www.samajalive.in
Tuesday, December 9, 2025
26.1 C
Bhubaneswar

ରଥ ନିର୍ମାଣ ନେଇ ଆଜି ଚୁଡାନ୍ତ ନିଷ୍ପତ୍ତି, ଅପରାହ୍ନ ୪ ଟାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ଵପୂର୍ଣ୍ଣ ବୈଠକ

ସମାଜ ପୋର୍ଟାଲ ଡେସ୍କ : ପାଖେଇ ଆସିଲାଣି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା । ରଥାରୁଢ ହୋଇ ନିଜ ଭକ୍ତ ମାନଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିବା ବେଳେ ରଥ ଯାତ୍ରା ହେବ କି ନାହିଁ ସେ ନେଇ ଚୁଡାନ୍ତି ନିଷ୍ପତ୍ତି ମଧ୍ୟ ନିଆଯାଇ ପାରି ନାହିଁ । ଲକଡାଉନର ଅବଧି ବୃଦ୍ଧି କରାଯାଇଥିବାରୁ ରଥନିର୍ମାଣ କାମ ମଧ୍ୟ ହୋଇପାରୁନାହିଁ । ଗତ ୨୬ ତାରିଖ ଅକ୍ଷୟ ତୃତୀୟା ଯାଇଥିଲେ ମଧ୍ୟ ଆଜିଯାଏ ସପ୍ତାହେରୁ ଅଧିକ ସମୟ ବିତିଥିଲେ ବି ରଥନିର୍ମାଣ କାର୍ଯ୍ୟ  ଅଗ୍ରଗତି ହୋଇପରୁନାହିଁ । ଏଣୁ ଚଳିତ ବର୍ଷ ଶ୍ରୀ ଜୀଉଙ୍କ ରଥଯାତ୍ରା ହେବ କି ନାହିଁ ତାହା ସନ୍ଦେହ ଘେରରେ ରହିଛି ।

ଏହାରି ମଧ୍ୟରେ ରଥଯାତ୍ରା ଓ ରଥ ନିର୍ମାଣ ନେଇ ଚୁଡାନ୍ତ ନିଷ୍ପତ୍ତି ନେବାପାଇଁ ଆଜି ଶ୍ରୀ ମନ୍ଦିର ପରିଚାଳନା କିମିଟିର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ଆଜି ଅପରାହ୍ନ ୪ ଟାରେ ଭିଡିଓ କନଫରେନ୍ସ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ । ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଭୁବନେଶ୍ୱରରୁ ଭିଡିଓ ବାର୍ତ୍ତା ଜରିଆରେ ଯୋଗଦେବେ । ସେହିପରି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଓ ଶ୍ରୀ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ପୁରୀରୁ ଥାଇ ଅଂଶ ଗ୍ରହଣ କରିବେ । ଏହି ବୈଠକରେ ରଥ ନିର୍ମାଣକୁ ନେଇ ଚୁଡାନ୍ତି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories