www.samajalive.in
Wednesday, December 10, 2025
15.1 C
Bhubaneswar

ବଞ୍ଚିବାର ଆଶା ଥିଲା ୫୦-୫୦: ଜୀବନ ଓ ମୃତ୍ୟୁ ମଧ୍ୟରେ ଠିଆ ହୋଇଥିଲେ ଡ଼ାକ୍ତର

ଇଂଲଣ୍ଡ: କରୋନା ସଂକ୍ରମିତ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କର ଭାବୀ ପତ୍ନୀ ପ୍ରସବ କରିଥିବା ସନ୍ତାନର ନାଁ ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତରଙ୍କ ନାଁରେ ନାମିତ କରିବେ । ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତରଙ୍କ ନାଁ ଥିଲା ନିକୋଲାସ ଓ ତାଙ୍କର  ଏହି ନାଁଟି ତାଙ୍କର ପୁଅକୁ ଦେବେ ବୋଲି କହିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ।

ଇଂରାଜୀ ସମ୍ବାଦପତ୍ର ‘ସନ୍’କୁ ଦେଇଥିବା ଏକ ସାକ୍ଷାତକାରରେ ଜନସନ ତାଙ୍କର କରୋନା ଅନୁଭୂତି ବଖାଣିଛନ୍ତି । ସେ କହିଛନ୍ତି ଯେ ତାଙ୍କର ମୃତ୍ୟୁ ଓ ଜୀବନ ମଧ୍ୟରେ ଡ଼ାକ୍ତରମାନେ ହିଁ ଠିଆ ହୋଇଥିଲେ । ତାଙ୍କର ଜୀଇବା ଓ ମରିବା ୫୦-୫୦ ଭାଗରେ ବାଣ୍ଟି ହୋଇ ଯାଇଥିଲା ।  ଚିକିତ୍ସା ସମୟରେ ଜନସନ ଲଗାତର ନିଜକୁ ପ୍ରଶ୍ନ ପଚାରୁଥିଲେ ଯେ ସେ କିପରି ଏହି ସ୍ଥିତିରୁ ବାହାରିବେ ? କିଛି ଦିନ ମଧ୍ୟରେ ତାଙ୍କ ସ୍ବାସ୍ଥ୍ୟ କିପରି ଏତେ ଖରାପ ହୋଇଗଲା ସେ ବିଶ୍ବାସ କରି ପାରୁ ନ ଥିଲେ ଏବଂ ଜୀବନ ନେଇ ଫେରିବା ଆଶା ବେଳେବେଳେ ହରାଇ ଦେୁଥିଲେ । କାହିଁକି ଶୀଘ୍ର ଭଲ ହେଉ ନାହାନ୍ତି ତାହା ବୁଝି ପାରୁ ନ ଥିଲେ ।

- Advertisement -

‘ସନ୍’କୁ ଜନସନ କହିଛନ୍ତି ଯେ ଏକ ସମୟରେ ତାଙ୍କର ମୃତ୍ୟୁ ଘୋଷଣା କରିବାକୁ ଡ଼ାକ୍ତରମାନେ ଏକପ୍ରକାର ପ୍ରସ୍ତୁତ ହୋଇଯାଇଥିଲେ ଓ କେବଳ ବଞ୍ଚାଇ ରଖିବା ପାଇଁ ଲିଟର ଲିଟର ଅମ୍ଳଜାନ ଦେଉଥିଲେ ।  ଏହା ଏକ କଷ୍ଟକର ସମୟ ଥିଲା । ମୁଁ ଅସ୍ବୀକାର କରିବି ନାହିଁ । ମୋର ଅବସ୍ଥା ଆଦୌ ଭଲ ନଥିଲା ଏବଂ ମୋତେ ଏହା ଜଣାଥିଲା ଯେ ଆକସ୍ମିକ ଘଟଣା ପାଇଁ ଏକ ଯୋଜନା ପ୍ରସ୍ତୁତ ଅଛି । ଯଦି ତାଙ୍କର କିଛି ହୋଇଯାଏ ତେବେ କ’ଣ କରାଯିବ ସେ ନେଇ ଡାକ୍ତରମାନେ ସମ୍ପୂର୍ଣ୍ଣ ଯୋଜନା କରିସାରିଥିଲେ ।

ସୂଚନାଯୋଗ୍ୟ ଯେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ କରୋନା ସଂକ୍ରମିତ ହୋଇଥିଲେ । ପ୍ରଥମେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଠିକ୍ ହୋଇ ଯାଇଥିଲେ ହେଁ ପୁଣି ତାଙ୍କଠାରେ କରୋନା ଲକ୍ଷଣ ଦେଖା ଯାଇଥିଲା । ସେଥିପାଇଁ ତାଙ୍କୁ ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ପୁଣି ଭର୍ତି କରାଯାଇଥିଲା । ଶେଷରେ କରୋନା ସହ ଲଢ଼େଇକୁ ଜନସନ୍ ଜିଣି ନେଇଥିଲେ ଓ ଡ଼ାକ୍ତରଖାନାରୁ ସୁସ୍ଥ ହୋଇ ଫେରିଥିଲେ । ଯଥାର୍ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନସନଙ୍କୁ ଜଣେ ଯୋଦ୍ଧା (ୱାରିଅର) ବୋଲି ସମ୍ବୋଧନ କରିଥିଲେ । ଜନସନଙ୍କୁ ଦେଇଥିବା ବାର୍ତାରେ ମୋଦି କହିଥିଲେ – ଆପଣ ଜଣେ ଯୋଦ୍ଧା, ଖୁବ୍ ଶୀଘ୍ର ଭଲ ହେବେ ବୋଲି ଆଶା’ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories