www.samajalive.in
Monday, December 8, 2025
14.1 C
Bhubaneswar

କୋଭିଡ୍‍ ଯୋଦ୍ଧାମାନଙ୍କ ପ୍ରତି ଅନନ୍ୟ ଢଙ୍ଗରେ ସମର୍ଥନ ଜଣାଉଛି ଭାରତୀୟ ସେନା

ସମାଜ ପୋର୍ଟାଲ ଡେସ୍କ: ଭାରତୀୟ ସଶସ୍ତ୍ର ସେନାବଳ ଆଜି ଦେଶର କୋଭିଡ୍‍ ଯୋଦ୍ଧାମାନଙ୍କ ପ୍ରତି ଅନନ୍ୟ ଢଙ୍ଗରେ ସମର୍ଥନ ଜଣାଉଛି। ସ୍ଥଳସେନା, ନୌସେନା ଓ ବାୟୁସେନା ପକ୍ଷରୁ ମିଳିତ ଭାବେ ବିଭିନ୍ନ କାର୍ଯ୍ୟକଳାପ ପ୍ରଦର୍ଶନ ପୂର୍ବକ ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷା ବାହିନୀ, ପରିମଳ କର୍ମୀ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କରୋନା ବିରୋଧରେ ସଂଗ୍ରାମରେ ଅକ୍ଳାନ୍ତ ପ୍ରଚେଷ୍ଟା ପାଇଁ କୃତଜ୍ଞତା ଜ୍ଞାପନ କରାଯାଉଛି। ସଶସ୍ତ୍ର ସେନା କଠିନ ସମୟରେ ସଦାସର୍ବଦା ରାଷ୍ଟ୍ରକୁ ବିପୁଳ ସମର୍ଥନ ଯୋଗାଇବା ସହ ଏବେ କୋଭିଡ୍‍ ଯୋଦ୍ଧାମାନଙ୍କ ସମର୍ଥନରେ ଯେଭଳି ଆଗେଇ ଆସିଛି, ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ସେ କହିଛନ୍ତି, ଏହି ବିଶ୍ୱ ମହାମାରୀ ବିରୋଧରେ ଦେଶ ଏକ ଘମାଘୋଟ ଲଢ଼େଇ ଜାରି ରଖିଛି ଏବଂ ଏହି ସାହସୀ ଅଗ୍ରଣୀ ଯୋଦ୍ଧାମାନଙ୍କପାଇଁ ଏହା ସମ୍ଭବ ହୋଇପାରିଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା ଏହିଭଳି ବିପୁଳ ସମର୍ଥନ ପ୍ରଦର୍ଶନର ନିଷ୍ପତ୍ତି ପାଇଁ ପ୍ରତିରକ୍ଷା କର୍ମଚାରୀ ମୁଖ୍ୟ ଜେନେରାଲ୍‍ ବିପିନ୍‍ ରାୱତ୍‍ ଓ ତିନି ସେନାର ମୁଖ୍ୟଙ୍କୁ ସାଧୁବାଦ ଜଣାଇଛନ୍ତି। ଏକ ଦିବସ ବ୍ୟାପୀ ଏହି ପ୍ରଦର୍ଶନକାଳରେ ତିନି ସେନା ମୁଖ୍ୟ ସୁରକ୍ଷା କର୍ମୀମାନଙ୍କ ଏଭଳି ସାହସିକ ପ୍ରୟାସକୁ ସମ୍ମାନ ଜଣାଇବା ସକାଶେ ନୂଆଦିଲ୍ଲୀସ୍ଥିତ ପୁଲିସ୍‍ ସ୍ମାରକୀଠାରେ ଶ୍ରଦ୍ଧାସୁମନ ଅର୍ପଣ କରିବେ।

- Advertisement -

ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ ଭାରତୀୟ ବିମାନ ବାହିନୀର ଉ-୧୩୦ ପରିବହନ ବିମାନ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପରିକ୍ରମା କାଳରେ ଶ୍ରୀନଗରର ଡାଲ୍‍ ହ୍ରଦ, ଦିଲ୍ଲୀର ରାଜପଥ, ଭୋପାଳର ବଡ଼ାତାଲାବ୍‍, ମୁମ୍ବାଇର ମରାଇନ୍‍ ଡ୍ରାଇଭ୍‍, ବେଙ୍ଗାଲୁରୁର ବିଧାନସଭା, କନ୍ୟାକୁମାରୀର ବିବେକାନନ୍ଦ ସ୍ତୂପ ସମେତ ଦେଶର ଅଧିକାଂଶ ଅଞ୍ଚଳ ଉପର ଦେଇ ପରିକ୍ରମା କରିବ। ବାୟୁସେନାର ହେଲିକପ୍ଟରଗୁଡ଼ିକ ଦିଲ୍ଲୀସ୍ଥିତ ପୁଲିସ୍‍ ସ୍ମାରକୀଠାରୁ ଆଜି ସକାଳ ୯ଟାରୁ ପୁଷ୍ପବୃଷ୍ଟି ପରିକ୍ରମା ଆରମ୍ଭ କରିଛି। ଆଜି ସକାଳ ସାଢ଼େ ୧୦ଟାରେ ଅଳ୍ପ ଉଚ୍ଚତାରେ ଉଡ଼ୁଥିବା ହେଲିକପ୍ଟରଗୁଡ଼ିକ ଦିଲ୍ଲୀର ଏମ୍‍ସ୍‍, ସଫ୍‍ଦରଜଙ୍ଗ୍‍, ଜି.ଟି.ବି. ଆର୍‍.ଏମ୍‍.ଏଲ୍‍. ହସ୍ପିଟାଲ୍‍ ସମେତ ଦେଶର ବିଭିନ୍ନ ସହରରେ ଥିବା ହସ୍ପିଟାଲ୍‍ଗୁଡ଼ିକ ଉପରେ ପୁଷ୍ପବୃଷ୍ଟି କରୁଥିବାର ଦେଖାଯାଇଛି। ମୁମ୍ବାଇ, କୋଲ୍‍କାତା, ଚଣ୍ଡୀଗଡ଼, ବାରାଣସୀ, ପାଟନା, ଲକ୍ଷ୍ନୌ ସମେତ ଇଟାନଗରଠାରୁ ଆରମ୍ଭ କରି ଗାନ୍ଧିନଗର ପର୍ଯ୍ୟନ୍ତ ଦେଶରେ ଥିବା ଅନେକ ସହର ଉପରେ ଏହି ହେଲିକପ୍ଟରଗୁଡ଼ିକ ଆଜି ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ପୁଷ୍ପବୃଷ୍ଟି କରୁଥିବାର ଦେଖାଯାଇଛି।

ଏହାଛଡ଼ା ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ‘ସୁଖୋଇ-୩୦’, ମିଗ୍‍-୨୯’ ଓ ‘ଜାଗୁଆର୍‍’ ଆଦି ଲଢ଼ୁଆ ବିମାନଗୁଡ଼ିକ ଆଜି ପୂର୍ବାହ୍ନ ୧୦ଟା ୧୫ ମିନିଟ୍‍ରେ ଜାତୀୟ ରାଜଧାନୀ ଆକାଶରେ ପରିକ୍ରମା କରି କୋଭିଡ୍‍ ଯୋଦ୍ଧାମାନଙ୍କୁ ସଲାମ୍‍ କରିଛି। ସେହିପରି ମୁମ୍ବାଇ, ଜୟପୁର, ଅହମ୍ମଦାବାଦ, ଗୁଆହାଟୀ, ପାଟନା, ଲକ୍ଷ୍ନୌ, ତ୍ରିଭାନ୍ଦ୍ରମ୍‍, ହାଇଦ୍ରାବାଦ, ପୋର୍ଟ ବ୍ଲେୟାର୍‍, ଚେନ୍ନାଇ, ବେଙ୍ଗାଲୁରୁ ଓ ଭୁବନେଶ୍ୱର ଆଦି ସହରର ଆକାଶରେ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ସେନାର ବ୍ୟାଣ୍ଡ୍‍ସବୁ କରୋନା ରୋଗୀ ଚିକିତ୍ସିତ ହେଉଥିବା ବିଭିନ୍ନ ହସ୍ପିଟାଲ୍‍କୁ ଗସ୍ତ କରି କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ବିଭିନ୍ନ ଧୁନ୍‍ ପରିବେଷଣ କରୁଛନ୍ତି। ଏହି ବ୍ୟାଣ୍ଡ୍‍ ଦିଲ୍ଲୀର ଏମ୍‍ସ୍‍, କ୍ୟାଣ୍ଟନ୍‍ମେଣ୍ଟ ବୋର୍ଡ଼ ହସ୍ପିଟାଲ୍‍ ଓ ନରେଲା କ୍ୱାରେଣ୍ଟାଇନ୍‍ କେନ୍ଦ୍ର ଗସ୍ତ କରି ସଙ୍ଗୀତ ପରିବେଷଣ କରିଛନ୍ତି। ସେହିପରି ମୁମ୍ବାଇ, କୋଚି, ବିଶାଖାପଟ୍ଟନମ୍‍ ଓ ଗୋଆର ହସ୍ପିଟାଲ୍‍ଗୁଡ଼ିକରେ ଆଜି ପୂର୍ବାହ୍ନ ୧୦ଟାରେ ନୌସେନାର ହେଲିକପ୍ଟରଗୁଡ଼ିକରୁ ପୁଷ୍ପବୃଷ୍ଟି କରାଯାଇଛି। କୋଭିଡ୍‍-ନାଇଣ୍ଟିନ୍‍ ଯୋଦ୍ଧାମାନଙ୍କର ପ୍ରୟାସକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଭାରତୀୟ ତଟରକ୍ଷୀ ବାହିନୀ ମୁମ୍ବାଇ, କୋଚି, ଚେନ୍ନାଇ ଓ ବିଶାଖାପଟ୍ଟନମ୍‍ ସମେତ ୨୫ଟି ସ୍ଥାନରେ ଆଜି ସନ୍ଧ୍ୟା ସାଢ଼େ ୭ଟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଜାହାଜଗୁଡ଼ିକୁ ଆଲୋକମାଳାରେ ସୁସଜ୍ଜିତ କରିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories