www.samajalive.in
Sunday, December 7, 2025
23.1 C
Bhubaneswar

ରାଗିଲେ କ୍ରିସ୍ ଗେଲ୍: ସାଥୀ ରାମନରେଶଙ୍କୁ କହିଲେ ‘ସାପ’, କରୋନାଠୁ ଭୟଙ୍କର

ନୂଆଦିଲ୍ଲୀ:  ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲଙ୍କୁ କିଏ ନଜାଣେ । ଦିନିକିଆ ହେଉ ବା ଟି-୨୦ ଗେଲ୍ କ୍ରିଜରେ ଥିଲେ ଦର୍ଶକଙ୍କ ଉତ୍ସାହ କାହିଁରେ କ’ଣ । ଗେଲଙ୍କ ଅନେକ ରେକର୍ଡ଼ କେହି ଭାଙ୍ଗିନାହାନ୍ତି ଓ ନିକଟ ଭବିଷ୍ୟତରେ ବି ଭାଙ୍ଗିବ କି ନାହିଁ ସନ୍ଦେହ । ହେଲେ ଏବେ ଗେଲ୍ ବଡ଼ ଦୁଃଖରେ ଥିବାପରି ଲାଗୁଛି । ନ ହେଲେ ନିଜ ଦେଶର ସାଥୀ କ୍ରିକେଟର ରାମନରେଶ ସରୱନଙ୍କୁ ‘ସାପ’ ସହ ତୁଳନା କରି ନ ଥାନ୍ତେ କିମ୍ବା କରୋନା ଭୂତାଣୁଠାରୁ ଭୟଙ୍କର ବୋଲି କହି ନ ଥାନ୍ତେ । ସମସ୍ତେ ଜାଣନ୍ତି କ୍ରିସ୍ ଗେଲ୍ ଓ ଏକଦା ତାଙ୍କର ସାଥୀ କ୍ରିକେଟର ରାମନରେଶ ସରୱନଙ୍କ ଭିତରେ ସମ୍ପର୍କ କେବେ ଭଲ ନ ଥିଲା । ଏହି ସମ୍ପର୍କ ଏବେ ଆହୁରି ତିକ୍ତ ହୋଇଛି । ସ୍ଥିତି ଏମିତି ହୋଇଛି ଯେ ନିକଟରେ ଏକ ୟୁଟ୍ୟୁବ୍ ବାର୍ତାରେ ଗେଲ୍ ରାମନରେଶଙ୍କୁ ଅତି କଟୁ ଭାଷାରେ ଗାଳି ଦେଇଛନ୍ତି । ଅଭିଶାପ ଦେଇଛନ୍ତି ।

ଅସଲ କଥା ହେଲା ୱେଷ୍ଟଇଣ୍ଡିଜର ଏହି ଦୁଇ ପୂର୍ବତନ ଅଧିନାୟକଙ୍କ ମଧ୍ୟରେ ରହି ଆସିଥିବା ସମ୍ପର୍କ । ନିକଟରେ କାରିବିୟାନ ପ୍ରିମିୟର ଲିଗରେ କ୍ରିସ୍ ଗେଲଙ୍କୁ ଜାମାଇକା ଦଳ ପକ୍ଷରୁ ନିଆଯାଇ ନ ଥିଲା । ଏହାକୁ ନେଇ ଗେଲ୍ ପ୍ରଚଣ୍ଡ ଅସୁଖୀ । ଏଥିପାଇଁ ସେ ରାମନରେଶଙ୍କୁ ଦାୟୀ କରିଛନ୍ତି । ତାଙ୍କ ବାଟ ବନ୍ଦ କରିବାରେ ରାମନରେଶ କୁଆଡ଼େ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ଗେଲ୍ ମନେ କରୁଛନ୍ତି । ଗେଲ୍ କହିଛନ୍ତି ରାମନରେଶ ଫ୍ରାଞ୍ଚାଇଜି ନିଜ ହାତରେ ରଖିବାକୁ ଚାହୁଁଛନ୍ତି ତେଣୁ  ଷଡ଼ଯନ୍ତ୍ର କରି ତାଙ୍କୁ (ଗେଲଙ୍କୁ) ଏଥିରୁ ଦୂରେଇ ରଖିଛନ୍ତି । ଟିମରେ ତାଙ୍କୁ ସ୍ଥାନ ନ ମିଳିବା ପଛରେ ରାମନରେଶ ହିଁ ଦାୟୀ ବୋଲି ଗେଲ୍ କହିଛନ୍ତି ।  ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଗେଲ୍ କହିଛନ୍ତି – ସରୱନ, ତୁମେ କରୋନା ଭୂତାଣୁଠାରୁ ବି ଖରାପ । ଜାମାଇକାକୁ ନେଇ ଯାହା ଘଟିଲା ସେଥିରେ ତୁମର ବଡ଼ ଭୂମିକା ଅଛି । କାରଣ ତୁମେ ଜାମାଇକା ଟିମ୍ ମାଲିକଙ୍କ ଅତି ଘନିଷ୍ଠ । ତୁମେ ମୋର ଶେଷ ଜନ୍ମଦିନ ପାର୍ଟିରେ ଥିଲ ଓ ଭାଷଣ ଦେଉଥିଲ । ମାତ୍ର ତୁମେ ଗୋଟିଏ ସାପ, ତୁମେ ପୁରା ଅପରିଣତ, ଲୋକଙ୍କ ପିଠିରେ ଛୁରା ଭୁଷିବାରେ ତୁମେ ପାରଙ୍ଗମ ।

https://youtu.be/68CNXdkYT7w

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories