www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ସଙ୍କଟ: ପୂଜାରୀ ଓ କର୍ମଚାରୀଙ୍କୁ ଦରମା ଦେବାକୁ ଟିଟିଡ଼ି ନିକଟରେ ନାହିଁ ଚଳନ୍ତି ଅର୍ଥ

ତିରୁପତି: ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡ଼ି) ନିକଟରେ ଜମା ଅଛି ୧୪ ହଜାର କୋଟି ଟଙ୍କା । ମନ୍ଦିର କର୍ତ୍ତୃପକ୍ଷ ଲକରରେ ୮.୭ ଟନ୍ ସୁନା ଗଚ୍ଛିତ ରଖିଛନ୍ତି । ଏହାବ୍ୟତୀତ ମନ୍ଦିରରେ ଦେବାଦେବୀଙ୍କ ସୁନା ଅଳଙ୍କାର ଓଜର ହେଉଛି ୫୫୦ କେଜି । ଏହା ସତ୍ତ୍ବେ କରୋନା ସଙ୍କଟ କାଳରେ ପୂଜାରୀ ଓ ଅନ୍ୟ କର୍ମଚାରୀଙ୍କୁ ଦରମା ଦେବାକୁ ସଂସ୍ଥାନ କର୍ମକର୍ତ୍ତା ଅରାଜି । ଏହାର କାରଣ ହେଉଛି ବିପୁଳ ଆୟ ହ୍ରାସ । କରୋନା ଯୋଗୁଁ ଭକ୍ତମାନଙ୍କର ଆଗମନ ତିରୁପତି କମିଛି ଓ ଦୈନିକ ଆୟ ପ୍ରାୟ ବନ୍ଦ ହୋଇ ଯାଇଛି । ତେଣୁ ନଗଦ ଓ ଚଳନ୍ତି ଅର୍ଥାଭାବ ମନ୍ଦିର ଟ୍ରଷ୍ଟ ପାଇଁ ସମସ୍ୟା ହୋଇଛି ।
ପ୍ରାୟ ୨ ହଜାରର ବର୍ଷର ପୁରାତନ ଭେଙ୍କଟେଶ୍ବର ମନ୍ଦିର ଦେଶର କାହିଁକି ସମଗ୍ର ବିଶ୍ବର ଏକ ଧନୀ ମନ୍ଦିର ଭାବରେ ପରିଗଣିତ । ଏହି ମନ୍ଦିରର ବର୍ଷକୁ ଆୟ ପ୍ରାୟ ୩୧ ବିଲିୟନ ଟଙ୍କା ବୋଲି କୁହାଯାଏ । ସାରା ବିଶ୍ବରେ ତିରୁପତିଙ୍କର ପ୍ରାୟ ୨୫ ନିୟୁତ ଭକ୍ତ ଅଛନ୍ତି ।  ମନ୍ଦିର ନିକଟରେ ୮.୭ ଟନ୍ ସୁନା ଗଚ୍ଛିତ ଅଛି । ଏଥିରୁ ଆଇଓବିରେ ୧୯୩୮ କିଲୋଗ୍ରାମ, ଷ୍ଟେଟବ୍ୟାଙ୍କରେ ୫୩୮୭ କିଲୋଗ୍ରାମ, ଟିଟିଡ଼ିର ନିଜସ୍ବ ଟ୍ରେଜେରୀରେ ୧୩୮୧ କିଲୋଗ୍ରାମ ସୁନା ରହିଛି । ସେହିପରି ବ୍ୟାଙ୍କରେ ଜମା ରହିଥିବା ପ୍ରାୟ ୧୪ ହଜାର କୋଟି ଟଙ୍କାରୁ ମନ୍ଦିର ଟ୍ରଷ୍ଟ ବାର୍ଷିକ ପ୍ରାୟ ୯୦୦ କୋଟି ଟଙ୍କା ସୁଧ ପାଇଥାଆନ୍ତି । ମାତ୍ର ଚଳନ୍ତି ଅର୍ଥ ଓ ନଗଦ ଅଭାବ ଯୋଗୁଁ ଏବେ ଦରମା ଦେବା ନେଇ ଟ୍ରଷ୍ଟ କର୍ତ୍ତୃପକ୍ଷ ପଛଘୁଞ୍ଚା ଦେଉଥିବା ସୂଚନା ମିଳିଛି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories