www.samajalive.in
Sunday, December 7, 2025
26.1 C
Bhubaneswar

ଡ଼ଙ୍ଗାରୁ ସରିଗଲା ଡ଼ିଜେଲ; ମଝି ଦରିଆରେ ଫସିଛନ୍ତି ଗଞ୍ଜାମ ଜିଲାର ୩୯ ଶ୍ରମିକ

ଭୁବନେଶ୍ବର (ବ୍ୟୁରୋ) : ଚେନ୍ନାଇରୁ ସମୁଦ୍ରପଥରେ ଡ଼ଙ୍ଗାରେ ଓଡ଼ିଶା ଆସୁଥିବା ୩୯ ଜଣଯାତ୍ରୀଙ୍କ ଜୀବନ ଏବେ ସଙ୍କଟରେ । ମଝି ସମୁଦ୍ରରେ ଡ଼ଙ୍ଗା ଅଚଳ ହୋଇ ପଡ଼ିଛି  । କୁହାଯାଉଛି ଯେ ଡ଼ଙ୍ଗାରୁ ଡ଼ିଜେଲ ସରିଯିବାରୁ ଡ଼ଙ୍ଗାଟି ପଲାସା ସମୁଦ୍ରତଟଠାରୁ କିଛି ଦୂରରେ ଅଟକି ରହିଛି । ଏହି ଯାତ୍ରୀମାନଙ୍କ ମଧ୍ୟରୁ ୨୪ ଜଣ ଓଡ଼ିଶାରୁ ଓ ଅନ୍ୟ ୧୫ ଜଣ ଆନ୍ଧ୍ରପ୍ରଦେଶ ବାସିନ୍ଦା ।

କରୋନା ଲକ୍ଡ଼ାଉନ ଯୋଗୁଁ ଭି ନା ଟ୍ରେନ୍ ଚାଲୁଛି ନା ଗାଡ଼ି, ଉଡ଼ାଜାହାଜ ସେବା ମଧ୍ୟ ନାହିଁ । ଗୋଟିଏ ରାଜ୍ୟର ଶ୍ରମିକ ଅନ୍ୟରାଜ୍ୟରେ ଅଟକି ରହିଛନ୍ତି । ଦକ୍ଷିଣ ଓଡ଼ିଶାର ବହୁ ସଂଖ୍ୟକ ଶ୍ରମିକ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କେରଳ ଆଦି ରାଜ୍ୟରେ ପେଟପାଟଣା ପାଇଁ କାର୍ଯ୍ୟ କରନ୍ତି । ମାତ୍ର ଲକ୍ଡ଼ାଉନ ଯୋଗୁଁ ସେମାନଙ୍କର ସମସ୍ୟା ବଢ଼ିଛି । ଯଦିଓ ରାଜ୍ୟ ସରକାର ଓଡ଼ିଆଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଘୋଷଣା କରିଛନ୍ତି ତଥାପି ସେ ପ୍ରକ୍ରିୟା ଆରମ୍ଭ ହୋଇନାହିଁ ।

- Advertisement -

ତେଣୁ ଦକ୍ଷିଣ ଭାରତୀୟ ରାଜ୍ୟରୁ ଓଡ଼ିଆଶ୍ରମିକମାନେ ଜଳପଥରେ ଡ଼ଙ୍ଗାରେ ଫେରିବା ଆରମ୍ଭ କରିଛନ୍ତି । ଦୁଇଦିନ ପୂର୍ବରୁ ଚେନ୍ନାଇରୁ ଗୋଟିଏ ଡ଼ଙ୍ଗାରେ ସବାର ହୋି ୩୮ ଜଣ ଶ୍ରମିକ ଫେରିଥିଲେ । ସେମାନେ ଗଞ୍ଜାମ ଜିଲାର ସୋନପୁର ସମୁଦ୍ର ଉପକୂଳରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ କ୍ବାରେଣ୍ଟାଇନରେ ପଠାଇ ଦିଆଯାଇଥିଲା । ମାତ୍ର ଏବେ ଚେନ୍ନାଇରୁ ଫେରୁଥିବା ୩୯ ଶ୍ରମିକ ସମୁଦ୍ର ମଧ୍ୟରେ ଅଟକି ଯିବା ସମସ୍ତଙ୍କୁ ବିବ୍ରତ କରିଛି । ଯଦିଓ ଏବେ ସମୁଦ୍ର ଶାନ୍ତ ଅଛି, ତଥାପି ଦିନେ ଦୁଇଦିନ ମଧ୍ୟରେ ବଡ଼ଧରଣର ବର୍ଷା ଓ ତୋଫାନ ଆଶଙ୍କା ଥିବାରୁ ଏହି ଶ୍ରମିକମାନଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି । 

ତେବେ ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କିଛି ମାଛଧରା ଡ଼ଙ୍ଗା ଏହି ଶ୍ରମିକବାହୀ ଡ଼ଙ୍ଗାର ନିକଟତର ହୋଇ ସେମାନଙ୍କ ସମସ୍ୟା ବୁଝିବା ପରେ ଉପକୂଳକୁ ସୂଚନା ଦେଇଛନ୍ତି । ଏହି ଡ଼ଙ୍ଗାରେ ଆନ୍ଧ୍ରପ୍ରଦେଶର ୧୫ ଶ୍ରମିକଙ୍କ ମଧ୍ୟରୁ ୧୧ ଜଣ ରାମାୟାପଟନମ୍ ଅଞ୍ଚଳରୁ ଅଛନ୍ତି । ଏହି ହି ଖବର ପାଇବା ପରେ  ରାମାୟପତନମରୁ ଏକ ସ୍ବତନ୍ତ୍ର ବୋଟ ଡ଼ିଜେଲ ନେଇ ଅଟକିଥିବା ଡ଼ଙ୍ଗା ନିକଟକୁ ଯାଇଛି । ସେହିପରି ୯ ଜଣ ଶ୍ରମିକ ପାଟି ସୋନପୁର, ୩ ଜଣ ମରକଣ୍ଡି ଓ ଜଣେ ଦିଗିପୁର ଅଞ୍ଚଳର ବୋଲି ଜଣାପଡ଼ିଛି । 

ଦୁଇ ଦିନ ପୂର୍ବରୁ ୩୮ ଜଣ ଶ୍ରମିକ ଚେନ୍ନାଇରୁ ଏକ ମାଛଧରା ଡ଼ଙ୍ଗା ଯୋଗେ ଓଡ଼ିଶାରେ ପହଞ୍ଚିଥିଲେ । ସେମାନଙକ୍ ମଧ୍ୟରୁ ୨୮ ଜଣ ଓଡ଼ିଆ ଓ ୧୦ ଜଣ ଆନ୍ଧ୍ରପ୍ରଦେଶ ବାସିନ୍ଦା ଥିଲେ । ଘରକୁ ଫେରିବା ପାଇଁ ଅନ୍ୟ ଉପାୟ ନ ପାଇ ଏହି ଶ୍ରମିକମାନେ ୨ଲକ୍ଷ ଟଙ୍କା ଦେଇ ଏକ ଡ଼ଙ୍ଗା କିଣିଥିଲେ ଓ ସେଥିରେ ସମୁଦ୍ରପଥ ଦେଇ ଗଞ୍ଜାମ ଫେରିଥିଲେ ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories