁଇଁଲା(ଲ୍ୟାଣ୍ଡଫଲ୍) ବେଳକୁ ଝଡ଼ର ତୀବ୍ରତା ସାଂଘାତିକ ହେବ।

 

Image Source : IMD

ଆସନ୍ତାକାଲିଠାରୁ ଉପକୂଳବର୍ତ୍ତୀ ଜିଲାରେ ପବନ-ବର୍ଷା

- Advertisement -

ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ  ୧୮ ତାରିଖ ସଂଧ୍ୟାଠାରୁ ଉପକୂଳ ଜିଲ୍ଲାଗୁଡ଼ିକରେ ୪୫ରୁ ୫୫ ବେଗରେ ପବନ ବହିବାର ସମ୍ଭାବନା ରହିଛି । କିଛି ସ୍ଥାନରେ ଏହା ୬୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । କିଛି ସ୍ଥାନରେ  ସାମାନ୍ୟରୁ ମଧ୍ୟମ ଧରଣ ଓ କିଛି ସ୍ଥାନରେ ପ୍ରବଳ  ବର୍ଷା ସମ୍ଭାବନା ରହିଛି । ଆସନ୍ତା ମଙ୍ଗଳବାର ଅର୍ଥାତ୍ ୧୯ ତାରିଖ ସକାଳୁ ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ । ଘଣ୍ଟା ପ୍ରତି ପବନର ବେଗ ରହିବ ୭୫ରୁ ୮୦ କିମି  ଓ କିଛି ସ୍ଥାନରେ ଏହା ୯୫ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ବହିପାରେ । ବୁଧବାର ଅର୍ଥାତ୍  ୨୦ ତାରିଖରେ ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ । ଲ୍ୟାଣ୍ଡଫଲ୍ ବେଳକୁ ଏହି ସବୁ ଅଞ୍ଚଳରେ ୧୧୦ରୁ ୧୨୦ ବେଗରେ ପବନ ବହିବାର ସମ୍ଭାବନା ରହିଛି । ବେଳେ ବେଳେ ପବନର ବେଗ ୧୩୫ କିମି ହୋଇପାରେ ।

 

୧୫ ଓଡ଼୍ରାଫ୍ ଓ ୧୦ ଏନଡ଼ିଆରଏଫ୍ ଟିମ୍ ମୁତୟନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିରୋ କାଜୁଆଲିଟି ନିର୍ଦ୍ଦେଶ ଅନୁଯାୟୀ ବାତ୍ୟାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବେଶୀ ପ୍ରଭାବିତ ହେବାକୁ ଥିବା ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ୧୫ଟି ଓଡ୍ରାଫ୍ ଟିମ୍ ଏବଂ ୧୦ଟି ଏନଡିଆରଏଫ୍ ଟିମ୍ ମୁତୟନ ହୋଇସାରିଲେଣି । ଆବଶ୍ୟକସ୍ଥଳେ ଲୋକମାନଙ୍କୁ ସ୍ଥାନାନ୍ତର ପାଇଁ ବି ସଂପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନା ସୂଚନା ଦେଇଛନ୍ତି ।

୫୬୭ଟି ବାତ୍ୟା ଆଶ୍ରୟ ସ୍ଥଳ ଓ ୭୦୦୦ ପକ୍କା ଗୃହ ପ୍ରସ୍ତୁତ

‘ଅମ୍ଫନ୍‌’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହି ସମୟରେ ଲୋକଙ୍କୁ କିଭଳି ସୁରକ୍ଷିତ ସ୍ଥାନରେ ରଖାଯାଇପାରିବ ସେଥିନେଇ ରାଜ୍ୟର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ ହୋଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ସ୍ୱରୂପ ରାଜ୍ୟର ୧୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ୫୬୭ଟି ବାତ୍ୟା ଆଶ୍ରୟ ସ୍ଥଳ ଓ ୭୦୦୦ ପକ୍କା ଗୃହ ଚିହ୍ନଟ କରାଯାଇଛି। ଜନଜୀବନକୁ ସ୍ବାଭାବିକ କରିବା ପାଇଁ ଏସବୁ ସ୍ଥାନରେ ୩ଟି ଏନ୍‌ଡିଆର୍‌ଏଫ୍‌, ୧୨ଟି ଓଡ୍ରାଫ୍‌ ଟିମ୍‌ ସହିତ ୩୫୫ ଅଗ୍ନିଶମ ୟୁନିଟ୍‌କୁ ନିୟୋଜିତ କରାଯାଇଛି। ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଥିବା ଲୋକମାନଙ୍କୁ ନିରାପଦ ସ୍ଥାନରେ ଆଶ୍ରୟ ଦେବା ପାଇଁ ପରାମର୍ଶ ଦେଇଛନ୍ତି। ରାସ୍ତାଘାଟର ଆବଶ୍ୟକ ମରାମତି, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍‌ ସେବା, ଭିତ୍ତିଭୂମି ଏବଂ ଡାକ୍ତରଖାନାଗୁଡ଼ିକୁ ଅବିରତ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ଯୋଜନାବଦ୍ଧ ଭାବେ ପ୍ରସ୍ତୁତ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories