www.samajalive.in
Tuesday, December 9, 2025
26.1 C
Bhubaneswar

ବାଂଲାଦେଶରେ କରୋନା ମୃତ୍ୟୁ ୨୧୪, ସଂକ୍ରମିତ ୧୩, ୭୭୦

ସମାଜ ପୋର୍ଟାଲ ଡେସ୍କ: ବାଂଲାଦେଶରେ କରୋନା ଭୂତାଣୁ ଦ୍ୱାରା ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୩୬ଟି ନୂତନ ମାମଲା ସାମ୍‍ନାକୁ ଆସିଛି। ଏଥି ସହିତ ବାଂଲାଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୩ ହଜାର ୭୭୦କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୨୧୪ ଛୁଇଁଛି।

ଅନ୍ୟ ପକ୍ଷରେ ସାର୍‍ଜାରୁ ଆଜି ସନ୍ଧ୍ୟାରେ ୧୮୦ ଜଣ ଭାରତୀୟଙ୍କୁ ନେଇ ଏକ ବିମାନ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବ। ଏହି ଭାରତୀୟମାନଙ୍କ ମଧ୍ୟରେ ଜଣଙ୍କ ନିକଟରେ କରୋନା ସଂକ୍ରମଣ ଚିହ୍ନଟ ହେବା ଫଳରେ ତାଙ୍କୁ ଏହି ବିମାନରେ ଯାତ୍ରା କରିବାକୁ ଅନୁମତି ମିଳିନାହିଁ। ସ୍ଥାନୀୟ ସରକାର ସମ୍ପୃକ୍ତ ପ୍ରବାସୀଙ୍କୁ ଆଇସୋଲେସନରେ ରଖିଛନ୍ତି। ବନ୍ଦେ ଭାରତ ମିଶନ୍‍ ଅଧୀନରେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଅଣାଯାଉଥିବାରୁ ସେମାନେ କେନ୍ଦ୍ର ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories