ଭୁବନେଶ୍ୱର: ୫ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର। ୧୦୪ ରୁ ୧୦୮ ଯାଏଁ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର। ୪ ନୂଆ କରେନା ଆକ୍ରାନ୍ତଙ୍କ ୬୧ନମ୍ବର ଆକ୍ରାନ୍ତଙ୍କ ନିକଟତମ ପଡ଼ୋଶୀ। ୧୦୮ନମ୍ବର ଆକ୍ରାନ୍ତ ୭୯ନମ୍ବର ଆକ୍ରାନ୍ତଙ୍କ ନିକଟତମ ପଡ଼ୋଶୀ ବୋଲି ଜଣାପଡ଼ିଛି । ସମସ୍ ୫ଜଣ ଆକ୍ରାନ୍ତ ନେଳିଆବାଗ ଅଞ୍ଚଳର। ୫ଜଣଙ୍କ ମଧ୍ୟରେ ୪ ମହିଳା ରହିଥିବାବେଳେ ଜଣେ ଯୁବକ ରହିଛନ୍ତି। ମହିଳାମାନଙ୍କ ବସୟ-୨୨, ୫୫, ୨୩, ୨୯ ବର୍ଷ ରହିଥିବାବେଳେ ଯୁବକଙ୍କ ବୟସ ୨୭ବର୍ଷ। ସମସ୍ତଙ୍କ ଆକାନ୍ତ ମୂଳ ୬୧ ନମ୍ବର ରୋଗୀଙ୍କ ପାଖ ପଡ଼ୋଶୀ। ବାଲେଶ୍ୱର ନେଳିଆବାଗରେ କରୋନା ଡେଇଁ ଚାଲିଛି । ୬୧ରୁ ୭୯-୭୯ରୁ ୧୦୮। ଜଣେ ସଂକ୍ରମିତଙ୍କଠାରୁ ଆଉ ଜଣକୁ, ସେଠୁ ଆଉ ଜଣକୁ ଡେଉଁଛି। ମୂଳ ଆକ୍ରାନ୍ତ ୬୧ ନମ୍ବରଙ୍କଠାରୁ ଆକ୍ରାନ୍ତ ହୋଇଥିଲେ ୭୯ ନମ୍ବର। ବାଲେଶ୍ବରରେ ସୁପର ସ୍ପ୍ରେଡର ନଂ-୬୧। ଭୁବନେଶ୍ବର ସୁପର ସ୍ପ୍ରେଡର ପରେ ଏବେ ବାଲେଶ୍ବରରେ ସୁପର ସ୍ପ୍ରେଡର ଜଣକ ଠାରୁ ଅନ୍ୟ ଜଣଙ୍କୁ କରୋନା ବାଣ୍ଟୁଛନ୍ତି। ଏହି ସୁପର ସ୍ପ୍ରେଡରମାନଙ୍କ ପାଇଁ ଏବେ ରାଜ୍ୟ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି।
Popular Categories



