www.samajalive.in
Tuesday, December 9, 2025
19.1 C
Bhubaneswar

ପ୍ରବାସୀ ଶ୍ରମିକ ଫେରିବା ପ୍ରସଙ୍ଗ – ରାତିଅଧିଆ ପିଟିସନ ପ୍ରସ୍ତୁତି

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକ ଫେରିବା ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟଙ୍କ ଆଦେଶନାମା ପରେ ଗୁରୁବାର ଦିନ ଦିଲ୍ଲୀରେ ସରକାରୀ କଳ ଚଳଚଞ୍ଚଳ ହୋଇପଡ଼ିଥିଲା। ମିଳିଥିବା ସୂଚନା ଅନୁଯାୟୀ ଘଟଣାକ୍ରମରେ ସିିଧାସଳଖ ହସ୍ତକ୍ଷେପ କରିବାକୁ ଗୁଜୁରାଟ ସରକାରଙ୍କ ତରଫରୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ କୁହାଯାଇଥିଲା। ସଂଧ୍ୟାରେ କେନ୍ଦ୍ର ଗୃହ, ଆଇନ, ରେଳ ଓ ସଡ଼କ ପରିବହନ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ମାନେ ଏକ ବୈଠକରେ ପରବର୍ତ୍ତୀ ରଣନୀତି ବିଷୟରେ ଚର୍ଚ୍ଚା କରିଥିଲେ। ବୈଠକ ପରେ କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ପରାମର୍ଶ ନିଆଯାଇଥିଲେ।

ଶନିବାର ଓ ରବିବାର ଦୁଇ ଦିନ ସୁପ୍ରିମକୋର୍ଟ ଛୁଟି ଥିବାରୁ ଶୁକ୍ରବାର ଦିନ ପୂର୍ବାହ୍ନ ସୁଦ୍ଧା ଏସଏଲପି ଦାଖଲ କରିବାକୁ ସଲିସିଟର ଜେନେରାଲ ପରାମର୍ଶ ଦେଇଥିଲୋ। କେନ୍ଦ୍ର ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ଜ୍ଞାନେସ କୁମାରଙ୍କୁ ସରକାର ଏବଂ ଓକିଲଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଦାୟିତ୍ୱ ଦିଆଯାଇଥିଲା। ଶୁକ୍ରବାର ସକାଳେ କୋର୍ଟ ଖୋଲିବା ପୂର୍ବରୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରିରେ ଏସଏଲପି ଦାଖଲ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ସରିଥିଲା। ପୂର୍ବାହ୍ନ ୧୦ଟାରେ ସୁପ୍ରିମକୋର୍ଟ କୋର୍ଟ ସଂଖ୍ୟା ୨ର ସପ୍ଲିମେଣ୍ଟାରୀ ଲିଷ୍ଟ ସଂଖ୍ୟା ୨୬ରେ ମାମଲା ଶୁଣାଣି ପାଇଁ ଧାର୍ୟ୍ୟ ହୋଇଥିଲା।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories