www.samajalive.in
Sunday, December 7, 2025
26.1 C
Bhubaneswar

କାଳ ହେଲା ସାମାନ୍ୟ ବଚସା : କକାର ଗୁଳି ମାଡରେ ପୁତୁରାର ମୃତ୍ୟୁ

କଲମପୁର : ‘ଝିମିଟି ଖେଳରୁ ମହା ଭାରତ’ ଏହି ପ୍ରବାଦର ସତ୍ୟତା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ କିଆପଦର ପଞ୍ଚୟତ ଅନ୍ତର୍ଗତ ଡାଲଗୁମା ଗାଁରେ । ଜଣେ କକା ନିଜ ପୁତୁରାକୁ ତାଗିଦ କରିବାକୁ ଯାଇ ପରବର୍ତ୍ତୀ ସମୟରେ ବଚସା ଓ ଏହି ବଚସାରୁ ଉତ୍ତେଜିତ ହୋଇ କକା ଏକ ଦେଶୀ ବନ୍ଧୁକରେ ନିଜ ପୁତୁରାକୁ ଗୁଳି କରିବା ଭଳି ଅଭାବନୀୟ ଘଟଣା ଏବେ ସମଗ୍ର ଅଂଚଳରେ ଆଲୋଡନ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଡାଲଗୁମା ଗାଁର ଜନୈକ ୩୫ ବର୍ଷିୟ ଯୁବକ ରାଜୋ ମାଝୀ ନିଜର କିଛି ସାଙ୍ଗଙ୍କ ସହିତ ଗତ ଗୁରୁବାର ଭୋଜି କରି ବିଳମ୍ବିତ ସମୟରେ ଘରେ ପହଞ୍ଚିଥିଲା। ସେ ଘରକୁ ଫେରିବା ପରେ କକା ଶତ୍ରୁଘ୍ନ ମାଝୀ, ତୁ କୁଆଡେ ଯାଇଥିଲୁ, କ’ଣ କରୁଛୁ? ମୋର କୌଣସି କଥାକୁ ତୁ ଆଉ ଖାତିର କରୁ ନାହୁଁ ବୋଲି କହି ତାଗିଦ କରିଥିଲେ। ଏହି ତାଗିଦରେ କିନ୍ତୁ ରାଜୋ ଉତକ୍ଷିପ୍ତ ହେଇ କକା ସହିତ ଯୁକ୍ତି କରିଥିଲା। ପୁତୁରାର ଏହି ଯୁକ୍ତିରେ ଉତ୍ତେଜିତ ହେଇଯାଇଥିଲା କାକା ଶତ୍ରୁଘ୍ନ। ସେ ରଖିଥିବା ଏକ ଦେଶୀ ବନ୍ଧୁକରୁ ରାଜୋକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା। ଯାହା ରାଜୋର ଛାତିରେ ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ରାଜୋ ଟଳି ପଡିଥିଲା। ଏନେଇ ରାଜୋର ସ୍ତ୍ରୀ ରଶ୍ମିତା ଶୁକ୍ରବାର ସକାଳେ ଥୁଆମୁଳ ରାମପୁର ଥାନାରେ ନିଜର ସ୍ୱାମୀକୁ କକା ଶ୍ୱଶୁର ହତ୍ୟା କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲା। ଏହି ଅଭିଯୋଗକୁ ଭିତି କରି ଥୁଆମୁଳ ରାମପୁର ଥାନା ଅଧିକାରୀ ମନୋରଞ୍ଜନ କୁମାର ଘଟଣାସ୍ଥଳରେ ପହଞ୍ଚି ଏକ ହତ୍ୟା ଓ ବେଆଇନ ଅସ୍ତ୍ରଶସ୍ତ୍ର ବ୍ୟବହାର ଜନିତ ମାମଲା ରୁଜୁ କରିବା ସହ ଶବ ଜବତ କରିଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଅଭିଯୁକ୍ତ କାକା ଶତ୍ରୁଘ୍ନ ଫେରାର ରହିଥିବା ପୁଲିସ ସୁତ୍ରରୁ ସୁଚନା ମିଳିଛି।

- Advertisement -

ସୂଚନାଯୋଗ୍ୟଯେ, ରାଜୋର ବାପା ବହୁ ବର୍ଷ ତଳେ ମୃତ୍ୟୁ ବରଣ କରିଥିବା ବେଳେ ରାଜୋ ଓ ତାର ମାଆ ଶତ୍ରୁଘ୍ନ ପାଖରେ ହିଁ ରହି ଆସୁଥିଲେ। ରାଜୋ ବିବାହିତ ଓ ତାର ଏବେ ଅସହାୟ ସ୍ତ୍ରୀ ସହିତ ତିନୋଟି ନାବାଳକ ସନ୍ତାନ ରହିଛନ୍ତି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories