www.samajalive.in
Sunday, December 7, 2025
26.1 C
Bhubaneswar

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଚୂଡ଼ାନ୍ତ ତାଲିକା ପ୍ରକାଶ : ରେଡ୍ ଜୋନରେ ଯାଜପୁର, ଭଦ୍ରକ ଓ ବାଲେଶ୍ଵର

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେତେକ ରାଜ୍ୟ ସ୍ଥିତିରେ ସୁଧାର ଆସିଛି । ଏହାରି ମଧ୍ୟରେ ମେ ୩ ତାରିଖରେ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଅବଧି ଶେଷ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ର ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛି । ଯେଉଁ ଅଞ୍ଚଳର କରୋନା ଭାଇରସ୍ ପରିସ୍ଥିତିକୁ ସୁଧାର ଆସିଛି  ସେହି ରାଜ୍ୟ ଓ ଜିଲ୍ଲାମାନଙ୍କୁ ବିଭିନ୍ନ ରେଡ୍, ଅରେଞ୍ଜ୍ ଓ ଗ୍ରିନ୍ ଜୋନ୍ ଭାବେ ବର୍ଗିକରଣ କରାଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏହି ତାଲିକାରେ ଓଡିଶାର ୩ ଜିଲାକୁ ରେଡ୍ ଜୋନରେ ସାମିଲ କରାଯାଇଛି । ୩ଜିଲ୍ଳାଗୁଡ଼ିକ ହେଉଛି ଯାଜପୁର, ଭଦ୍ରକ ଓ ବାଲେଶ୍ୱର । ସେହିପରି ଅରେଞ୍ଜ ଜୋନରେ ରାଜ୍ୟର ୬ଟି ଜିଲ୍ଳା ରହିଛି । ୬ଜିଲ୍ଲା ହେଉଛି ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, ଢ଼େଙ୍କାନାଳ ଓ କଳାହାଣ୍ଡି । ତେବେ ଭୁବନେଶ୍ୱର ପୂର୍ବରୁ ରେଡ଼ ଜୋନରେ ଥିବା ବେଳେ ବର୍ତ୍ତମାନ ଅରେଞ୍ଜ ଜୋନରେ ରହିଛି । ଗ୍ରୀନ ଜୋନରେ ଓଡ଼ିଶାର ୨୧ଟି ଜିଲ୍ଲା ସାମିଲ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଏହି ନୂତନ ତାଲିକା ପ୍ରକାଶ ପାଇଛି ।

- Advertisement -

ସୂଚନାଅନୁସାରେ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଥିବା ତାଲିକା ଅନୁସାରେ, ଦେଶର ୧୩୦ଟି ଜିଲ୍ଲାକୁ ରେଡ୍ ଜୋନ୍‌ ଭାବେ ଘୋଷଣା କରାଯାଇଥିବା ବେଳେ ୨୮୪ଟି ଜିଲ୍ଲାକୁ ଅରେଞ୍ଜ୍ ଓ ୩୧୯ ଜିଲ୍ଲାକୁ ଗ୍ରିନ୍ ଜୋନ୍ ତାଲିକାଭୁକ୍ତ କରାଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories