www.samajalive.in
Sunday, December 7, 2025
14.1 C
Bhubaneswar

ମହିଳାଙ୍କୁ ବଳାତ୍କାର ଅଭିଯୋଗ : ଯୁବକ ଗିରଫ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ଏକ ଗ୍ରାମରେ ଜନୈକା ବିଧବା ମହିଳା(୨୬)ଙ୍କ ପ୍ରତି ଦୁଷ୍କର୍ମ ହୋଇଥିବା ଅଭିଯୋଗରେ ଜନୈକ ଯୁବକକୁ ଗିରଫ କରାଯାଇଛି। ଗିରଫ ଯୁବକ ହେଉଛି ଖୁଣ୍ଟା ଥାନା ଚୁନୁଡିହା ଗ୍ରାମର ସୁରେନ୍ଦ୍ର ବେହେରା(୨୧)।

ସୂଚନା ଅନୁସାରେ, ଗତ ୩ତାରିଖ ସନ୍ଧ୍ୟାରେ ସୁରେନ୍ଦ୍ର ମହିଳାଙ୍କ ସହିତ ବଳପୂର୍ବକ ଦୁଷ୍କର୍ମ କରିବା ସମୟରେ ପୀଡ଼ିତା ଚିତ୍କାର କରିବାରୁ ସେ ପଳାଇଯାଇଥିଲା। ପୀଡିତା ମହିଳା ସୋମବାର ଘଟଣା ସମ୍ପର୍କରେ ଖୁଣ୍ଟା ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ଉଭୟଙ୍କର ଡାକ୍ତରୀ ପରୀକ୍ଷା ପରେ ସୁରେନ୍ଦ୍ରକୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ପୀଡିତାଙ୍କର ସ୍ୱାମୀ ଦେଢ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ରହିଥିବା ସୂଚନା ମିଳିଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories