www.samajalive.in
Sunday, December 7, 2025
16.1 C
Bhubaneswar

ହାଇକୋର୍ଟଙ୍କ ଛାଟ: ଅଟକିଲା ଓଡ଼ିଶା ଆସୁଥିବା ୩ ଶ୍ରମିକ ସ୍ବତନ୍ତ୍ର ଏକ୍ସପ୍ରେସ

ଭୁବନେଶ୍ବର : ଓଡ଼ିଶା ହାଇକୋର୍ଟଙ୍କ କଡ଼ା ନିର୍ଦେଶ ପରେ ଓଡ଼ିଶା ଅଭିମୁଖେ ଆଜି ରାତିରେ ସୁରତ୍ ଛାଡ଼ିବାକୁ ଥିବା ୩ ଶ୍ରମିକ ଏକ୍ସପ୍ରେସ ଟ୍ରେନ୍ ବାତିଲ କରାଯାଇଛି । ରାଜ୍ୟ ସରକାର ସୁରତ୍ ଜିଲା ପ୍ରଶାସନକୁ ହାଇକୋର୍ଟଙ୍କ ନିର୍ଦେଶ ଅବଗତ କରିବା ପରେ ଟ୍ରେନଗୁଡ଼ିକର ଯାତ୍ରା ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଥିବା ସୂଚନା ମିଳିଛି । ତେବେ ଅନ୍ୟ ରାଜ୍ୟ ଅଭିମୁଖେ ଯାତ୍ରା କରିବାକୁ ଥିବା ୯ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଯଥାରୀତି ଯାତ୍ରା କରିବ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ଗୁଜରାଟରୁ ୫ଟି ଟ୍ରେନ୍ ଆଜି ଓଡ଼ିଶା ଅଭିମୁଖେ ଆସିବାକୁ ଧାର୍ଯ୍ୟ ହୋଇଥିଲା । ସୁରତରୁ ବାହାରିବାକୁ ଥିବା ୩ ଟ୍ରେନ୍ ବାତିଲ ପରେ ଅନ୍ୟ ଦୁଇଟି ଟ୍ରେନ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

- Advertisement -

ସୂଚନାଯୋଗ୍ୟ ଯେ  ଅନ୍ୟରାଜ୍ୟରୁ ଓଡିଶା ଫେରିବା ପୂର୍ବରୁ ସମସ୍ତ ପ୍ରବାସୀଙ୍କର କରୋନା ଟେଷ୍ଟ କରାଯାଉ ଏବଂ କରୋନା ନେଗେଟିଭ୍ ଆସିଲେ ରାଜ୍ୟକୁ ପ୍ରବେଶ ଅନୁମତି ମିଳୁ ବୋଲି ହାଇକୋର୍ଟ ଆଜି ସକାଳେ ନିର୍ଦେଶ ଦେଇଥିଲେ ।  ସାମାଜିକ କର୍ମୀ ନାରାୟଣ ଚନ୍ଦ୍ର ଜେନାଙ୍କ ଦ୍ବାରା ଆଗତ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ରାୟ ଦେଇଛନ୍ତି କି ଯେଉଁ ପ୍ରବାସୀ ଓଡିଆ ରାଜ୍ୟକୁ ଫେରିବାକୁ ଚାହିଁଥିବେ ସେ ଯେଉଁ ସ୍ଥାନରେ ଅଛନ୍ତି, ସେହି ସ୍ଥାନରେ ତାଙ୍କର କରୋନା ଟେଷ୍ଟ ହେବ । ରାଜ୍ୟ ସରକାର ପରୀକ୍ଷା ଖର୍ଚ୍ଚ ବହନ କରିବେ । ଟେଷ୍ଟ ନେଗେଟିଭ୍ ଆସିଲେ ରାଜ୍ୟକୁ ଫେରିବାକୁ ଅନୁମତି ମିଳିବ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories