www.samajalive.in
Tuesday, December 9, 2025
26.1 C
Bhubaneswar

କୋଭିଡ-୧୯ ବୁଲେଟିନ୍ : ୧୪,୧୮୩ ଲୋକ ସୁସ୍ଥ, ଆରୋଗ୍ୟ ହାର ୨୮.୭୨%

ନୂଆଦିଲ୍ଲୀ : ଏକ ସତର୍କ, ସକ୍ରିୟ ତଥା ବର୍ଗୀକୃତ ମୁକାବିଲା ନୀତିର ଅଂଶବିଶେଷ ସ୍ବରୂପ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି।

ବର୍ତ୍ତମାନସୁଦ୍ଧା ୧୪,୧୮୩ ଜଣେ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୫୭ ଜଣ ରୋଗୀ ସୁସ୍ଥ ହେବା ଯୋଗୁ ଆରୋଗ୍ୟ ହାର ୨୮.୭୨%ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯୫୮ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୯,୩୯୧ରେ ପହଞ୍ଚିଛି । ସେହିପରି ଦେଶରେ ମୃତ୍ୟୁ ସଂଖ୍ୟା ୧୬୯୪ରେ ପହଞ୍ଚିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ବୁଧବାର ଗୁଜରାଟ ଉପମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେଙ୍କ ସହିତ ଏକ ବୈଠକରେ ଆଲୋଚନା କରିଥିଲେ । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏବଂ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଉଭୟ ରାଜ୍ୟରେ କୋଭିଡ-୧୯ର ସ୍ଥିତି, ପଦକ୍ଷେପ ଏବଂ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା ।
ଅଣକୋଭିଡ ଜରୁରୀ ସେବା ପ୍ରତି ଅବହେଳା ପ୍ରଦର୍ଶନ କରାଯିବା ଅନୁଚିତ ବୋଲି ଡ. ହର୍ଷ ବର୍ଦ୍ଧନ ଗୁରୁତ୍ୱ ଦେଇଥିଲେ। ରାଜ୍ୟଗୁଡ଼ିକ ଗୁରୁତର ଶ୍ୱାସକ୍ରିୟା ଜନିତ ସଂକ୍ରମଣ (ଏସଏଆରଆଇ)/ସର୍ଦ୍ଦି ଭଳି ଅସୁସ୍ଥତା (ଆଇଏଲଆଇ)ମାମଲାଗୁଡ଼ିକର ସ୍କ୍ରିନିଂ ଓ ପରୀକ୍ଷଣ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି, ଯାହା ଫଳରେ ଜରୁରିକାଳୀନ ହଟସ୍ପଟକୁ ଚିହ୍ନଟ କରାଯାଇ ପରିଚାଳନା ନିମନ୍ତେ ଉପଯୁକ୍ତ ରଣନୀତି ଅବଲମ୍ବନ କରାଯାଇପାରିବ। ଅଭ୍ୟାସଗତ ପରିବର୍ତ୍ତନ ସଚେତନତା ଅଭିଯାନକୁ ବ୍ୟାପକ କରାଯିବା ଆବଶ୍ୟକ ଯାହାଫଳରେ କୋଭିଡ-୧୯ ମାମଲା ଚିହ୍ନଟ କ୍ଷେତ୍ରରେ ବାଛବିଚାର ଦୂର କରାଯାଇପାରିବ। ଏହା ଠିକଣା ସମୟରେ ମାମଲା ଚିହ୍ନଟ, ଚିକିତ୍ସା ଏବଂ ମୃତ୍ୟୁହାର ହ୍ରାସ ଦିଗରେ ସହାୟକ ହେବ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories