www.samajalive.in
Monday, December 8, 2025
16.1 C
Bhubaneswar

କରୋନା ମୁକାବିଲା: ବିଭିନ୍ନ ଜିଲା ଦାୟିତ୍ବରେ ୨୨ ଅଧିକାରୀ

ଭୁବନେଶ୍ୱର : କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ଅନ୍ୟ ଭାରତୀୟ ରାଜ୍ୟମାନଙ୍କଠାରୁ ଢ଼େର ଆଗରେ । କେରଳ ଭିନ୍ନ ଅନ୍ୟ କୌଣସି ରାଜ୍ୟରେ କରୋନା ମୁକାବିଲା ଓଡ଼ିଶା ପରି ଅତ୍ୟନ୍ତ ଶକ୍ତିଶାଳୀ ଢ଼ଙ୍ଗରେ ପରିଚାଳନା କରାଯାଉଥିବା ଦୃଷ୍ଟାନ୍ତ ନାହିଁ । ପ୍ରଥମ ପର୍ଯ୍ୟାୟରେ ୧୫ ଆଇଏଏସ୍ ଅଧିକାରୀଙ୍କୁ ଆଜି (ରବିବାର) ସରକାର କରୋନା ପରିଚାଳନା ଦାୟିତ୍ବ ପ୍ରଦାନ କରିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ବିଭିନ୍ନ ଜିଲା ଦାୟିତ୍ବ ୨୨ ଅଧିକାରୀଙ୍କୁ ଅର୍ପଣ କରିଛନ୍ତି । ଏହି ଅଧିକାରୀମାନେ ନିଜନିଜ ଦାୟିତ୍ବ ସହ ଅତିରିକ୍ତ ଭାବରେ ବିଭିନ୍ନ ଜିଲାରେ କରୋନା ସଂକ୍ରାନ୍ତ କାର୍ଯ୍ୟକ୍ରମ ପରିଚାଳନା କରିବେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ପ୍ରଦିପ୍ତ ମହାପାତ୍ରଙ୍କୁ କରୋନା ମୁକାବିଲା ପାଇଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରାଜସ୍ୱ ବିଭାଗ ସହ ସ୍ୱାସ୍ଥ୍ୟ ବିଭାଗର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିବେ । ନିକୁଞ୍ଜ ଧଳ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସବ ସଚିବ ଭାବେ ପୂର୍ବପରି କାମ କରିବେ ।

- Advertisement -

ଭୁବନେଶ୍ୱର ପାଇଁ ଅନୁଗର୍ଗ ଓ ଏନ୍ ତିରୁମାଲା ନାୟକଙ୍କୁ ଦିଆଯାଇଛି ଅତିରିକ୍ତ ଦାୟିତ୍ବ । ବାଲେଶ୍ୱର ଓ ଭଦ୍ରକ ଦାୟିତ୍ବରେ ଅଛନ୍ତି ଦୁଇ ବରିଷ୍ଠ ଅଧିକାରୀ ମଧୁସୂଦନ ପାଢ଼ୀ ଓ ରତ୍ନାକର ରାଉତ।

କଟକ ସହର ଓ ଗ୍ରାମାଞ୍ଚଳ ପାଇଁ ସୌରଭ ଗର୍ଗ ଓ ସୁଶାନ୍ତ ମହାପାତ୍ରଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଗଞ୍ଜାମ ଓ ଗଜପତି ଜିଲା ପାଇଁ ଦାୟିତ୍ବ ପାଇଛନ୍ତି କ୍ରିଷନ କୁମାର ଓ ଜି.ଭାଥିଭାଥନନ ।

ଯାଜପୁର , ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଦାୟିତ୍ୱରେ ରହିଛନ୍ତି ହେମନ୍ତ ଶର୍ମା ଓ ସୁରେଶ ଦଳାଇ । ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ଓ ଗୋପବନ୍ଧୁ ଶତପଥୀଙ୍କୁ ଦିଆଯାଇଛି ଅନୁଗୁଳ, ଦେବଗଡ଼ ଓ ଢ଼େଙ୍କାନାଳ ଜିଲା ଦାୟିତ୍ବ ।

ବଲାଙ୍ଗୀର, ବରଗଡ଼ ଓ ନୂଆପଡ଼ା ଦାୟିତ୍ୱରେ ଅଛନ୍ତି ସୁଶୀଲ କୁମାର ଲୋହାନୀ ଓ ବେ

ସୁଶିଲ ଲୋହାନୀ ଓ ବେଣୁଧର ବେହେରା, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ପାଇଁ ଶାଶ୍ୱତ ମିଶ୍ର ଓ ବିଷ୍ଣୁ ମିଶ୍ର, କୋରାପୁଟ ,ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ପାଇଁ ଭିଭି ଯାଦବ ଓ ରଶିଦ୍ ଖାନ୍‌, ନୟାଗଡ଼, ପୁରୀ, କଟକ ଓ ଖୋର୍ଦ୍ଧା ଗ୍ରାମାଂଚଳ ପାଇଁ ଅନୀଲ ସାମଲ, ସମସ୍ୱଲପୁର , ସୋନପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ପାଇଁ ନିରଞ୍ଜନ ସାହୁଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories