www.samajalive.in
Tuesday, December 9, 2025
26.1 C
Bhubaneswar

କରୋନାଠୁ ବଳି ଗଲାଣି ’ଟିକ୍ ଟକ୍’ ବେମାରୀ; ବିଶ୍ବରେ ୨୦୦ କୋଟି ଥର ଡ଼ାଉନଲୋଡ଼୍ ହୋଇଛି ଏହି ଆପ୍

ନୂଆଦିଲ୍ଲୀ:  ଚୀନା ଭୂତାଣୁ କରୋନା ସାରା ବିଶ୍ବକୁ ନାକରେ ପାଣି ପିଆଇ ସାରିଲାଣି । ବିଭିନ୍ନ ଦେଶ ଅର୍ଥନୀତି ରସାତଳରେ ପହଞ୍ଚିଲାଣି । ସାରା ବିଶ୍ବରେ ଶହ ଶହ କୋଟି ଲୋକଙ୍କ ଜୀବନ ଜୀବିକାକୁ ନେଇ ସମସ୍ୟା ଦେଖା ଦେଲାଣି । ବିଭିନ୍ନ ଦେଶ ଏଥିପାଇଁ ଲକ୍ ଡ଼ାଉନ ଘୋଷଣା କରିଛନ୍ତି । ହେଲେ ଏପରି ସ୍ଥିତିରେ  ଏକ ମୋବାଇଲ୍ ଆପ୍ ‘ଟିକ୍ ଟକ୍’ ଚୀନ ଅର୍ଥନୀତି ପାଇଁ ବେଶ୍ ଉତ୍ତମ ସାବ୍ୟସ୍ତ ହୋଇଛି । ଏହି ଆପ୍ ଜରିଆରେ ଚୀନ୍ ବେଶ୍ ଭଲ କିଛି ରୋଜଗାର କରିବାକୁ ସକ୍ଷମ ହୋଇଛି । କରୋନା ଲକ୍ଡ଼ାଉନ ସମୟରେ ସାରା ବିଶ୍ବରେ ଟିକ୍ ଟକ୍  ଆପ୍ ୨୦୦ କୋଟି ଥର ଡ଼ାଉନଲୋଡ଼ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି ଭାରତରେ ଏହି ‘ଆପ୍’ର ବ୍ୟବହାରକାରୀ ସାରା ବିଶବରେ ସବୁଠୁ ଅଧିକ ।

କରୋନା ଜନିତ ଲକଡାଉନ ଯୋଗୁ ଲୋକେ ଘରୁ ବାହାରିପାରୁ ନାହାନ୍ତି। ଏଭଳି ସ୍ଥିତିରେ ଘରେ ରହି ସେମାନଙ୍କ ମତ ବିନିମୟ ଟିକଟିକ ଏକ ମାଧ୍ୟମ ପାଲିଟିଛି।  ଭାରତରେ ୬୧୧ ନିୟୁତ ଲୋକ ଡାଉନ ଲୋଡ କରିଥିବା ଜଣାପଡିଛି। ଏକ ରିପୋର୍ଟ ଅନୁଯାୟୀ ପ୍ଲେ ଷ୍ଟୋର ଆପରେ ୧୫୦ କୋଟି  ଟିକ୍ ଟିକ୍ ଡାଉନଲୋଡ କରାଯାଇଥିବା ବେଳେ ଆପ ଷ୍ଟୋରରେ ୪୯.୫୨ କୋଟି  ଡାଉନଲୋଡ ହୋଇଛି। ଟିକଟିକ ବ୍ୟବହାରୀଙ୍କ ଭାରତୀୟ ଅଧିକ ଥିବା ବେଳେ ତା ତଳକୁ ଚାଇନା ଓ ଆମେରିକା ରହିଛି । ଭାରତରେ ୩୦.୩ % ମୋବାଇଲଧାରୀ ଟିକ୍ ଟକ୍  ବ୍ୟବହାର କରୁଥିବା ବେଳେ ଚୀନରେ ୯.୭ ପ୍ରତିଶତ ଓ ଆମେରିକାରେ ୮.୨ ପ୍ରତିଶତ ଡାଉନଲୋଡ କରି ଟିକ୍ ଟିକ୍ ବ୍ୟବହାର କରୁଛନ୍ତି।

- Advertisement -

 

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories