www.samajalive.in
Tuesday, December 9, 2025
19.1 C
Bhubaneswar

ଓଡିଶାରେ କରୋନା ଆହ୍ୱାନକୁ ସମ୍ଭାବନାର ରୂପ ଦେବା : ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡିଶାର ପମୁଖ ସିଭିଲ୍‍ ସୋସାଇଟି ନେତୃତ୍ୱଙ୍କ ସହ କରୋନା ସମୟରେ ରାଜ୍ୟରେ ପରିସ୍ଥିତି, ଏହାର ତ୍ୱରିତ ମୁକାବିଲା ଓ ଲମ୍ବା ସମୟ ବିକାଶ ଯୋଜନା ଉପରେ ଶନିବାର ଭିଡିଓ କନଫରେନ୍ସିଂ ଯୋଗେ ବିସ୍ତୃତ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ କରୋନା ଆହ୍ୱାନକୁ ସମ୍ଭାବନାର ରୂପ ଦେବାକୁ ସେ ସିଭିଲ ସୋସାଇଟିର ନେତୃବୃନ୍ଦଙ୍କୁ ଆହ୍ୱାନ କରିଛନ୍ତି।
ଏହି ଆଲୋଚନାରେ ସିଭିଲ୍‍ ସୋସାଇଟିର ପ୍ରମୁଖ ବ୍ୟକ୍ତିଗଣ କରୋନା ସମୟରେ ପ୍ରବାସୀ ଓଡିଆ ଭାଇ ଭଉଣୀଙ୍କ ଫେରିବା,  ସେମାନଙ୍କ ଫେରିବା ପରେ ସଙ୍ଗରୋଧ ଓ ଜୀବିକା ପ୍ରସଙ୍ଗ ଉଠାଇଥିଲେ। ମନରେଗା ନିୟମରେ ସୁଧାର, ଚାଷ ସମସ୍ୟା, କୃଷି ଉତ୍ପାଦର ବିପଣନ, ପିଡିଏସରେ ବଞ୍ଚୁଥିବା ଲୋକଙ୍କ ସମସ୍ୟା, ସଙ୍ଗରୋଧରେ ମହିଳାଙ୍କ ପାଇଁ ସୁବିଧା, ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ସମସ୍ୟା, ଜଙ୍ଗଲଜାତ ଦ୍ରବ୍ୟ ବିପଣନ ଆଦି ସମସ୍ୟା ଉପରେ ସିଭିଲ୍‍ ସୋସାଇଟିର ନେତୃବୃନ୍ଦ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ସମ୍ଭାବ୍ୟ ସମାଧାନ ଉପରେ ଆଲୋକପାତ କରିଥିଲୋ ସିଭିଲ୍‍ ସୋସାଇଟିର ସଦସ୍ୟଙ୍କ ମତ ମନ୍ତବ୍ୟ ଶୁଣିବା ସହ କରୋନାର ତତକାଳୀନ ମୁକାବିଲା ସହ ଏହି ଆହ୍ୱାନକୁ କିପରି ଓଡିଶା ପାଇଁ ଏକ ବଡ ସୁଯୋଗରେ ପରିଣତ କରାଯାଇପାରିବ ଏଥିପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ୱାନ ଜଣାଇଥିଲେ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହ ସେ ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ
ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ କଥା ହୋଇଛନ୍ତି। ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ
ଏ ଦିଗରେ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ସେ କହିଛନ୍ତି ଯେ, ଯଦି ପ୍ରବାସୀ ଓଡିଆଙ୍କ ପାଇଁ ରାଜ୍ୟ ଭିତରେ ସ୍ଥାୟୀ କର୍ମ ନିଯୁକ୍ତିର ସୁଯୋଗ ତିଆରି କରାଯିବ ତେବେ
ଏହା ଓଡିଶାର ଅର୍ଥନୀତିକୁ ସୁଦୃଢ କରିବ। କୋରାପୁଟ ଜିଲ୍ଲା ଲକ୍ଷ୍‍ମୀପୁରରେ ଜଣେ ଝିଅ ଲାପଟପ୍‍ ଧରି ବ୍ୟାଙ୍କ୍‍ ମିତ୍ର ଭାବରେ ଲୋକମାନଙ୍କୁ ଟଙ୍କା ବ୍ୟାଙ୍କ୍‍ ଖାତାରୁ ଉଠାଇବାର ଚିତ୍ର ସାମାଜିକ ଗଣମାଧ୍ୟମରେ ଦେଖିଥିଲେ। ବ୍ୟାଙ୍କ୍‍ ମିତ୍ର ବ୍ୟବସ୍ଥାକୁ ଦୃଢ କରିବା ପାଇଁ ମଧ୍ୟ ଉଦ୍ୟମ ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଡିବିଟି ଦ୍ୱାରା ମଧ୍ୟସ୍ଥି ବ୍ୟବସ୍ଥା ନରହିଲେ ସାଧାରଣ ଲୋକ ଠକାମୀର ଶୀକାର ହେବେ ନାହିଁ ବୋଲି ସେ କହିଥିଲେ।

Hot this week

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

Related Articles

Popular Categories