www.samajalive.in
Wednesday, December 10, 2025
15.1 C
Bhubaneswar

ଝାଡ଼ଖଣ୍ଡରେ କୋହଳ ହେବ ନାହିଁ ଲକ୍ଡ଼ାଉନ; ରାଜ୍ୟର ସ୍ବାର୍ଥ ଯୋଗୁଁ ନିଷ୍ପତ୍ତି: ହେମନ୍ତ

ରାଞ୍ଚି : ଲକ୍ଡ଼ାଉନ ତୃତୀୟ ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟ ସରକାର କଟକଣା କୋହଳ କରିଛନ୍ତି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ମାର୍ଗଦର୍ଶିକା ଅନୁସାରେ ଲକ୍ଡ଼ାଉନ କାଳରେ କିଛି ଦୋକାନବଜାର ଖୋଲାଖୋଲି, ଗାଡ଼ି ଚଳାଚଳକୁ ଅନୁମତି ଦିଆଯାଇଛି । ମାତ୍ର ଝାଡ଼ଖଣ୍ଡ ସରକାର ତୃତୀୟ ପର୍ଯ୍ୟାୟ ଲକ୍ଡ଼ାଉନ କାଳରେ କଟକଣା କୋହଳ କରିବାକୁ ସ୍ପଷ୍ଟ ମନା କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଟ୍ବିଟ୍ କରି ଏହା ସୂଚନା ଦେଇଛନ୍ତି ।

- Advertisement -

ହେମନ୍ତ କହିଛନ୍ତି ଯେ ଦେଶର ବିଭିନ୍ନ ରାଜ୍ୟରୁ ଶ୍ରମିକମାନେ ଓ ପ୍ରବାସୀମାନେ ରାଜ୍ୟକୁ ଫେରୁଛନ୍ତି । ତେଣୁ ଏହାପ୍ରତି ରାଜ୍ୟ ସରକାର ସଦା ସତର୍କ ଅଛନ୍ତି । ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ଆଗାମୀ ଦୁଇ ସପ୍ତାହ କଟକଣାରେ କୌଣସି କୋହଳ କରାଯିବ ନାହିଁ । ଲକ୍ଡ଼ାଉନ ଆରମ୍ଭ ସମୟରେ କଟକଣା ଯେପରି ଥିଲା, ସେପରି କଟକଣା ଆସନ୍ତା ମେ ୧୭ ତାରିଖ ପର୍ଯ୍ୟନ୍ତ ରହିବ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories