www.samajalive.in
Tuesday, December 9, 2025
19.1 C
Bhubaneswar

କୃଷି କ୍ଷେତ୍ରର ଉନ୍ନତି ଲାଗି ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୃଷି କ୍ଷେତ୍ରର ବିଭିନ୍ନ ସମସ୍ୟା ଏବଂ ଏଥିରେ ଆବଶ୍ୟକ ସୁଧାର ଆଣିବା ଲାଗି ବିଚାରବିମର୍ଷ କରିବା ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ କୃଷି ବିପଣନ, କୃଷି ଉତ୍ପାଦର ପରିଚାଳନା, କୃଷକ ନିକଟରେ ସଂସ୍ଥାଗତ ଋଣ ପହଞ୍ଚିବାରେ ସୁଧାର ଏବଂ କୃଷି କ୍ଷେତ୍ରକୁ ବିଭିନ୍ନ ପ୍ରତିବନ୍ଧକରୁ ମୁକ୍ତ କରିବା ଉପରେ ଗୁରୁତ୍ଵ ଦିଆଯାଇଥିଲା।

କୃଷିର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବର୍ତ୍ତମାନର ବିପଣନ ବ୍ୟବସ୍ଥାରେ ଆବଶ୍ୟକ ସଂସ୍କାର ଆଣିବା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା। କୃଷି ଭିତ୍ତିଭୂମିକୁ ସୁଦୃଢ କରିବା ଲାଗି ରିହାତି ଋଣ ପ୍ରବାହ, ପିଏମ-କିଷାନ ହିତାଧିକାରୀଙ୍କୁ ସ୍ଵତନ୍ତ୍ର କିଷାନ କ୍ରେଡିଟ କାର୍ଡ ପ୍ରଦାନ କରିବା ଲାଗି ସାଚୁରେସନ ଡ୍ରାଇଭ ଏବଂ କୃଷି ଉତ୍ପାଦର ରାଜ୍ୟ ଭିତରେ ଓ ଆନ୍ତଃରାଜ୍ୟ ପରିବହନ ଓ ବାଣିଜ୍ୟକୁ ପ୍ରୋତ୍ସାହନ ପ୍ରଦାନ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଇ-କମର୍ସ ବ୍ୟବସ୍ଥାକୁ ସକ୍ଷମ କରିବା ଲାଗି ଇ-ନାମ ପ୍ଲାଟଫର୍ମର ସଫଳ ପ୍ରୟୋଗ ଉପରେ ମଧ୍ୟ ବୈଠକରେ ଚର୍ଚ୍ଚା ହୋଇଥିଲା।

- Advertisement -

ଦେଶରେ କୃଷି ଭିତ୍ତିକ ଅର୍ଥନୀତିରେ ପୁଞ୍ଜି ଏବଂ ପ୍ରଯୁକ୍ତିର ଗୁରୁତ୍ଵ ବୃଦ୍ଧି କରିବା ଲାଗି ଏକ ସାଧାରଣ ବୈଧାନିକ ଢାଞ୍ଚା ପ୍ରସ୍ତୁତି କରିବାର ସମ୍ଭାବନା ଉପରେ ଆଲୋଚନା ହୋଇଥିଲା। ଉତ୍ପାଦନ ବୃଦ୍ଧି କରିବା ଲାଗି ଜୈବ ପ୍ରଯୁକ୍ତି ବିକାଶର ବିଭିନ୍ନ ଦିଗ ଉପରେ ମତ ପ୍ରକାଶ ପାଇଥିଲା। ଅମଳ ପରବର୍ତ୍ତୀ କୃଷି ଭିତ୍ତିଭୂମିକୁ ସୁଦୃଢ କରିବା ଲାଗି କିପରି ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମକୁ ବର୍ତ୍ତମାନ ସମୟର ଅନୁରୂପ କରିହେବ ସେ ନେଇ ବିଚାରବିମର୍ଷ ହୋଇଥିଲା। କୃଷି କ୍ଷେତ୍ରରେ ପ୍ରଯୁକ୍ତିର ପ୍ରୟୋଗ ଅତି ଗୁରୁତ୍ୱପୂର୍ଣ୍ଣ, କାରଣ ଏହା କୃଷକକୁ ଉପଯୁକ୍ତ ଲାଭ ପ୍ରଦାନ କରିବାରେ ସହାୟକ ହୋଇଥାଏ। ପ୍ରଯୁକ୍ତି ଓ ଜ୍ଞାନ କୌଶଳ ଯେପରି ଅନ୍ତିମ ବ୍ୟକ୍ତି ପାଖରେ ପହଞ୍ଚି ପାରିବ ଏବଂ ଆମ କୃଷକମାନେ ଆନ୍ତର୍ଜାତିକ ମୂଲ୍ୟ ଶୃଙ୍ଖଳରେ ନିଜର ଗୁରୁତ୍ଵ ବୃଦ୍ଧି କରିପାରିବେ ସେନେଇ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ।

କୃଷି ଅର୍ଥବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ଲାଗି ଏଫପିଓମାନଙ୍କୁ ସଶକ୍ତ କରିବା, କୃଷି ବାଣିଜ୍ୟରେ ସ୍ଵଚ୍ଛତା ଆଣିବା ଏବଂ କୃଷକକୁ ଅଧିକ ଲାଭ ପ୍ରଦାନ କରିବା ଆଦି ଉପରେ ସମୀକ୍ଷା ହୋଇଥିଲା ।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories