www.samajalive.in
Sunday, December 7, 2025
26.1 C
Bhubaneswar

ରେଡ ଜୋନକୁ ଗଲା ରାଜ୍ୟର ୩ ଜିଲ୍ଲା – ଯାଜପୁର, ବାଲେଶ୍ୱର ଓ ଭଦ୍ରକ

ସମାଜ ପୋର୍ଟାଲ ଡେସ୍କ: ଦେଶର ବିଭିନ୍ନ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପୂର୍ବ ଘୋଷଣା ମୁତାବକ ସ୍ଥିତି ସମୀକ୍ଷା କରି ରାଜ୍ୟର ୩ଟି ଜିଲ୍ଲାକୁ ରେଡ ଜୋନରେ ସାମିଲ କରିଛନ୍ତି। ସେହି ଜିଲ୍ଲାଗୁଡ଼ିକ ହେଉଛି ଯାଜପୁର, ବାଲେଶ୍ୱର ଓ ଭଦ୍ରକ। ଏହି ଜିଲ୍ଲାଗୁଡିକରେ କରୋନା ସଂକ୍ରମିତଙ୍କ ସଂଖା ବୃଦ୍ଧି ପାଉଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସମୀକ୍ଷା କରିବା ପରେ ଏଭଳି ନିଷ୍ପତ୍ତି ନେଇଛି।

ସର୍ବଶେଷ ସୂଚନା ଅନୁଯାୟୀ ଦେଶର ୧୩୦ଟି ଜିଲ୍ଲାକୁ ରେଡ ଜୋନ, ୨୮୪ଟି ଜିଲ୍ଲା ଅରେଞ୍ଜ ଜୋନ ଓ ୩୨୯ଟି ଜିଲ୍ଲା ଗ୍ରୀନ ଜୋନରେ ରହିଛି। ନୂଆ ଜୋନ ତାଲିକାରେ ଓଡ଼ିଶାର ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ରେଡ ଜୋନରେ ରହିଥିବା ବେଳେ ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଢେଙ୍କାନାଳ, କଳାହାଣ୍ଡି, କୋରାପୁଟ ଓ ପୁରୀ ଅରେଞ୍ଜ ଜୋନରେ ସାମିଲ ହୋଇଛି। ଏହା ଛଡା ଅନ୍ୟ ୨୧ଟି ଜିଲ୍ଲା ଗ୍ରୀନ ଜୋନରେ ରହିଛି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories