www.samajalive.in
Sunday, December 7, 2025
23.1 C
Bhubaneswar

ବିଜୁଳି-ପାଣି ପାଇପ ମିସ୍ତ୍ରୀଙ୍କ ପାଇଁ ଦିଲ୍ଲୀରେ ଲକ୍ଡ଼ାଉନ କୋହଳ

ନୂଆଦିଲ୍ଲୀ : କରୋନା ସ୍ଥିତି ଦିଲ୍ଲୀରେ ସାଂଘାତିକ ହୋଇଥିବା ବେଳେ ଅଧିକାଂଶ ଅଂଚଳ ହଟସ୍ପଟ ଘୋଷଣା କରାଯାଇଛି। କିନ୍ତୁ ଦିଲ୍ଲୀ ସରକାର କେତେକ କ୍ଷେତ୍ରରେ କଟକଣା କୋହଳ କରିଛନ୍ତି। ଡାକ୍ତର, ନର୍ସଙ୍କ ସମେତ ସ୍ବସ୍ଥ୍ୟକ୍ଷେତ୍ରରେ ଜଡିତ କର୍ମଚାରୀଙ୍କ ପାଇଁ ରାଜ୍ୟ ଭିତରେ ଯାତାୟତକୁ ଅନୁମତି ଦେଇଥିବା ବେଳେ ଏବେ ପାଣି ପାଇପ ମିସ୍ତ୍ରୀ, ବିଦ୍ୟୁତ ମିସ୍ତ୍ରୀଙ୍କ ସମେତ ଜଳ ବିଶୋଧନ କ୍ଷେତ୍ରରେ ମରାମତି କାର୍ଯ୍ୟରେ ନିୟୋଜିତ ଲୋକଙ୍କ ପାଇଁ କଟକଣା କୋହଳ କରାଯାଇଛି। ତା’ଛଡା ଅନଲାଇନ ଶିକ୍ଷାଦାନକୁ ଅନୁମତି ରହିଥିବା ବେଳେ ଦିବ୍ୟାଙ୍ଗ ଗୃହ, ଅନାଥାଶ୍ରମ,  ବୃଦ୍ଧାଶ୍ରମ ଭଳି ସଂସ୍ଥା ଖୋଲାଯାଇପାରିବ। ବରିଷ୍ଠ ନାଗରିକଙ୍କ ପାଇଁ କଟକଣା କୋହଳ କରାଯଇଥିବା ମଧ୍ୟ ଦିଲୀ ମୁଖ୍ୟ ଶାସନ ସଚିବ ବିଜୟ କୁମାର ଦେବ କହିଛନ୍ତି। ପୂର୍ବରୁ ଗୃହ ମନ୍ତ୍ରଣାଳୟ ଆବାସିକ ଅଂଚଳରେ ଛୋଟ ଦୋକାନ ସମେତ ଅନ୍ୟାନ୍ୟ କେତେକ କ୍ଷେତ୍ର ପାଇଁ କଟକଣା କୋହଳ କରିବାକୁ ନିର୍ଦେଶ ଦେଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories