www.samajalive.in
Monday, December 8, 2025
14.1 C
Bhubaneswar

ରଥ ନିର୍ମାଣ କରୁଥିବା ସମସ୍ତ ବିଶ୍ଵକର୍ମାଙ୍କର ହେବ କରୋନା ଟେଷ୍ଟ

ପୁରୀ : ଶ୍ରୀଜୀଉଙ୍କ ଘୋଷଯାତ୍ରା ଲାଗି ରଥ ନିର୍ମାଣ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେବାପରେ ଆଜିଠୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ରଥ ନିର୍ମାଣ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ନିଷ୍ପତ୍ତି ପାଇଁ ଦାୟିତ୍ଵ ଦେଇଥିଲେ । ଗତକାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇ ରଥ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇଥିଲା । ଏହାରି ମଧ୍ୟରେ ରଥ କାର୍ଯ୍ୟବେଳେ କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ କଡାକଡି ପାଳନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ଵ ଦେଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ.କିଷନ କୁମାର ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ରଥ ନିର୍ମାଣ ଯେପରି ନିରାପଦରେ ହୋଇପାରିବ, ତାହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କେତେକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନା ଅନୁସାରେ ରଥ କାର୍ଯ୍ୟକରୁଥିବା ୧୫୦ ବିଶ୍ଵକର୍ମାଙ୍କର କରୋନା ଟେଷ୍ଟ କରାଯିବ । ରଥ ନିର୍ମାଣରେ ନିୟୋଜିତ ଥିବା ବିଶ୍ଵକର୍ମାମାନେ ଘରକୁ ଯାଇପାରିବେ ନାହିଁ । ସେମାନଙ୍କ ପାଇଁ  ଭକ୍ତ ନିବାସରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।ସେମାନେ ସେଠାରେ ରହିବେ ଏବଂ ସେମାନଙ୍କ ଖାଦ୍ୟପେୟ କଥା ସରକାର ବୁଝିବେ । ବିଶ୍ଵକର୍ମା ମାନଙ୍କୁ ପ୍ରତିଦିନ ଭକ୍ତ ନିବାସରୁ ରଥ ଖଳାଯାଏଁ ନେବା ଆଣିବା କରିବା ପାଇଁ ବସ୍ ନିୟୋଜିତ ହେବ ।  ପ୍ରାୟ ୨୦୦ ଫୁଟ ନିଷିଦ୍ଧାଞ୍ଚଳରେ ରଥ ନିର୍ମାଣ କାର୍ଯ୍ୟ କରାଯିବ ।

- Advertisement -

ଏଥି ସହିତ ସେବାୟତମାନଙ୍କର ମଧ୍ୟ ସ୍ବାସ୍ଥ୍ୟ ପରୀକ୍ଷା କରାଯବି ବୋଲି ଜଣାପଡିଛି । ଉଭୟ ପକ୍ଷଙ୍କ ଆଲୋଚନା ପରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ.କିଷନ କୁମାର କହିଛନ୍ତି । ରଥକାମ ଚାଲୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ରଥ ଖଳାକୁ ନଯିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ.କିଷନ କୁମାର ଅନୁରୋଧ କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories