www.samajalive.in
Tuesday, December 9, 2025
17.1 C
Bhubaneswar

କରୋନା ବଢ଼ାଉଛି ମାନସିକ ଅବସାଦ – ତୁରନ୍ତ ପଦକ୍ଷେପ ପାଇଁ ଜାତିସଂଘର ନିବେଦନ

ସମାଜ ପୋର୍ଟାଲ ଡେସ୍କ: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‍ କୋଭିଡ୍‍ ନାଇଣ୍ଟିନ୍‍ ସଂକ୍ରମଣ ଯୋଗୁଁ ଉପୁଜିଥିବା ମାନସିକ ସମସ୍ୟାର ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ ଲାଗି ସ୍ୱାସ୍ଥ୍ୟ କ୍ଷେତ୍ର କର୍ତ୍ତୃପକ୍ଷ ଓ ସାମାଜିକ ସଂଗଠନଗୁଡ଼ିକୁ ନିବେଦନ କରିଛନ୍ତି। ସଂକ୍ରମଣ ବୃଦ୍ଧି ପାଇବା ସହ ମାନସିକ ଯନ୍ତ୍ରଣା ମଧ୍ୟ ବୃଦ୍ଧି ପାଉଥିବା ବିଷୟରେ ସେ ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି, କୋଭିଡ୍‍ ନାଇଣ୍ଟିନ୍‍ ଯୋଗୁଁ ଯେଉଁ ଲୋକମାନେ ସେମାନଙ୍କର ଆତ୍ମୀୟସ୍ୱଜନଙ୍କୁ ହରାଉଛନ୍ତି, କାମଧନ୍ଦା ଲୋପ ପାଇଯିବାରୁ ଆର୍ଥିକ ସଂକଟର ସମ୍ମୁଖୀନ ହେଉଛନ୍ତି, ସଂକ୍ରମିତ ହୋଇ ପୃଥକୀକରଣ କେନ୍ଦ୍ରରେ ରହୁଛନ୍ତି ଓ ଗମନାଗମନ ଉପରେ କଟକଣା ଯୋଗୁଁ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହୁଛନ୍ତି ସେମାନେ ଘୋର ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଛନ୍ତି। ଏଭଳି ଲୋକମାନଙ୍କ ମନରେ ସେମାନଙ୍କର ଭବିଷ୍ୟତକୁ ନେଇ ଏକ ଅହେତୁକ ଭୟ ଦେଖାଦେଇଛି। ଦେଖନ୍ତୁ ଭିଡିଓ –

- Advertisement -

ଜାତିସଂଘ ମୁଖ୍ୟ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, କୋଭିଡ୍‍ ନାଇଣ୍ଟିନ୍‍ ବର୍ତ୍ତମାନ ସର୍ବସାଧାରଣ ଓ ସମ୍ପ୍ରଦାୟଗୁଡ଼ିକୁ ମାନସିକ ସ୍ତରରେ ଘୋର ଆଘାତ ପହଞ୍ଚାଇଛି। ଗୁଟେରସ କହିଛନ୍ତି, ଯେଉଁମାନଙ୍କ ପାଇଁ ମାନସିକ ସହାୟତା ଅଧିକ ଆବଶ୍ୟକ ରହିଛି ସେମାନଙ୍କ ମଧ୍ୟରେ କୋଭିଡ୍‍ ନାଇଣ୍ଟିନ୍‍ର ମୁକାବିଲା କରୁଥିବା ସ୍ୱାସ୍ଥ୍ୟ କର୍ମୀ, ବୟୋଜ୍ୟେଷ୍ଠ ବ୍ୟକ୍ତି, ବାଳକ-ବାଳିକା, ଯୁବା ଓ ଯେଉଁମାନେ ଆଗରୁ କୌଣସି ନା କୌଣସି ମାନସିକ ରୋଗରେ ପିଡ଼ିତ ଥିବା ଭଳି ଲୋକମାନେ ରହିଛନ୍ତି। ସେ କହିଛନ୍ତି, କୋଭିଡ୍‍ ନାଇଣ୍ଟିନ୍‍ର ମୁକାବିଲା ସମୟରେ ବିଭିନ୍ନ ଦେଶର ସରକାରମାନଙ୍କୁ ଏଭଳି ଲୋକମାନଙ୍କର ମାନସିକ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଅତ୍ୟନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories