www.samajalive.in
Sunday, December 7, 2025
26.1 C
Bhubaneswar

ଇଲେକ୍ଟ୍ରୋନିକ ସରଞ୍ଜାମ କାଗଜ ଓ ନୋଟକୁ ଜୀବାଣୁମୁକ୍ତ କରିବା ପାଇଁ ଡିଆରଡିଓ ଲାବ ବିକଶିତ କଲା ସ୍ୱୟଂଚାଳିତ ୟୁଭି ସିଷ୍ଟମ୍

ହାଇଦରାବାଦ : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)ର ପ୍ରମୁଖ ପରୀକ୍ଷାଗାର, ହାଇଦରାବାଦ ସ୍ଥିତ ସେଣ୍ଟର ଇମାରତ ପକ୍ଷରୁ ଏକ ସ୍ୱୟଂଚାଳିତ ଏବଂ ସ୍ପର୍ଶମୁକ୍ତ ୟୁଭିସି ସାନିଟାଇଜେସନ କ୍ୟାବିନେଟ (ଜୀବାଣୁ ବିଶୋଧନ) ବିକଶିତ କରାଯାଇଛି । ଏହାକୁ ଡିଫେନ୍ସ ରିସର୍ଚ୍ଚ ଅଲଟ୍ରାଭାଓଲେଟ ସାନିଟାଇଜର (ଡିଆରୟୁଭିଏସ) ନାଁ ଦିଆଯାଇଛି । ଏହା ଜରିଆରେ ମୋବାଇଲ ଫୋନ, ଆଇପ୍ୟାଡ, ଲାପଟପ, କରେନ୍ସିଂ ନୋଟ, ଚେକ, ଚାଲାଣ, ପାସବୁକ, କାଗଜ, ଲଫାପା ଆଦିକୁ ଜୀବାଣୁମୁକ୍ତ କରାଯାଇପାରିବ ।
ସ୍ପର୍ଶ ନକରି ଡିଆରୟୁଭିଏସ କ୍ୟାବିନେଟକୁ ପରିଚାଳନା କରାଯାଇପାରିବ। ଯାହା ଭୂତାଣୁ ସଂକ୍ରମଣ ପ୍ରସାରକୁ ରୋକିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେନ୍ସର ସ୍ୱିଚ ତଥା ଡ୍ର ଖୋଲିବା ଓ ବନ୍ଦ କରିବା ସୁବିଧା ଏହାର ପରିଚାଳନାକୁ ସ୍ୱୟଂଚାଳିତ ଓ ସ୍ପର୍ଶମୁକ୍ତ କରିଛି । କ୍ୟାବିନେଟ ଭିତରେ ରଖାଯାଇଥିବା ବସ୍ତୁ ଉପରେ ସବୁ ଦିଗରୁ ୟୁଭିସିର ପ୍ରଭାବ (୩୬୦ ଡିଗ୍ରୀ ଏକ୍ସପୋଜର) ପଡ଼ିଥାଏ। ଜୀବାଣୁମୁକ୍ତ ହେବାର ପ୍ରକ୍ରିୟା ଶେଷ ହେବା ପରେ ସିଷ୍ଟମ ସ୍ଲିପ ମୋଡକୁ ଚାଲିଯାଇଥାଏ ଏହି କାରଣରୁ ପରିଚାଳନା କରୁଥିବା ଲୋକଙ୍କୁ ଉପକରଣ ପାଖରେ ଛିଡ଼ା ହୋଇ ରହିବା କିମ୍ବା ଅପେକ୍ଷା କରିବାକୁ ଆବଶ୍ୟକ ପଡ଼ିନଥାଏ ।
ଆରସିଆଇ ଏକ ସ୍ୱୟଂଚାଳିତ ୟୁଭିସି କରେନ୍ସି ନୋଟକୁ ସାନିଟାଇଜ କରିବାର ଉପକରଣ ମଧ୍ୟ ବିକଶିତ କରିଛି, ଯାହାକୁ ନୋଟ୍ସକ୍ଲିନ ନାଁ ଦିଆଯାଇଛି। ଡିଆରୟୁଭିଏସ ଉପଯୋଗ କରି ନୋଟ ବଣ୍ଡଲକୁ ଜୀବାଣୁମୁକ୍ତ କରାଯାଇପାରିବ, ତେବେ ଏହାର ଉପଯୋଗ କରି ପ୍ରତ୍ୟେକ କରେନ୍ସି ନୋଟକୁ ଜୀବାଣୁ ମୁକ୍ତ କରିବାର ଏହି ପ୍ରକ୍ରିୟା ପାଇଁ ଯଥେଷ୍ଟ ସମୟ ଲାଗିବ । ଏହାର ସମାଧାନ ଲାଗି ଏକ ନୋଟ ବିଶୋଧନ କୌଶଳ ବିକଶିତ କରାଯାଇଛି, ଏଥିପାଇଁ ଡିଭାଇସର ଇନପୁଟ ସ୍ଲଟରେ ଖୋଲା ନୋଟ ରଖିବାକୁ ପଡ଼ିବ । ଉପକରଣ ଗୋଟିଏ ପରେ ଗୋଟିଏ ନୋଟକୁ ଗ୍ରହଣ କରି ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଜୀବାଣୁମୁକ୍ତ କରିବ । ଏଥିପାଇଁ ନୋଟ ୟୁଭିସି ଲ୍ୟାମ୍ପର ଏକ ଶୃଙ୍ଖଳା ଦେଇ ଗତି କରିବ ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories