www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ଯୋଦ୍ଧା ଅଗ୍ନିଶମ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ସୁରେଶ ରାଉତରାୟ

ଜଟଣୀ : ମହାମାରୀ ସଂକ୍ରମଣ କରୋନାକୁ ପ୍ରତିହତ କରିବା ପାଇଁ କାର୍ଯ୍ୟ କରୁଥିବା ଜଟଣୀ ଅଗ୍ନିଶମ ସେବା କେନ୍ଦ୍ରର ସମସ୍ତ କର୍ମଚାରୀ କରୋନା ଯୋଦ୍ଧା ପରି କାର୍ଯ୍ୟ କରିଥିବାରୁ ଜଟଣୀ ନାଗରିକ କମିଟି ପକ୍ଷରୁ ସେମାନଙ୍କୁ କ୍ୟାପଟେନ ମନ୍ମଥ ରାଉତରାୟଙ୍କ ନେତୃତ୍ୱରେ ବୁଧବାର ସ୍ଥାନୀୟ  ବିଧାୟକ ସୁରେଶ କୁମାର ରାଉତରାୟ ପୁଷ୍ପଗୁଚ୍ଛ ଓ ଉତ୍ତରିୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସେମାନଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନକରି ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଉଚ୍ଚ ପ୍ରଶଂସା କରିଥିଲେ। ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ ଜଣେ ଜଣେ କରୋନା ଯୋଦ୍ଧା ପରି ଅତି ନିଷ୍ଠାର ସହିତ କାର୍ଯ୍ୟ କରି ଜଟଣୀ ଅଞ୍ଚଳକୁ ମାହାମାରି କରୋନାକୁ  ରୋକିବା ପାଇଁ ଭଲଭାବେ ରାସ୍ତାଘାଟ ଓ ଦୋକାନ ବଜାର ଆଦି ବିଶୋଧନ କରୁଛନ୍ତି ବୋଲି ବିଧାୟକ ସୁରେଶ ରାଉତରାୟ କହିଥିଲେ ।

ସେହିପରି  ଜଟଣୀରେ ଫ୍ଲାଏ ଓଭର ବ୍ରିଜରେ କାର୍ଯ୍ୟ କରୁଥିବା ଶ୍ରମିକ ଯେଉଁମାନେ ଅନ୍ୟ ରାଜ୍ୟରୁ ଆସି ଦୀର୍ଘଦିନ ଧରି କାମ କରୁଛନ୍ତି ସେମାନଙ୍କୁ ମଧ୍ୟ ବିଧାୟକ ଶୁର ରାଉତରାୟ ମାସ୍କ ଓ ସାନିଟାଇଜର ସହ ଅତ୍ୟାବ୍ୟଶ୍ୟକୀୟ ଶୁଖିଲା ଖାଦ୍ୟ ସାମଗ୍ରୀ ଦେଇଥିଲେ।

- Advertisement -

ଏହି କାର୍ଯ୍ୟକ୍ରରେ କଳିଙ୍ଗ ସାହୁ, ସୁଲୁ ରଥ, ସଂଗ୍ରାମ ରାଉତରାୟ, ସମ୍ବିତ ମଙ୍ଗରାଜ, ଲିଟୁ ଶତପଥି, ନୌଷର ଅଲ୍ଲୀ, ଏମଡି ନାଜିଦ,ରାଜେନ୍ଦ୍ର ମହାରଣା ପ୍ରମୁଖ ଯୋଗଦାନ କରି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories