www.samajalive.in
Sunday, December 7, 2025
16.1 C
Bhubaneswar

ଉପସାଗରୀୟ ରାଷ୍ଟ୍ରରୁ ଶ୍ରମିକଙ୍କୁ ଫେରାଇବା ଯୋଜନା ; ବିମାନ ଓ ନୌବାହିନୀର ସବୁଠୁ ବଡ଼ ଅଭିଯାନ

ନୂଆଦିଲ୍ଲୀ: ଉପସାଗରୀୟ ରାଷ୍ଟ୍ରରୁ ପ୍ରବାସୀ ଭାରତୀୟ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଭାରତୀୟ ନୌବାହିନୀ, ବିମାନବାହିନୀ ଓ ଏୟାର ଇଣ୍ଡିଆ ସର୍ବବୃହତ୍‌ ଅଭିଯାନ ହାତକୁ ନେଇଛନ୍ତି। ଏହାର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନୌବାହିନୀର ଦ୍ବିତୀୟ ବୃହତ୍ତମ ନୌବହର ‘ଆଇଏନ୍‌ଏସ୍‌ ଜଲସ୍ବ’ ସମେତ ତିନିଟି ବଡ଼ ଜାହାଜକୁ ଏଥିପାଇଁ ପ୍ରସ୍ତୁତ କରାଯାଇଛି। ଯୁଦ୍ଧ ସରଞ୍ଜାମ ପରିବହନ କରୁଥିବା ଏହି ଜାହାଜରେ ଯାତ୍ରୀ ପରିବହନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ପ୍ରତି ଜାହାଜରେ ଡାକ୍ତରୀ ଦଳ ପଠାଯିବା ସହିତ କ୍ବାରେଣ୍ଟାଇନ୍‌ ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତ୍ବ ରକ୍ଷା ସହିତ ପ୍ରତ୍ୟେକ ଜାହାଜରେ ପ୍ରାୟ ୫୦୦ ଭାରତୀୟଙ୍କୁ ଆଣିବା ବ୍ୟବସ୍ଥା କରାଯାଇଛି। ଯେଉଁମାନଙ୍କ ବିଦେଶରେ କାର୍ଯ୍ୟ ଅନୁମତି ଅବଧି ଶେଷ ହେବାକୁ ଯାଉଛି, ଆଗେ ସେମାନଙ୍କୁ ଫେରାଇ ଅଣାଯିବ। ଆମେରିକା ଓ ଫ୍ରାନ୍ସ ଜାହଜରେ ଯେମିତି ଅବସ୍ଥା ହୋଇଥିଲା ତାହାର ଯେମିତି ପୁନରାବୃତ୍ତି ନ ଘଟେ ସେଥିପ୍ରତି ଧ୍ୟାନ ଦିଆଯାଉଥିବା କହିଛନ୍ତି ନୌବାହିନୀର ଜଣେ ଅଧିକାରୀ। କୋଚି, ଭାଇଜାଗ୍‌ ଓ କରୱରରୁ ଏହି ଜାହାଜଗୁଡ଼ିକ ଉପସାଗରୀୟ ରାଷ୍ଟ୍ର ଅଭିମୁଖେ ଖୁବ୍‌ ଶୀଘ୍ର ବାହାରିବ ବୋଲି ସେ କହିଛନ୍ତି।

ସେହିଭଳି ଏୟାର ଇଣ୍ଡିଆ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛି। ଏତଦ୍‌ବ୍ୟତୀତ ବିମାନବାହିନୀ ପକ୍ଷରୁ ଏକାଦିକ୍ରମେ ୧୦୦ ଯାତ୍ରୀଙ୍କୁ ଆଣିବା ଭଳି ବୃହତ୍‌ ସି-୧୭ ଗ୍ଲୋବମାଷ୍ଟର ବିମାନ ପଠାଇବା ବ୍ୟବସ୍ଥା କରିଛି। ସେଠାରୁ ଫେରିବାକୁ ଥିବା ଶ୍ରମିକଙ୍କୁ ୧୪ ଦିନ କ୍ବାରେଣ୍ଟାଇନ୍‌ରେ ରଖିବା ପାଇଁ କେରଳ ସରକାର ପ୍ରସ୍ତୁତି ଚଳାଇଛନ୍ତି। ବିଦେଶରେ ଥିବା ୧୨.୬ ନିୟୁତ ଶ୍ରମଶକ୍ତି ମଧ୍ୟରୁ ୭୦ପ୍ରତିଶତ କେବଳ ୬ ଉପ-ସାଗରୀୟ ରାଷ୍ଟ୍ରରେ ଅଛନ୍ତି। ୟୁନାଇଟେଡ ଆରବ ଏମିରେଟ୍ସରେ ସାଢ଼େ ୩ ନିୟୁତ ଥିଲାବେଳେ ସାଉଦିଆରବରେ ଅଢ଼େଇ ନିୟୁତ ଏବଂ କୁଏତ୍‌, ଓମାନ, କାତାର ଓ ବାହାରିନ୍‌ରେ ପ୍ରୟାୟ ୩ ନିୟୁତ ଭାରତୀୟ କାର୍ଯ୍ୟ କରୁଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories